ଯାଜପୁର ଜିଲ୍ଲା ସ୍ତରୀୟ ବାଲ୍ୟ ବିବାହ ନିଷେଧ ଟାସ୍କପୋଂର୍ସ ଏବଂ ଶିଶୁ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

ଯାଜପୁର, ୧୫ା୦୭(ଉ.ନ୍ୟୁଜ୍ ବ୍ୟୁରୋ): ଆଜିର ଶିଶୁ ଆଗାମୀ ଭବିଷ୍ୟତର କର୍ଣ୍ଣଧାର । ବିଂଶ ଶତାବ୍ଦିରେ ମାନବ ସଭ୍ୟତା ପଦାର୍ପଣ କରିଥିବା ବେଳେ କନ୍ୟା ସନ୍ତାନ ଏବଂ ମହିଳାମାନେ ପୁରୁଷମାନଙ୍କ ଠାରୁ କୈାଣସି ଗୁଣରେ କମ୍ ନ ରହି ସର୍ବାଗ୍ରେ ସ୍ଥାନ ଅଳଙ୍କୃତ କରୁଥିବା ଭାରତ ଭଳି ବିକଶିତ ରାଷ୍ଟ୍ରରେ ଓ ବିଶ୍ୱର ଅନ୍ୟ ରାଷ୍ଟ୍ରରେ ପରିଲକ୍ଷିତ ହେଊଅଚ୍ଥି । ଏଥିନିମନ୍ତେ ମହିଳାମାନଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, କର୍ମସଂସ୍ଥାନ ଏବଂ ସେମାନଙ୍କ ଆର୍ଥିକ ମାନଦଣ୍ଡକୁ ସୁଦୃଢ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ବିବିନ୍ନ ପ୍ରକାର ଯୋଜନା କାର୍ଯ୍ୟକାରୀ ହେଉଅଚ୍ଥି । ବେଟୀ ବଚାଓ ଓ ବେଟୀ ପଢାଓ ଏବଂ ୱାନ ଷ୍ଟପ୍ ସେଣ୍ଟର ସରକାରଙ୍କର ୨ଟି ପ୍ରମୁଖ ଅଗ୍ରଣୀ ଯୋଜନା, ଯାହାକି, କନ୍ୟା ସନ୍ତାନମାନଙ୍କୁ ପାଠ ପଢିବା ପାଇଁ ସୁଯୋଗ ଦେବା, ଅଧାରୁ ପାଠ ଚ୍ଥାଡୁଥିବା ଝିଅ ପିଲାମାନଙ୍କୁ ପୁନଃ ବିଦ୍ୟାଳୟକୁ ପେଂରାଇ ଆଣିବା, ବାଲ୍ୟ ବିବାହକୁ ପ୍ରତିରୋଧ କରି ସେମାନଙ୍କୁ ଶିକ୍ଷା ଓ ସ୍ୱାସ୍ଥ୍ୟର ସମସ୍ତ ପ୍ରକାର ପ୍ରେତ୍ସାହନ ଯୋଗାଇ ଦେଇ ସମାଜରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଭାବେ ଗଢି ତୋଳିବା ପାଇଁ ସରକାର ଅହରହ ଊଦ୍ୟମ ଜାରି ରଖିଚ୍ଥନ୍ତି । ଏହି ଅବସରରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ମିଳିତ ଆନୁକୂଲ୍ୟରେ ଗତ କାଲି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କରଙ୍କ ଅଧ୍ୟକ୍ଷତାରେ ଅନୁୁଷ୍ଠିତ ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଦୁଖବନ୍ଧୁ ନାୟକ ଯୋଗଦେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରୀକ୍ଷାରେ ୨୦୨୩ ବର୍ଷରେ ଜିଲ୍ଲାରେ ସର୍ବୋଚ୍ଚ ନମ୍ୱର ରଖିଥିବା ୧୦ଗୋଟି ବ୍ଳ୍‌କର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୦ ଜଣ ଚ୍ଥାତ୍ରୀଙ୍କୁ ଏବଂ ମାଧ୍ୟମିକ ଶିକ୍ଷା ପରୀକ୍ଷାରେ ୧୦ଗୋଟି ବ୍ଳ୍‌କର ବିଭିନ୍ନ ଉଚ୍ଚ ବିଦ୍ୟାଳୟର ସର୍ବୋଚ୍ଚ ନମ୍ୱର ରଖିଥିବା ୧୦ ଜଣ ଚ୍ଥାତ୍ରୀଙ୍କୁ ମାନପତ୍ର ଓ ପୁଷ୍ପଗୁଚ୍ଚ୍ଥ ଦେଇ ସମ୍ୱର୍ଦ୍ଧିତ କରିଥିଲେ । ସେହିପରି ଜିଲ୍ଲାର ଦାନଗଦୀ ବ୍ଳ୍‌କର ବୁଦ୍ଧରାଜ ଉଚ୍ଚ ବିଦ୍ୟାପୀଠ, ରସୁଲପୁର ବ୍ଳ୍‌କର ବ୍ରହ୍ମବରଦା ବାଳିକା ଉଚ୍ଚ ବିଦ୍ୟାଳୟ, ସୁକିନ୍ଦା ବ୍ଳକର ହାତୀବାରି ଉଚ୍ଚ ବିଦ୍ୟାଳୟ ଏସ୍‌ଏମ୍‌ସି କମିଟିକୁ ଉତ୍କୃଷ୍ଟ ପରିଚାଳନା ପାଇଁ ପ୍ରତ୍ୟେକଙ୍କୁ ୧୦ ହଜାର ଲେଖାଏଁ ଓ ଆଉଁରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବିଂଝାରପୁର, ବ୍ରହ୍ମବରଦା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ରସୁଲପୁର ଏବଂ ଅବଦଲପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଯାଜପୁର ଉତ୍କୃଷ୍ଟ ଏସ୍‌.ଏମ୍‌.ସି. କମିଟି ପରିଚାଳନା ପାଇଁ ପ୍ରତ୍ୟେକଙ୍କୁ ୧୦ ହଜାର ଲେଖାଏଁ ଅର୍ଥରାଶି ପୁରସ୍କାର ପ୍ରଦାନ କରାଯିବା ସହ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ନିଜ ଅଭିଭାଷଣରେ ଝିଅମାନଙ୍କୁ ସେମାନଙ୍କ ପାରଦର୍ଶିିତା ପାଇଁ ପୁରସ୍କୃତ କରି ପ୍ରଶାସନ ଗର୍ବିତ ବୋଲି ଉଲ୍ଳେଖ କରିବା ସହ ବେଟୀ ବଚାଓ, ବେଟୀ ପଢାଓ ଏକ ଆନ୍ଦୋଳନ କହି “ଶିଶୁ ହସିଲେ ଦୁନିଆଁ ହସେ” ଏବଂ ବାଲ୍ୟ ବିବାହ ନିଷେଧ ଏବଂ ଶିଶୁ ମଙ୍ଗଳ ଓ ସୁରକ୍ଷା ଉପଲକ୍ଷେ ଆଜି ବିଭିନ୍ନ ବିଭାଗୀୟ ଅଧିକାରୀ, କର୍ମକର୍ତ୍ତା ଓ ଶିଶୁମାନଙ୍କୁ ବିଭିନ୍ନ ଆପଦକାଳୀନ ସମୟରେ କୋଳେଇ ନେଉଥିବା ଅନୁଷ୍ଠାନମାନଙ୍କୁ ସାଧୁବାଦ ଜ୍ଞାପନ କରିଥିଲେ ।
ଏଥିରେ ମ୍ମାନିତ ଅତିଥି ଭାବେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଜ୍ୟୋର୍ତିମୟୀ ଦାସ ଯୋଗଦେଇ ଶିଶୁମାନଙ୍କ କଲ୍ୟାଣ ନିମନ୍ତେ ତଥା କିଶୋରୀ ବାଳିବାମାନଙ୍କ ଉନ୍ନତି ନିମନ୍ତେ ଓ ବାଲ୍ୟ ବିବାହ ନିଷେଧ ବିଭିନ୍ନ ଆଇନଗତ ଦିଗ ସମ୍ୱନ୍ଧରେ ଆଲୋକପାତ କରିଥିଲେ । ସେହିପରି ବିଷୟ ବିଷାରଦ ଆକ୍ସନ ଏଡ୍ ରାଜ୍ୟ ପରିଚାଳକ ବି.ଏନ୍ ଦୁର୍ଗା କନ୍ୟା ସନ୍ତାନଙ୍କ ପ୍ରଥମେ ପିତା ମାତା ଯତ୍ନ ନେବା, କିଶୋରୀ ବାଳିକାମାନଙ୍କୁ ବାଲ୍ୟ ବିବାହରୁ ନିଷେଧ କରି ଦଣ୍ଡ ବିଧାନ ସମ୍ୱନ୍ଧରେ ପ୍ରଶିକ୍ଷଣ ଦେଇଥିଲେ । ସେହିପରି ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷା ରେକ୍ସୋନା ଜେନା, ସଦସ୍ୟ ଓ ବରିଷ୍ଠ ଆଇନଜ୍ଞ ସାମ୍ୱାଦିକ ଜୟନ୍ତ ଗୋସ୍ୱାମୀ, ସଦସ୍ୟା ତୃପ୍ତି ଜେନା, ଆକ୍ସନ ଏଡ୍ ଜିଲ୍ଲା ସଂଯୋଜକ ସୁବାସ ଦିଗାଲ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଡି. ହାଂସଦା, ଭାରପ୍ରାପ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରମେଶ ଚନ୍ଦ୍ର ସ୍ୱାଇଁ, ଜିଲ୍ଲା କର୍ମ ନିୟୋଜନ ଅଧିକାରୀ ପ୍ରଭାତ କୁମାର ବସ୍ତି, ଜିଲ୍ଲା ସମାଜ ମଙ୍ଗଳ ବିଭାଗ ସୁରକ୍ଷା ଅଧିକାରୀ ସଂଯୁକ୍ତା ଘଡାଇ, ୱାନ ଷ୍ଟପ୍ ସେଣ୍ଟର(ସଖୀ) ପ୍ରଶାସିକା ନିବେଦିତା ଶରଣ, ସମାଜସେବୀ ମଣ୍ଟୁ ଦାସ, ଟାଟା ଷ୍ଟିଲ ପାଂଉଣ୍ଡେସନ ସି.ଏସ୍‌.ଆର ଦଳ ମୁଖ୍ୟ ଆଲେନ ଯୋସେପଂ, ପିପୁଲ୍ସ ପୋଂରମ୍‌, ମିଶନ ଆଶ୍ରା ଅଧିକ୍ଷକ ଅନନ୍ୟା ତ୍ରିପାଠୀ ଏବଂ ତାଙ୍କ ଟିମ୍ ପ୍ରମୁଖ ଯୋଗଦେଇ ସୁକିନ୍ଦା ଓ ଦାନଗଦୀ ବ୍ଳ୍‌କରେ ବିଶେଷ ଭାବରେ ଦେଖାଯାଉଥିବା ସମସ୍ୟାଗୁଡିକ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇ ଅଙ୍ଗନୱାଡି କେନ୍ଦ୍ରଗୁଡିକୁ ସକ୍ରିୟ କରାଇବା ସହ ଶିଶୁ ଓ କନ୍ୟା ସନ୍ତାନ, କିଶୋରୀ ବାଳିକାମାନଙ୍କ ପାଇଁ ନିଆଯାଊଥିବା ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ୱନ୍ଧରେ ସଂପୃକ୍ତ ଅନୁଷ୍ଠାନର ମୁଖ୍ୟମାନେ ବକ୍ତବ୍ୟ ରଖି ଯାଜପୁର ଜିଲ୍ଲାକୁ ମିଶନ ମୋଡରେ ବାଲ୍ୟ ବିବାହମୁକ୍ତ ଜିଲ୍ଲା ଭାବେ ଗଢି ତୋଳିବା ନିମନ୍ତେ ସମସ୍ତେ ନିଷ୍ଠାର ସହ ସେବା କରିବାକୁ ଆଲୋଚନା କରାଯାଇଥିଲା ।
         ବୈଠକ ପ୍ରାରମ୍ଭରେ ସଭାପତିତ୍ୱ ବକ୍ତବ୍ୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ କର ଏକତ୍ରିତ ଭାବେ ଅନୁଷ୍ଠିତ ହେଊଥିବା ଶିଶୁ, କନ୍ୟା ସନ୍ତାନ, କିଶୋରୀ ବାଳିକା, ବାଲ୍ୟ ବିବାହ ନିଷେଧ ତିନି ଗୋଟି ବୈଠକର ବିଭିନ୍ନ ମଙ୍ଗଳକାରୀ ଯୋଜନା ଉପରେ ବିସ୍ତୃତ ଭାବେ ଊପସ୍ଥାପନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ବିଭାଗୀୟ ଅଧିକାରୀ, ଶିଶୁ ମଙ୍ଗଳ ସମିତି କର୍ମକର୍ତ୍ତା, ବ୍ଳ୍‌କ ଶିକ୍ଷା ଅଧିକାରୀ, ସିଡିପିଓ, ଅଙ୍ଗନୱାଡି ସୁପରଭାଇଜର, ସେଚ୍ଚ୍ଥାସେବୀ ଅନୁଷ୍ଠାନର କର୍ମକର୍ତ୍ତା ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close