ସେଂଟ ଜାଭିୟର୍ସ ସ୍କୁଲର ବରିଷ୍ଠ ଶିକ୍ଷକ ସରୋଜ ମହାନ୍ତିଙ୍କ ଘରୁ ଚୋରୀ, ପୋଲିସର ତନାଘନା

ବ୍ୟାସନଗର, ୦୨/୧: ଗତ କିଛି ଦିନ ହେଲା ବ୍ୟାସନଗର ପୈାରାଂଚଳରେ ଚୋରୀ ବଢ଼ିବାରେ ଲାଗିଛି । ଘରେ କେହି ନ ଥିବା ବେଳେ ବା ଘରେ ତାଲା ପକାଇ ବନ୍ଦ କରି ବାହାରକୁ ଯାଇଥିବାର ସୁଯୋଗ ନେଇ ଚୋରମାନେ ଘରର ତାଲା ଭାଂଗି ଘରେ ପ୍ରବେଶ କରି ମୂଲ୍ୟବାନ ଜିନିଷପତ୍ର, ସୁନାରୂପା ଅଳଙ୍କାର, କମ୍ପୁଟର, ଲ୍ୟାପଟପ୍ ଆଦି ଲୁଟପାଟ କରି ଘରେ କଳାକନା ବୁଲାଇ ଛୁ ମାରୁଛନ୍ତି । କିଛି ଦିନ ତଳେ ଗାୟତ୍ରୀ ବିହାର, କହ୍ନେଇପୁର, ହୁଡ଼ିସାହି ଅଂଚଳରେ ଏପରି ଚୋରୀ ହେଉଥିବା ବେଳେ ଲକ୍ଷ୍ମୀନଗର ଅଂଚଳ ବି ଏଥିରୁ ବାଦ ପଡ଼ିନାହିଁ । 
       ସୂଚନାଥାଉକି, ଆଜି ଭୋର ପ୍ରାୟ ୩ଟା ପାଖାପାଖି ସମୟରେ ସ୍ଥାନୀୟ ୦୪ନଂ. ୱାର୍ଡ଼ର ସେଂଟ ଜାଭିୟର୍ସ ସ୍କୁଲ ପଛପଟେ ବିଭୂତି ଭୂଷଣ ସାହୁଙ୍କ ଘରେ ଭଡ଼ାରେ ରହୁଥିବା ସେଂଟ ଜାଭିୟର୍ସ ସ୍କୁଲର ବରିଷ୍ଠ ଶିକ୍ଷକ ସରୋଜ କୁମାର ମହାନ୍ତିଙ୍କ ଘରେ ସେ ନ ଥିବା ସୁଯୋଗରେ ଚୋରମାନେ ଘରର ପଛପଟ ସିଡିବାଟେ ଉଠି ଘରର ମୁଖ୍ୟ ଦରଜା ତାଲା ଭାଙ୍ଗି ଘରେ ପଶି ଲୁଟପାଟ କରିଥିଲେ । ଘରେ କେହି ନ ଥିବାରୁ ସେମାନେ ସବୁ କୋଠରୀର ତାଲାକୁ ଭାଙ୍ଗି ଅନାୟସରେ ଚାରିଆଡ଼େ ଖୋଜାଖୋଜି କରି ବହୁ ମୂଲ୍ୟବାନ ଜିନିଷପତ୍ରସବୁ ନେଇଯାଇଛନ୍ତି । ଚୋରୀ ଯାଇଥିବା ଜିନିଷ ମଧ୍ୟରେ ରହିଛି ଗୋଟିଏ ଏଚ.ପି କମ୍ପାନୀର ପ୍ରାୟ ୭୦ ହଜାର ଟଙ୍କା ମୂଲ୍ୟର ଲ୍ୟାପଟପ୍‌, ୦୨ଟି ମୋବାଇଲ ସେଟ, ୦୫ଟି ହାତବନ୍ଧା ଟାଇଟନ ବ୍ରାଣ୍ଡର ଦାମୀ ଘଂଟା, ନଗଦ ରାଶି ୫,୭୦୦/-, ପାୱାର ବ୍ୟାଙ୍କ, ହେଡ଼ ଫୋନ ଆଦି ରହିଛି । ଶ୍ରୀ ମହାନ୍ତି ଶୀତ ଛୁଟି ଅବକାଶରେ ଗତ ତା୩୧.୧୨.୨୦୨୨ ଶନିବାର ଅପରାହ୍ନରେ ଭଦ୍ରଖର ହରିପୁର ସ୍ଥିତ ତାଙ୍କ ଶ୍ୱଶୁର ଘରକୁ ବୁଲି ଯାଇଥିଲେ ଓ ଆସନ୍ତା କାଲି ସ୍କୁଲ ଖୋଲୁଥିବାରୁ ସେ ଆଜି ଅପରାହ୍ନରେ ସେଠାରୁ ଫେରିଥାନ୍ତେ । ମାତ୍ର ସେ ଓ ତାଙ୍କ ପରିବାର ନ ଥିବାର ତଥ୍ୟ ପାଇ ଚୋରମାନେ ବିଳମ୍ବିତ ରାତ୍ରୀରେ ଚୋରୀ କରିଥିଲେ । ଘରେ ଚୋରୀ ହେଉଛି ବୋଲି ତଳ ଘରେ ରହୁଥିବା ମନୋଜ କୁମାର ବଟ୍ଟ ଶ୍ରୀ ମହାନ୍ତିଙ୍କୁ ଜଣାଇଥିଲେ । ଏଥିସହ ତଳ ଘରେ ରହୁଥିବା ଶିକ୍ଷକ ବିଭୂତି ଭୂଷଣ ମହାନ୍ତଙ୍କ ପରିବାରକୁ ବାହାର ପଟୁ ଚୋରମାନେ ତାଲା ଦେଇ ବନ୍ଦ ରଖିଥିବା ବେଳେ ପାଖରେ ରହୁଥିବା ବିଜୟ କୁମାର ପଣ୍ଡାଙ୍କ ଘରେ ମଧ୍ୟ ଚୋରୀ କରିଥିଲେ । ତାଙ୍କ ଘରୁ ନଗଦ ୦୮ ହଜାର ଟଙ୍କା, କିଛି ଜିନିଷପତ୍ର ନେଇ ଯାଇଥିବା ବେଳେ ସେଠାରୁ ବେଶି କିଛି ନ ପାଇଥିବାରୁ ଘରେ ନିଆଁ ଲଗାଇ ଦେଇଥିଲେ । ଏହି ସମୟରେ ପାଖ ପଡ଼େଶୀ ଉଠିଯାଇଥିଲେ । ପଡ଼ୋଶୀ ଉଦୟ ରାଉତ, ବିଭୂତି କର, କୃଷ୍ଣଚନ୍ଦ୍ର ରାଉତ, ମନୋଜ କୁମାର ବଟ୍ଟ ଆଦି ବାହାରକୁ ଆସିଥିଲେ । ଚୋରମାନେ ଲୋକଙ୍କୁ ଦେଖି ଅତର୍କିତ ଭାବେ ଛୁ ମାରିଥିଲେ । ପଡ଼ୋଶୀଙ୍କ ଠାରୁ ଫୋନ ପାଇ ଶ୍ରୀ ମହାନ୍ତି ଘରକୁ ଆସି ଦେଖନ୍ତି ତ ତାଙ୍କ ଘରର ତାଲାସବୁ ଭଙ୍ଗା ଯାଇଛି, ଘରର ଆସବାବପତ୍ରସବୁ ଏଣେତେଣେ ପଡ଼ିଛି ଓ ଉପରୋକ୍ତ ଜିନିଷପତ୍ରସବୁ ଚୋରୀ ହୋଇଯାଇଛି । ଖବର ପାଇ ଯାଜପୁରରୋଡ ପୋଲିସ ଆସି ଘଟଣାସ୍ଥଳ ପରିଦର୍ଶନ କରିଥିବା ବେଳେ ପରେ ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ଘଟଣାସ୍ଥଳକୁ ଆସି ଅନୁଧ୍ୟାନ କରିଥିଲେ । ଥାନା ଅଧିକାରୀ ପାରିପାଶ୍ୱିର୍କ ପରିସ୍ଥିତିକୁ ଦେଖି କହିଛନ୍ତି ଯେ, ଖୁବ ଶୀଘ୍ର ଚୋରମାନଙ୍କୁ ଠାବ କରାଯିବ । ଏଭଳି ଚୋରୀ ସହରରେ ବଢ଼ୁଥିବା ବେଳେ ବହୁ ଲୋକଙ୍କ ଚିନ୍ତା ବଢ଼ିଯାଇଛି । ପୋଲିସ ପାଇଁ ମଧ୍ୟ ଏହି ସମସ୍ୟା ଚ୍ୟାଲେଞ୍ଜ ପାଲଟିଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close