‘ଶ୍ରୀକାନ୍ତ ସ୍ମୃତି ସଂସଦ’ ଓ ‘ଆମ ଓଡ଼ିଶା’ ତରଫରୁ ବ୍ୟାସନଗରରେ ରକ୍ତଦାନ ଶିବିର

ବ୍ୟାସନଗର, ୧୯/୨(ଉ.ନ୍ୟୁଜ୍ ବ୍ୟୁରୋ): ବ୍ୟାସନଗର ପୈାରାଂଚଳର ଯୁବ ପ୍ରତିଭା ତଥା ଯୁବ ବ୍ୟବସାୟୀ ଶ୍ରୀକାନ୍ତ ଲାହାଙ୍କ ଅକାଳ ବିୟୋଗ ଅନେକଙ୍କୁ ବ୍ୟଥ୍ଚଚ୍ଛ କରିଥିଲା । ସହରର ବହୁ ବୁଦ୍ଧିଜୀବୀ, ସାହିତ୍ୟିକ, ସମାଜସେବୀ, ସାମ୍ବାଦିକ, ଯୁବ ଗୋଷ୍ଠୀ ଆଦି ୰ ଶ୍ରୀକାନ୍ତ ପ୍ରତି ସମବେଦନା ଜଣାଇ ତାଙ୍କ ସ୍ମୃତିରେ ‘ଶ୍ରୀକାନ୍ତ ଲାହା ସ୍ମୃତି ସଂସଦ’ ଗଠନ କରି ଗତ ବର୍ଷ ତାଙ୍କର ୧ମ ବାର୍ଷିକ ଶ୍ରାଦ୍ଧ ଉତ୍ସବରେ ଏକ ରକ୍ତ ଦାନ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ‘ଶ୍ରୀକାନ୍ତ ଲାହା ସ୍ମୃତି ସଂସଦ’ ଏବଂ ‘ଆମ ଓଡ଼ିଶା’ ମିଳିତ ଭାବେ ଏହି ଶିବିରର ଆୟୋଜନ କରିବା ପାଇଁ ନିଷ୍ପତି ନେଇ ସାହିତ୍ୟିକ ଡ଼ଃ. ଅକ୍ଷୟ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ କରିଥିଲେ । ପ୍ରସ୍ତୁତି ମୁତାବକ ଆଜି ସକାଳେ ସ୍ଥାନୀୟ ‘ହୋଟେଲ ଭବାନୀ ଶଙ୍କର ରିସର୍ଟ’ ଠାରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହାକୁ ଯାଜପୁରରୋଡ଼ ଆଦର୍ଶ ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ଓ ରାଜ୍ୟପାଳ ଓ ରାଷ୍ଟ୍ରପତି ପୁରସ୍କୃତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ୟାମ ସୁନ୍ଦର ପଣ୍ଡା ଉଦ୍‌ଘାଟନ କରିଥିଲେ । ଏହି ଶିବିରରେ ଯାଜପୁର-କେଉଁଝରରୋଡ଼ ରେଳ ସୁରକ୍ଷା ବାହିନୀର ଅଧିକାରୀ ପ୍ରବୀଣ କୁମାର, ଆର.ପି.ଏଫ କର୍ମଚାରୀ ପଦ୍ମନାଭ ସେଠୀ, ଚନ୍ଦନ କୁମାର ତିୱାରୀ, ରମେଶ ଚନ୍ଦ୍ର ପଣ୍ଡା, ସୁସାହିତ୍ୟିକ ଅଧ୍ୟାପକ ଡ଼ଃ. ଅକ୍ଷୟ କୁମାର ପଣ୍ଡା, ସାମ୍ବାଦିକ ହାରାଧନ ବାନାର୍ଜୀ, ବରିଷ୍ଠ ସାମ୍ବାଦିକ ଚିନ୍ତାମଣି ପାଢ଼ୀ, ପ୍ରକାଶ ରାଉତ, ସୁଜିତ୍ ମଲ୍ଲିକ, ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ, ବରିଷ୍ଠ ସାମ୍ବାଦିକ ନିତ୍ୟାନନ୍ଦ ମହାଳିକ, ଯୁବ ସାମ୍ବାଦିକ ଦେବେନ୍ଦ୍ର କୁମାର ନାୟକ, ବବିତା ନାୟକ, ପ୍ରଶାନ୍ତ ପାତ୍ର, ଅମର ନାୟକ, ବିନୋଦ ସାମଲ, ସଦାଶିବ ଦାସ, ମୋହନ ସାମଲ, ଯୁବ ସମାଜସେବୀ ରାଜେଶ ରାଉତ, ପ୍ରକାଶ ଜେନା, ଫେରୋକ୍ରୋମ କାରଖାନାର ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ଇଂ. ଅଶୋକ ସାହୁ, ବରିଷ୍ଠ ଅଧିକାରୀ ରଶ୍ମିରଂଜନ ବିଶ୍ୱାଳ, ନିରାକାର ନାୟକ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ବ୍ରଜେଶ୍ୱରୀ ସିଂହ, ଯୁବ ନେତା ଅନୂପ କୁମାର ନାୟକ, ଅସିତ୍ ଦାସ, ମନୋଜ ଦାସ, ସତ୍ୟଜିତ୍ ମଲ୍ଲିକ, ଜିତେନ୍ଦ୍ର ସାହୁ, ମାନସ ରଂଜନ ରାଉତ, ବିଭୂତି ଭୂଷଣ ନାୟକ, ୰ ଶ୍ରୀକାନ୍ତଙ୍କ ପିତା ସନ୍ତୋଷ କୁମାର ଲାହା, ଭଉଣୀ ସୈାଦାମିନୀ ରାୟ, ଭିଣୋଇ ଅନୀଲ କୁମାର ରାୟ, ଭଣଜା ଶୁଭମ ରାୟ, ସ୍ଥାନୀୟ ମେଡ଼ିକାଲର ପୂର୍ଣ୍ଣିମା ପଣ୍ଡା, ପ୍ରମୁଖ ସାମିଲ ହୋଇ ୰ ଶ୍ରୀକାନ୍ତଙ୍କ ସ୍ମୃତିଚାରଣ କରିବା ସହ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଆଜିର ଏହି ଶିବିରରେ ସମ୍ବାଦ ପ୍ରତିନିଧି ତଥା ‘ଆମ ଓଡ଼ିଶା’ର ସଂଯୋଜକ ବିଜୟ କୁମାର ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏଥିରେ ଦେବେନ୍ଦ୍ର ଦାସ, ବସନ୍ତ ସାହୁ, ପ୍ରଶାନ୍ତ ନାୟକ, ଅନୀଲ ରାୟ, ପଦ୍ମନାଭ ସେଠୀ, କଳ୍ପତରୁ ସ୍ୱାଇଁ, ଚନ୍ଦନ ମଲ୍ଲିକ, ଚିନ୍ମୟ ସାହୁ, ବିକାଶ ଆଏଚ, ପଦ୍ମଲୋଚନ ମହାକୂଡ଼ ପ୍ରମୁଖ ରକ୍ତଦାନ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close