ସେଂଟ ଜାଭିୟର୍ସ ସ୍କୁଲର ଶିକ୍ଷକ ସରୋଜ ମହାନ୍ତିଙ୍କ ଘରୁ ଚୋରୀ କରିଥିବା ୦୩ ଚୋରକୁ ଧରିଲେ ଯାଜପୁରୋଡ ପୋଲିସ

ବ୍ୟାସନଗର, ୦୨/୧: ଗତ ୦୨/୦୧/୨୦୨୩ ଭୋର ସମୟରେ ଚୋରମାନେ ସ୍ଥାନୀୟ ୦୪ନଂ. ୱାର୍ଡ଼ର ସେଂଟ ଜାଭିୟର୍ସ ସ୍କୁଲ ପଛପଟେ ବିଭୂତି ଭୂଷଣ ସାହୁଙ୍କ ଘରେ ଭଡ଼ାରେ ରହୁଥିବା ସେଂଟ ଜାଭିୟର୍ସ ସ୍କୁଲର ବରିଷ୍ଠ ଶିକ୍ଷକ ସରୋଜ କୁମାର ମହାନ୍ତିଙ୍କ ଘରେ ସେ ନ ଥିବା ସୁଯୋଗରେ ଚୋରମାନେ ଘରର ପଛପଟ ସିଡିବାଟେ ଉଠି ଘରର ମୁଖ୍ୟ ଦରଜା ତାଲା ଭାଙ୍ଗି ଘରେ ପଶି ଲୁଟପାଟ କରିଥିଲେ । ଏହା ବିରୋଧରେ ଶ୍ରୀ ମହାନ୍ତି ଯାଜପୁରରୋଡ ଥାନାରେ ଲିଖିତ ଅଭିଯୋଗ କଲା ପରେ ଯାଜପୁରରୋଡ ପୋଲିସ ପକ୍ଷରୁ ତନାଘନା କରାଯାଇଥିଲା । ଘଟଣାସ୍ଥଳକୁ ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ଯାଇ ତଦନ୍ତ କରିଥିଲେ ଓ ପରେ ଚୋରଙ୍କୁ ଧରିବା ପାଇଁ ତଦନ୍ତକାରୀ ଅଧିକାରୀଙ୍କୁ ଦାୟିତ୍ୱ ଦେଇଥିଲେ । ଚୋରଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ବହୁ ପରିଶ୍ରମ କରାଯାଇଥିଲା । ଆଜି ଭୋର ସମୟରେ ୦୩ଜଣ ଚୋରଙ୍କୁ ଭିନ୍ନ ଭିନ୍ନ ସ୍ଥାନରୁ ଯଥା-କେଉଁଝର, କଟକ ଓ ଯାଜପୁର ଟାଉନରୁ ଅତର୍କିତ ରେଡ଼ କରି ଧରାଯାଇଛି । ତଦନ୍ତ ଚାଲିଥିବାରୁ ଓ ପୋଲିସ ହାତରେ ଧରାପଡ଼ିଥିବା ଏହି ଚୋରମାନେ ଆଉ କେଉଁ କେଉଁ ଚୋରୀରେ ସଂପୃକ୍ତ ଅଛନ୍ତି ଓ ଆଉ କିଏ କିଏ ତାଙ୍କ ଟିମରେ ଅଛନ୍ତି ତାହା ଜାଣିବା ପାଇଁ ଘଟଣାକୁ ପୋଲିସ ପକ୍ଷରୁ ଛାନଭିନ କରାଯାଉଛି । ଚୋର ଧରାଯାଇଥିବା ଖବର ଜଣାପଡିବା ପରେ ଶ୍ରୀ ମହାନ୍ତି, ତାଙ୍କ ପରିବାର, ସାହିପଡ଼ିଶା, ବ୍ୟାସନଗର ସହରର ବହୁ ବୁଦ୍ଧିଜୀବୀ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close