ମା’ ସରସ୍ୱତୀଙ୍କ ପୂଜା ଭୋଜି ଖାଇ ଖପୁରିଆପଦା ଉଚ୍ଚ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀଙ୍କ ସମେତ ୦୨ ଶିକ୍ଷକ ଅସୁସ୍ଥ, ଏବେବି ଚାଲିଛି ଚିକିତ୍ସା, ବିଭିନ୍ନ ମହଲରେ ଉଦ୍‌ବେଗ

ବ୍ୟାସନଗର, ୨୮/୧(ଅସିତ୍ ଦାସଙ୍କ ଠାରୁ): ପବିତ୍ର ଶ୍ରୀପଂଚମୀରେ ଯାଜପୁର ଜିଲ୍ଲାର ଦାନଗଦି ବ୍ଲକର ଖପୁରିଆପଦା ‘ଶରତ ରାଉତ’ ଉଚ୍ଚ ବିଦ୍ୟାପୀଠରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଗତ କାଲି ସକାଳେ ଏଠାରେ ୭୪ତମ ଜନରାଜ୍ୟ ପାଳିତ ହେବା ପରେ ପୂର୍ବାହ୍ନରେ ମା’ ସରସ୍ୱତୀଙ୍କ ପୂଜା ହୋଇଥିଲା । ଏହି ଉପଲକ୍ଷେ ବିଦ୍ୟାଳୟରେ ଭୋଜି ହୋଇଥିଲା । ମଧ୍ୟାହ୍ନରେ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଭୋଜି ଖାଇ ଯେଝା ଯେଝା ଘରକୁ ଫେରିଥିଲେ । ହେଲେ ଦୁର୍ଭାଗ୍ୟଜନକ ଭାବେ ସନ୍ଧ୍ୟା ହେବା ପୂର୍ବରୁ ଜଣକ ପରେ ଜଣଙ୍କର ଦେହ ଅସୁସ୍ଥ ହେବାରେ ଲାଗିଲା, ପେଟରେ ଭୀଷଣ ଯନ୍ତ୍ରଣା ହେଲା; ବାନ୍ତି ପ୍ରବଳରୁ ପ୍ରବଳ ହେଲା । ଖବର ପ୍ରଚାରିତ ହେବା ପରେ ଜଣାପଡିଲା ଯେ, ଖାଦ୍ୟ ବିଶାକ୍ତନ ହୋଇଯାଇଛି । କିପରି ହେଲା ଓ କାହିଁକି ହେଲା ତା’ ଉପରେ ତର୍ଜ୍ଜମା ନ କରି ଜୀବନ ବଂଚାଇବା ପାଇଁ ଅବିଭାବକମାନେ ନିକଟସ୍ଥ ଯାଜପୁରରୋଡ଼ର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଛୁଟିଲେ । ପରିସ୍ଥିତି ଏପରି ହେଲା ଯେ, ସନ୍ଧ୍ୟାରେ ଯାଜପୁରରୋଡ ମେଡ଼ିକାଲ ଲୋକାରଣ୍ୟ ହୋଇଗଲା । ପାଖାପାଖି ୧୪୦ ଜଣ ଛାତ୍ରଛାତ୍ରୀ ଓ ୦୨ ଜଣ ଶିକ୍ଷକ ଅସୁସ୍ଥ ହୋଇ ଚିକିତ୍ସିତ ହେଲେ । ସରକାରୀ ମେଡିକାଲ ଓ ଏକ ଘରୋଇ ନର୍ସିଂ ହୋମରେ ଚିକିତ୍ସା ଚାଲିଲା । ଶିକ୍ଷକ ଦ୍ୱୟଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଊା । ପାଖାପାଖି ୩୦ଜଣ ଛାତ୍ରଛାତ୍ରୀଙ୍କୁ ଯାଜପୁର ଜିଲ୍ଲା ସଦର ମହକୁମା ମେଡିକାଲକୁ ପଠାଯାଇଥିଲା । କିଛି ଛାତ୍ରଛାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ଫେରାଇ ଦିଆଯାଇଥିଲା । ୩୫ ପାଖାପାଖି ଛାତ୍ରଛାତ୍ରୀଙ୍କର ଏବେବି ସରକାରୀ ମେଡିକାଲରେ ଚିକିତ୍ସା ଚାଲିଛି । ଗତକାଲି ଘରକୁ ଫେରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଆଜି ପୁଣି ୧୦ରୁ ଉର୍ଦ୍ଧ ଅସୁସ୍ଥତା ଅନୁଭବ କରି ଯାଜପୁରରୋଡ଼ର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆସିଛନ୍ତି । କେଉଁ କାରଣରୁ ଏପରି ଅଘଟଣ ଘଟିଲା ତା’ ଉପରେ ତନାଘନା ଚାଲିଛି । ଖାଦ୍ୟ ପ୍ରସ୍ତୁତି ବେଳେ କିମ୍ବା ନିମ୍ନମାନର ଖାଦ୍ୟ ସାମଗ୍ରୀର ବ୍ୟବହାର କିମ୍ବା ଖାଦ୍ୟ ପ୍ରସ୍ତୁତି ବେଳେ ବା ପରେ ବିଶାକ୍ତ ସମ୍ବାଳୁଆ ଆଦି କିଛି କୀଟ ପଡ଼ିଯିବା କାରଣରୁ ଏପରି ଘଟିଛି ଓ ଶିକ୍ଷକ/ଶିକ୍ଷୟତ୍ରୀ/ପ୍ରଧାନ ଶିକ୍ଷକ/କର୍ମଚାରୀ କାହାର ଦାୟିତ୍ୱହୀନତା ଯୋଗୁ ଏପରି ଘଟିଲା ସେସବୁ ଉପରେ ପୁଙ୍ଖାନୁପଙ୍ଖ ତଦନ୍ତ ହେବାକୁ ବିଭିନ୍ନ ମହଲରେ ଦାବୀ ପ୍ରକାଶ ପାଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close