ଧର୍ମଶାଳାରେ ମରୁଡି ଓ ଧୋଇରେ ସର୍ବସ୍ୱାନ୍ତ ଚାଷୀଙ୍କ ପାଇଁ ସ୍ୱର ଉଠାଇଲେ ବି.ଜେ.ଡି ନେତା

ଧର୍ମଶାଳା,୨୪/୦୮: ଯାଜପୁର ଜିଲ୍ଲାର ଧର୍ମଶାଳା ଅଂଚଳ କୃଷି ପାଇଁ ରାଜ୍ୟ ଓ ରାଜ୍ୟ ବାହାରେ ପରିଚିତ । ହେଲେ ପ୍ରତିବର୍ଷ ଖରାଦିନେ ମରୁଡି ଏବଂ ବର୍ଷା ଦିନେ ଲଗାଣ ବର୍ଷାରେ ପାଚିଲା ଶସ୍ୟ ଓ ପନିପରିବା ଆଦି ଫସଲ ଧ୍ଧେବ େଉଥିବାରୁ ଚାଷୀକୂଳ ସର୍ବସ୍ୱାନ୍ତ ହୋଇ ପଡିଥାନ୍ତି । ଗୋଟିଏ ପଟରେ ଜଳକର ଦେଇ ଜମିକୁ ଜଳ ପାଉ ନ ଥିବାରୁ ମରୁଡିରେ ଫସଲ ନଷ୍ଟ ହେଉଥିବା ବେଳେ ଅନ୍ୟପଟେ ବର୍ଷା ଦିନେ ଜଳ ନିଷ୍କାସନ ବ୍ୟବସ୍ଥା ସଠିକ୍ ନ ଥିବାରୁ ବର୍ଷା ବଦଳ ପାଣିରେ ଫସଲ ଧୋଇ ହୋଇ ନଷ୍ଟ ହେଉଛି । ଏଥିନେଇ ଏକ ପ୍ରତିନିଧି ଦଳର ନେତୃତ୍ୱ ନେଇ ଧର୍ମଶାଳାର ବିଭିନ୍ନ ପଂଚାୟତ ଗ୍ରସ୍ତ କରି ବି.ଜେ.ଡି ନେତା ସତୀଶ ବିଶ୍ୱାଳ ଉଦ୍‌ବେଗ ପ୍ରକାଶ କରିଛନ୍ତି । ଖରାଦିନେ ଜମିକୁ ଜଳ ଯୋଗାଇବା ସହ ବର୍ଷା ଦିନେ ଜମିରୁ ଜଳ ନିଷ୍କାସନ ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରକାଶ କରିଛନ୍ତି ।
ପ୍ରକାଶଥାଉକି, ଧର୍ମଶାଳା ବ୍ଲକର ପଟୁଣିଆ, ଆରୁହା, ମହିସରା, ସଂପାରୁ, ଜେନାପୁର, ବୃନ୍ଦାଦେଇପୁର, ରେଖିଦେଇପୁର ଆଦି ୧୦ଟି ପଂଚାୟତର ଥିବା ଖାଲୁଆ ଅଂଚଳକୁ ଗ୍ରସ୍ତ କରି ସେ ଚାଷୀଙ୍କ ସହ ବୁଡି ରହିଥିବା କ୍ଷେତକୁ ଯାଇ ଅନୁଧ୍ୟାନ କରିଥିଲେ । ପଟୁଣିଆ ପଂଚାୟତରେ ଶହ ଶହ ଏକର ଧାନ ଜମି ଉପରେ ବର୍ଷା ଜଳ ଲହଡି ମାରୁଥିବା ବେଳେ ଏହା ଏକ କୁତ୍ରିମ ନଦୀ ଭଳି ଏବେ ଦୃଶ୍ୟ ହେଉଛି । ଏହି ଅଂଚଳର ଲୋକେ ମୁଖ୍ୟତଃ ଚାଷ ଉପରେ ନିର୍ଭର କରୁଥିବା ବେଳେ ବର୍ଷା ଜଳରେ ଚଳିତ ବର୍ଷର ଧାନ ଫସଲ ସଂପୂର୍ଣ୍ଣ ପଚି ନଷ୍ଟ ହୋଇ ଯାଇଛି । ସମାଜସେବୀ ଗୁରୁଚରଣ ସାମଲଙ୍କ ନେତୃତ୍ୱରେ ଦୈତାରୀ ରାଉତ, କାଳନ୍ଦୀ ଚରଣ ବାରିକ, ହରିହର ରାଉତ, ନୀରଞ୍ଜନ ଗନ୍ତାୟତ, ଅଭୟ ରାଉତ ପ୍ରମୁଖ ଶତାଧିକ ଚାଷୀ ଏକାଠି ହୋଇ ସତୀଶଙ୍କୁ ପଟୁଣିଆ ପାଟ ବୁଲାଇ ଦେଖାଇବା ସହ ହାମଜାପୁର ଠାରୁ ବୁଦ୍ଧଲିଙ୍ଗ ପର୍ଯ୍ୟନ୍ତ ଘେରିବନ୍ଧ କରାଯିବାକୁ ଦାବୀ କରିଥିଲେ । ସେମାନଙ୍କ ଦାବୀ ଅନୁସାରେ ଏହି ଘେରି ବନ୍ଧ ହେଲେ ସେହି ବାଟ ଦେଇ ପାଣିକୁ ଅଟକା ଯିବା ସହ ଶଙ୍ଖ ଦେଇ ପାଣି ପୁନଶ୍ଚ ଶଗଡିଆ ନାଳ ଦେଇ ନଦୀକୁ ଚାଲି ଯାଇପାରନ୍ତା । ଏହାଛଡ଼ା ଏଠାରେ ଥିବା ଉଠା ଜଳସେଚନ ପ୍ରକଳ୍ପଗୁଡିକ ମଧ୍ୟରୁ ମାତ୍ର ଗୋଟିଏ କାର୍ଯ୍ୟକ୍ଷମ ଥିବା ବେଳେ ଅନ୍ୟଗୁଡିକ ଦୀର୍ଘ ବର୍ଷ ହେଲା ଅଚଳ ହୋଇପଡିଛି । ଏଥିପାଇଁ ଖରାଦିନେ ଚାଷୀ ମରୁଡିରେ ସର୍ବସ୍ୱ ହରାଉଛନ୍ତି । ସେହିପରି ଜେନାପୁର ଅଂଚଳରେ ବ୍ରହ୍ମପୁର ପାଟରେ ନଦୀ ପରି ପାଣି ଜମି ରହିଛି । ଏଠାରେ ଘାସିବର ପାଖରେ ଥିବା ମତଗୁଞ୍ଜର ନାଳର କବାଟ ଠିକ ଭାବେ କାମ କରୁ ନ ଥିବା ବେଳେ ପୋଲର ମୁହଁଟି ଅଣଓସାରିଆ ହୋଇ ରହିଛି । ଫଳରେ ଠିକ୍ ଭାବେ ଜଳ ନିଷ୍କାସିତ ହୋଇ ନ ପାରି ବର୍ଷା ପାଣି ଫସଲର ବ୍ୟାପକ କ୍ଷତି କରୁଛି । ଯେଉଁ ସମୟରେ ନିକଟସ୍ଥ ପାହାଡ ଗୁଡିକରୁ ପାଣି ଗଡି ଏଠାରେ ଜମି ରହୁଛି ସେହି ସମୟରେ ପାଣି ନିଷ୍କାସନ ହୋଇ ପାରୁନି ଏବଂ ହାଇଲେବୁଲ କେନାଲରେ ବି ସେହି ସମୟରେ ପାଣି ଭର୍ତି ହୋଇ ରହୁଥିବାରୁ ସମସ୍ୟା ଉତ୍କଟ ହେଉଛି । ଏଠାରେ ଖରାଦିନେ କିନ୍ତୁ କେନାଲରେ ପାଣି ରହୁ ନାହିଁ । କେନାଲରେ ଅନେକ ବେଳେ ଦଳ ଭର୍ତି ହୋଇ ରହୁଛି । ଫଳରେ ଖରାଦିନେ ଚାଷୀମାନେ ବର୍ଷ ବର୍ଷ ଧରି ଜଳକର ଦେଇ ମଧ୍ୟ ଜମିକୁ ଜଳ ପାଉନାହାନ୍ତି । ବୃନ୍ଦାଦେଇପୁର ଅଂଚଳରେ ଦଣ୍ଡସେଣା ନିକଟରେ ଥିବା ବଡନାଳ ଦୀର୍ଘବର୍ଷ ହେଲା ପୋତି ହୋଇ ପଡିଥିବା ବେଳେ ଏହାର ପୁନରୁଦ୍ଧାର କରାଯାଉ ନାହିଁ । କେତେକ ଲୋକ ଏହି ବଡ ନାଳକୁ ଜବର ଦଖଲ କରି ରଖିଛନ୍ତି । ଏଥିପାଇଁ ଖରାଦିନେ ଚାଷୀ ଜମିକୁ ଜଳ ନ ପାଇ ମରୁଡିରେ ସର୍ବସ୍ୱ ହରାଉଥିବା ବେଳେ ବର୍ଷାଦିନେ ବି ଜଳ ନିଷ୍କାସନ ହୋଇ ନ ପାରିବାରୁ ଧୋଇରେ ଫସଲ ହରାଉଛନ୍ତି । ଏହିସବୁ ସ୍ଥାନରେ ଚାଷୀମାନଙ୍କ ସହ ଶ୍ରୀ ବିଶ୍ୱାଳ ବିଲରେ ଅଂଟାଏ ପାଣି ଭିତରକୁ ଯାଇ ପରିସ୍ଥିତିର ଅନୁଧ୍ୟାନ କରିଥିଲେ । ପ୍ରତ୍ୟେକ ସ୍ଥାନରେ ଚାଷୀମାନେ ଫସଲ କ୍ଷତି ପାଇଁ ଆବଶ୍ୟକ କ୍ଷତପୁରଣ ପାଇଁ ଦାବି କରିଥିଲେ । ତେବେ ରାଜ୍ୟରେ କ୍ଷମତାସୀନ ନବୀନ ପଟ୍ଟନାୟକ ସରକାର ଚାଷୀଙ୍କ ସ୍ୱାର୍ଥରକ୍ଷା ପାଇଁ ସର୍ବଦା ଯତ୍ନଶୀଳ ଥିବାରୁ ଏଥିନେଇ ସେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ କିଭଳି ସରକାର ତ୍ୱରିତ ପଦକ୍ଷେପ ନେବେ ସେଥିପାଇଁ ସେ ଚେଷ୍ଟା କରିବେ ବୋଲି ସତୀଶ ଚାଷୀମାନଙ୍କୁ ପ୍ରତିଶୃତି ଦେଇଥିଲେ । ଏହା ସହ ଚାଷୀମାନଙ୍କୁ କ୍ଷୟକ୍ଷତିର ଆକଳନ କରାଯାଇ ତୁରନ୍ତ ସହାୟତା ପ୍ରଦାନ ସହ ପରବର୍ତି ଫସଲ ପାଇଁ ଆବଶ୍ୟକୀୟ ଋଣ, ସହାୟତା ରାଶି, ସାର, ବିହନ ଆଦି ଯୋଗାଇ ଦେବାକୁ ସେ ଦାବି କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close