ବ୍ଯାସନଗର ମହାବିଦ୍ଯାଳୟ ନବନିଯୁକ୍ତ ସଭାପତିଂକର ଅଧ୍ଯାପକ ଓ କର୍ମଚାରିଂକ ସହ ଆଭାସି ଆଲୋଚନା

ବ୍ଯାସନଗର: ବ୍ଯାସନଗର ସ୍ବଂୟଶାସିତ ମହାବିଦ୍ଯାଳୟ ପରିଚାଳନା ପରିଷଦର ନବନିଯୁକ୍ତ ସଭାପତି ଆଜି ଅପରାହ୍ନରେ ମହାବିଦ୍ଯାଳୟର ଅଧ୍ଯାପକ ଅଧ୍ଯାପିକା ଓ କର୍ମଚାରୀମାନଂକ ସହ ଏକ ଆଭାସି ବୈଠକରେ ଆଲୋଚନା କରିଛନ୍ତି । ଦୀର୍ଘ ସାଢେ ତିନିଘଂଟାର ଏହି ବିଷଦ ଆଲୋଚନା ବେଶ ସୌହାର୍ଦପୂର୍ଣ ବାତାବରଣରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଅଧ୍ଯକ୍ଷ ଶିବ ଚରଣ ମାଝୀ ସ୍ବାଗତ ଭାଷଣ ଦେଇଥିଲେ । ନବନିଯୁକ୍ତ ସଭାପତି ତାଂକ ଅଭିଭାଷଣରେ ମହାବିଦ୍ଯାଳୟର ଗାରିମା ବଜାୟ ରଖିବା ସହିତ ଏକ ଉତ୍ତମ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ପାଇଁ ସମସ୍ତଂକ ସହଯୋଗ କାମନା କରିଥିଲେ । ଏଥିସହ ମହାବିଦ୍ଯାଳୟରେ କୌଣସି ଅବହେଳା କିଂବା ବିଶୃଂଖଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ଚେତାଇ ଦେଇଥିଲେ । ବିଭିନ୍ନ ବିଭାଗୀୟ ମୁଖ୍ଯ ଓ ବରିଷ୍ଠ ଅଧ୍ଯାପକ ଅଧ୍ଯାପିକାଗଣ ସେମାନଂକ ବିଭିନ୍ନ ସମସ୍ଯା ଉପସ୍ଥାପିତ କରିଥିଲେ । ସଭାପତି ସେସବୁର ସମାଧାନ ସମୟକ୍ରମେ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହା ସହ ନିକଟରେ ପରିଚାଳନା ପରିଷଦ ପକ୍ଷରୁ ଭବିଷ୍ଯତରେ କାର୍ଯ୍ଯକାରୀ ହେବାକୁ ଥିବା ବିଭିନ୍ନ ଉନ୍ନୟନ ଯୋଜନା ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଏହାକୁ ସମସ୍ତେ ସ୍ବାଗତ କରିବା ସହ ଏଦିଗରେ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ବରିଷ୍ଠ ଅଧ୍ଯାପକ କୁଶଚଂଦ୍ର ପ୍ରଧାନ ଏହାକୁ ପରିଚାଳନା କରିବା ସହ ସମସ୍ତଂକୁ ଧନ୍ଯବାଦ ଅର୍ପଣ କରିଥିଲେ ।
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close