ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ, ସାହିତ୍ୟିତ ହୁସେନ ରବି ଗାନ୍ଧୀ, ପୂର୍ବତନ ବିଧାୟକ ଅର୍ଜ୍ଜୁନ ଦାସଙ୍କ ବିୟୋଗରେ ‘ଉଦୟବଟ’ ତରଫରୁ ଶୋକ ସଭା

ବ୍ୟାସନଗର, (ଉ. ନ୍ୟୁଜ୍ ବ୍ୟରୋ): ଓଡ଼ିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ପ୍ରଭାବଶାଳୀ ନେତା ନବ ଦାସ, ଓଡ଼ିଶାର ପ୍ରଖ୍ୟାତ ସାହିତ୍ୟିକ, କବି ତଥା ସୁବକ୍ତା ହୁସେନ ରବି ଗାନ୍ଧୀ ଓ ପୂର୍ବତନ ବିଧାୟକ ଅର୍ଚ୍ଚୁନ ଦାସଙ୍କ ବିୟୋଗରେ ଆଜି ମଂଗଳବାର ସନ୍ଧ୍ୟାରେ ସ୍ଥାନୀୟ ‘ଦୁର୍ଲ୍ଲଭ କଳା ପରିଷଦ ମଣ୍ଡପ’ ଠାରେ ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା । ୰ ଶ୍ରୀ ଗାନ୍ଧୀ ଓ ୰ ଶ୍ରୀ ଅର୍ଜ୍ଜୁନ ଦାସ ଯାଜପୁର ଅଂଚଳର ହୋଇଥିବା ବେଳେ ୰ ନବ ଦାସ ପଶ୍ଛିମ ଓଡ଼ିଶାର ଜଣେ ପ୍ରଭାବଶୀଳ ଟାଣୁଆ ନେତା ଥିଲେ । ସେମାନଙ୍କ ବିୟୋଗରେ ରାଜ୍ୟର ଅପୂରଣୀୟ କ୍ଷତି ହୋଇଥିବା ଓ ଇଶ୍ୱର ସେମାନଙ୍କ ପରିବାରବର୍ଗଙ୍କୁ ଏହି ଦୁଃ-ସମୟରେ ଅସୀମ ଧୈର୍ଯ୍ୟ ଓ ଶକ୍ତି ଯୋଗାଇବାକୁ ଉପସ୍ଥିତ ବ୍ୟକ୍ତିବିଶେଷମାନେ କାମନା କରିଥିଲେ । ସେମାନଙ୍କ ସ୍ମୃତିଚାରଣ କରିବା ସହ ନବ ଦାସଙ୍କ ଭଳି ଜଣେ ଦକ୍ଷ ନେତାଙ୍କ ଉପରେ ଜଣେ ପୋଲିସ ଅଧିକାରୀ ରସସ୍ୟଜନକ ଭାବେ ଗୁଳି ଚଳାଇ ନିଧନ କରିବା ଘଟଣାର ଯଥାଶୀର୍ଘ ପର୍ଦ୍ଦାଫାସ ହେବାକୁ ଦାବୀ ହୋଇଥିଲା । ହୁସେନ ବାବୁ ଜଣେ ଭଦ୍ର, ଅମାୟିକ ରାଜନୈତିଜ୍ଞ, ସୁସାହିତ୍ୟିକ ଥିଲେ; ତାଙ୍କ ବିୟୋଗ ଖାଲି କୋରାଇ ଅଂଚଳ କାହିଁକି ସମଗ୍ର ରାଜ୍ୟ ଜଣେ ଉଚ୍ଚକୋଟୀର ସାହିତ୍ୟିକ ତଥା କବିଙ୍କୁ ହରାଇଲା ବୋଲି ବକ୍ତାମାନେ କହିଥିଲେ । ଯାଜପୁର ଜିଲ୍ଲା ବିଂଝାରପୁରର ପ୍ରାକ୍ତନ ବିଧାୟକ ତଥା ପୂର୍ବତନ ସାଂସଦ ଅନାଦି ଚରଣ ଦାସଙ୍କ ପୁତ୍ର ନିକଟ ଅତୀତରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ବି.ଆର.ଏସ ପାର୍ଟିରେ ଯୋଗ ଦେଇଥିଲେ । ସେ ଭୁବନେଶ୍ୱରରୁ ଯାଜପୁର ଆସୁଥିବା ବେଳେ ବରୁଆଁ-ଯାଜପୁର ରାସ୍ତାରେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣବଳୀ ଦେଇଥିଲେ । ତାଙ୍କର ଅକାଳ ବିୟୋଗ ବ୍ୟଥିତ କରିଛି । ବିଶେଷକରି ଶ୍ରୀ ଦାସ ଓ ଶ୍ରୀ ଗାନ୍ଧୀଙ୍କ ଭଳି ୦୨ ଅମୂଲ୍ୟ ପ୍ରତିଭାକୁ ହରାଇ ଯାଜପୁର ମାଟି ଆଜି ସନ୍ତପ୍ତ । ପ୍ରଥମେ ଏହି ୦୩ ନେତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରାଯାଇ ୦୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଶେଷରେ ଏଠାରେ ଯାଜପୁରରୋଡ଼ ଅଂଚଳରୁ ଯାଇ ରାଜ୍ୟରେ ତଥା ଓଲିଉଡ଼ ଜଗତରେ ସୁନାମ ଅର୍ଜ୍ଜନ କରିଥିବା ପିଂଟୁ ନନ୍ଦଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିବା ପାଇଁ ଇଶ୍ୱରଙ୍କ ନିକଟରେ ଆଶୁ ଆରୋଗ୍ୟ କାମନା କରାଯାଇଥିଲା । ଏହି ଶୋକ ସଭାରେ ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସାଧାରଣ ସଂପାଦକ ତଥା ବିଶିଷ୍ଟ ସମାଜସେବୀ ଚନ୍ଦ୍ରମଣି ସାମଲ, ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସହ-ସଂପାଦକ ପ୍ରଫୁଲ୍ଲ କୁମାର ନାୟକ, ସୁସାହିତ୍ୟିକ ଅଧ୍ୟାପକ ଡ଼ଃ. ଅକ୍ଷୟ କୁମାର ପଣ୍ଡା, ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ମୁଖ୍ୟକିରାଣୀ ନୃସିଂହ ଚରଣ ବଳ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୟାଧର ଭଦ୍ର ଓ ବାବୁଲି ବେହେରା, ହିନ୍ଦୁ ସୁରକ୍ଷା ସେନାର ଯାଜପୁର ଜିଲ୍ଲା ସଭାପତି ବସନ୍ତ କୁମାର ପାତ୍ର, ଗୈାରୀଶଙ୍କର ପତି, ସନାତନ ମଲ୍ଲିକ, ସମର ମଣ୍ଡଳ, ବାବୁଲି ଜେନା, ଚକ୍ରଧର ମଲ୍ଲିକ, ବିଦ୍ୟୁତ୍‌ପ୍ରଭା ରାୟ, ଭାରତ ଭୂଷଣ ରାଉତ, ସମୀର କୁମାର ମିଶ୍ର, ସୁମନ ରାୟ, ଜି. ସୁରେନ୍ଦ୍ରନ ପିଲାଇ, ସୁଜାତା ଜେନା ପ୍ରମୁଖ ଯୋଗ ଦେଇ ସ୍ମୃତିଚାରଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close