ଦେଭ ଇଣ୍ଟର ନେସନାଲ ସ୍କୁଲ ବାର୍ଷିକ ଉତ୍ସବର ଦ୍ୱିତୀୟ ସନ୍ଧ୍ୟା

ବ୍ୟାସନଗର; ୨୫/୧୨(ନି ପ୍ର ): ଯାଜପୁର ଜିଲ୍ଲା କଳିଙ୍ଗନଗର ଅଞ୍ଚଳ କୁସୁନପୁର ସ୍ଥିତ ” ଦେଭ ଇଣ୍ଟର ନେସନାଲ ସ୍କୁଲରେ ବାର୍ଷିକ ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝୁମିଲେ ଛାତ୍ରଛାତ୍ରୀ। ପ୍ରଥମ ସନ୍ଧ୍ୟାରେ ବିଦ୍ୟାଳୟର ବାର୍ଷିକ ପତ୍ରିକା “ଉତ୍ସାହନ” ର ଶୁଭଉନ୍ମୋଚିତ କରାଯାଇଥିଲା। ଅପରାହ୍ନ ୪ ଘଟିକା ଠାରୁ ଏହି କର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଉତ୍ସବର ପ୍ରଥମ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଏଫ ଏମ ୟୁନିଭର୍ସିଟି ର ପୂର୍ବତନ ଭାଇସ ଚାନ୍ସେଲର ଡ଼ କୁମରବର ଦାସ ,ସମ୍ନାନିତ ଅତିଥି ଭାବେ ସେଂଚୁରିଆନ ୟୁନିଭର୍ସିଟି ର ଭାଇସ ଚାନ୍ସେଲର ଡ଼ ସୁପ୍ରିୟା ପଟ୍ଟନାୟକ, ପ୍ରଫେସର ଡ଼ ପ୍ରସନ୍ନ କୁମାର ସାହୁ,ଆଡଭୋକେଟ ନାରାୟଣ ପ୍ରସାଦ ପତି, ଆଇଆଇଟିଆନ ସତ୍ଵିକ ଦାସ ,ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ କୁଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇ ଦୀପ ପ୍ରଜ୍ବଳିତ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ଦ୍ୱିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ କମାଣ୍ଡିଂ ଅଫିସର ଥର୍ଡ ବାଟାଲିୟନ ଲୋଚନ ପଶାୟତ ଏବଂ ସମ୍ମାନିତ ଅତିଥି ଭାବେ ପ୍ରଫେସର ଡ଼ ପ୍ରସନ୍ନ କୁମାର ସାହୁ ଯୋଗ ଦେଇ ଦୀପ ପ୍ରଜ୍ଵଳିତ କରିବା ସହ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ।

ପିଲାମାନଙ୍କ ମଧ୍ୟରେ ଲୁଚି ରହିଥିବା ପ୍ରତିଭାକୁ ଲୋକଲୋଚନକୁ ଆଣିବାକୁ ହେଲେ ବିଦ୍ୟାଳୟରେ ଏଭଳି କାର୍ଯ୍ୟକ୍ରମ ହେବା ଦରକାର ବୋଲି ଅତିଥିଗଣ ମତବ୍ୟକ୍ତ କରିଥିଲେ।ଏହି ଉତ୍ସବ ରେ ସର୍ବପ୍ରଥମେ ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା। ତତ୍ପରେ ସ୍ୱାଗତ ନୃତ୍ୟ, ନୃତ୍ୟ, ସମ୍ବଲପୁରୀ, କରାଟେ,ଡ୍ରାମା ଭଳି ଅନେକ ଆକର୍ଷକ ନୃତ୍ୟ,ନାଟକ ରେ ରଙ୍ଗମଞ୍ଚ ଝଲସି ଉଠିଥିଲା। ଏହି ଉତ୍ସବ ଦ୍ଵିତୀୟ ସନ୍ଧ୍ୟାରେ ପ୍ରଥମ ରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ହଜାର ହଜାର ଅଭିଭାବକ ଓ ଦର୍ଶକ ନୃତ୍ୟ ,ନାଟକ କୁ ଆନନ୍ଦ ଉତ୍ସାହର ସହ ଉପଭୋଗ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ନିର୍ମଳ କୁମାର ରଣା, ପ୍ରଧାନାଚାର୍ୟ ପ୍ରସାଦ ଚନ୍ଦ୍ର ଖଣ୍ଡାଲ, ଉପପ୍ରଧାନାଚାର୍ୟ ଆର ଏନ ରୟତ ସିଂ ତଦାରଖ କରିଥିଲେ।। ଏକାଡେମୀକ ମୁଖ୍ୟ ସୋନିଆ ବେଦୀ ଓ ବଲବୀର ସିଂ ସମସ୍ତ ଦାଇତ୍ଵକୁ ଆପଣାଇ ସୁଚାରୁ ରୁପେ ସମ୍ପାଦନ କରିଥିଲେ। ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସମସ୍ତ ନୃତ୍ୟ ପରିବେଷଣ ରେ ପୂର୍ଣ ସହଯୋଗ କରିଥିଲେ। ଏହି ଉତ୍ସବରେ ନୃତ୍ୟ ଶିକ୍ଷକ ବାଜିଦ ସାର ଓ ନୃତ୍ୟ ଶିକ୍ଷିକା ପ୍ରିୟଙ୍କା ଙ୍କ ନିର୍ଦେଶନାରେ ପିଲାଙ୍କର ସୁନ୍ଦର ନୃତ୍ୟ ପରିବେଷଣ କରାଯାଇଥିଲା। ଖେଳ ଶିକ୍ଷିକା ସୁଚିତ୍ରା ମନ୍ତ୍ରୀ, ଫୁଲ ବିଶ୍ୱାଳ ,କଳା ଶିକ୍ଷକ ଉଦୟ ଓଝା,ସ୍କାଉଟ ମାଷ୍ଟର ଶ୍ରୀମନ୍ତ କୁମାର ରାୟ ଓ ଏନ ସି ସି ମାଷ୍ଟର ସୁକାନ୍ତ କୁମାର ଙ୍କ ଟିମ ଦ୍ୱାରା ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା। କରାଟେ ଶିକ୍ଷକ ସୋମ୍ୟ ରଞ୍ଜନ ଙ୍କ ଦ୍ୱାର କରାଟେ ଶୋ ମଧ୍ୟ ହୋଇଥିଲା।କରୋନା ଉପରେ ଆଧାରିତ ସାମାଜିକ ନାଟକ ଦୀପକ ରଞ୍ଜନ ପାଣିଗ୍ରାହୀ ଙ୍କ ନିର୍ଦେଶନା ରେ ପରିବେଷଣ କରାଯାଇଥିଲା। ସତ୍ୟନାରାୟଣ ପଣ୍ଡା , ବିଦ୍ୟାଧର ପରିଡା ,ମଦନମୋହନ ମଲ୍ଲିକ, ସୁଭଦ୍ରା ମହାନ୍ତି, ସଂଗୀତା ଠାକୁର ,ସହଦେଵ ପଣ୍ଡା ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ। ଏଥି ସହ ବିଦ୍ୟାଳୟ ପରିସରରେ ଷ୍ଟଲର ବ୍ୟବସ୍ଥା ମଧ୍ୟ କରାଯାଇଥିଲା ଅନେକ ପ୍ରକାରର ସ୍ୱାଦିଷ୍ଟ ଭୋଜନ ଯେପରିକି ଦହିବରା ,ମଂଚୁରିଆନ,ବିରୀୟାନି, ଆଇସକ୍ରିମ, ଦୋଷା ଆଦି ର ଭରପୁର ମଜା ଉଠାଇଥିଲେ ଦର୍ଶକ। ବିଦ୍ୟାଳୟର ଅଧ୍ୟକ୍ଷ ବୁଦ୍ଧଦେବ ରାଉତ ଶିକ୍ଷା ସହ ନୃତ୍ୟ ,ଗୀତ,ନାଟକ ପରିବେଷଣ ପିଲାଙ୍କ ପାଇଁ ନିତାନ୍ତ ଜରୁରୀ ବୋଲି କହିବା ସହ ସମସ୍ତଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଏକାଡେମୀକ ମୁଖ୍ୟ ସୋନିଆ ବେଦୀ ଧନ୍ୟବାଦ ଅର୍ପଣ କରିଥିଲେ।

 

 

 

 

 

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close