ଶରତରେ ରାଜସ୍ୱ ମନ୍ତ୍ରୀ ଓ କରଞ୍ଜିଆ ବିଧାୟକଙ୍କୁ ବିରୋଧ ଓ ଅଣ୍ଡାମାଡ଼

ମୟୁରଭଞ୍ଜ,୦୭/୦୧(ଲକ୍ଷ୍ମୀନାରାୟଣ ରାଉତରାୟଙ୍କ ଠାରୁ): ମୟୁରଭଞ୍ଜ ଜିଲ୍ଲାର ଶରତ ଗସ୍ତ ସମୟରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡିକରଞ୍ଜିଆ ବିଧାୟିକା ବାସନ୍ତି ହେମ୍ବ୍ରମଙ୍କ ଗାଡ଼ି ଉପରକୁ ହଠାତ୍ ଅଣ୍ଡାମାଡ଼ କରିବା ସହିତ କଳାପତାକା ଦେଖାଇ ଥିଲେ ସ୍ଥାନୀୟ ଯୁବ ସମାଜସେବୀ ତଥା ଯୁବ ଆଦିବାସୀ ନେତା ଜଗଦୀଶ ମୁର୍ମୁ । ଶରତ ମୁଖ୍ୟ ବଜାର ନିକଟରେ ରାଜସ୍ୱ ମନ୍ତ୍ରୀଙ୍କ ବାରିକେଡ଼୍ ସମ୍ମୁଖକୁ ଶ୍ରୀ ମୁର୍ମୁ ହଠାତ୍ ଚାଲି ଆସି ଅଣ୍ଡାମାଡ଼ କରିବା ସହିତ କଳାପତାକା ଦେଖାଇ ସୁଦାମ ମାରାଣ୍ଡି ଗୋ-ବ୍ୟାକ୍‌, ସୁଦାମ ମାରାଣ୍ଡି ମୁର୍ଦାବାଦ୍ ଆଦି ନାରା ଦେଇ ତାଙ୍କ ଗାଡ଼ି ସମ୍ମୁଖକୁ ଆସି ବିରୋଧାଚରଣ କରିଥିଲେ । ଶରତରେ ଉତମ ବ୍ଲକ୍ ସ୍ଥାପନା, ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା ଯୋଗାଇଦେବା, ଅଭିଜ୍ଞ ଡ଼ାକ୍ତର ନିଯୁକ୍ତି, ନୂତନ ଦମକଳ କେନ୍ଦ୍ର ସ୍ଥାପନ ଆଦି ଦାବୀ କରି ଶରତ ଅଂଚଳର ଯୁବ ଆଦିବାସୀ ନେତା ଜଗଦୀଶ ମୁର୍ମୁ ଏଭଳି ବିରୋଧ କରିଥିବାର ଜଣାଯାଇଛି । ଏହାକୁ ନେଇ ଜିଲ୍ଲାର ଚାରିଆଡ଼େ ଏବେ ଚର୍ଚ୍ଚା ଯୋର ଧରିଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close