ସମାଜସେବୀ ଚନ୍ଦ୍ରମଣି ସାମଲଙ୍କ ୭୩ତମ ଜନ୍ମୋତ୍ସବ ପାଳନ

ବ୍ୟାସନଗର, ତା ୧୬.୧୦.୨୨: ବ୍ୟାସନଗର ବରିଷ୍ଠ ନାଗରିକ ମଞ୍ଚର ସାଧାରଣ ସମ୍ପାଦକ ତଥା ବିଶିଷ୍ଟ ସମାଜସେବୀ ଚନ୍ଦ୍ରମଣି ସାମଲଙ୍କ ୭୩ତମ ଜନ୍ମଦିନ ଆଜି ବରିଷ୍ଠ ନାଗରିକ ମଞ୍ଚ,ପତଞ୍ଜଳୀ ଯୋଗ ସମିତି ଏବଂ କଳିଙ୍ଗନଗର ପୁସ୍ତକ ମେଳା କମିଟି ତରଫରୁ ସହରର ଦୁଇଟି ସ୍ଥାନ ବରିଷ୍ଠ ନାଗରିକ ମଞ୍ଚ କାର୍ଯ୍ୟାଳୟ ଏବଂ ହୋଟେଲ ଭୀମସେନ ପ୍ୟାଲେସ୍ ଠାରେ ପାଳନ ହୋଇ ଯାଇଛି। ବରିଷ୍ଠ ନାଗରିକ ମଞ୍ଚ ଓ ପତଞ୍ଜଳୀ ଯୋଗ ସମିତି ଉଭୟ ସଂଗଠନ ତରଫରୁ ପାଳନ ହେଉଥିବା ଜନ୍ମୋତ୍ସବ କାର୍ଯ୍ୟକ୍ରମରେ‌ ମଞ୍ଚର କାର୍ଯ୍ୟକାରୀ ସଭାପତି ଡ଼ଃ ନୃସିଂହ ଚରଣ ପରିଡା ଅଧ୍ୟକ୍ଷତା କରିଥିଲେ। ପ୍ରାରମ୍ଭରେ ସମାଜସେବୀ ଚନ୍ଦ୍ରମଣି ସାମଲଙ୍କୁ ପୁଷ୍ପମାଲ୍ୟ ଓ ଉତ୍ତରୀୟ ଦେଇ ଜନ୍ମ ଦିନର ଶୁଭେଚ୍ଛା ଜଣାଯିବା ପରେ ସାମ୍ବାଦିକ ଜ୍ଞାନରଞ୍ଜନ ରାଉତ ଅତିଥି ପରିଚୟ କରିଥିଲେ। ମୁଖ୍ୟଅତିଥି ଜିଲ୍ଲା କ୍ରିଡା ସଂସଦର କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ପୌରାଧ୍ୟକ୍ଷ ରସାନନ୍ଦ ମହାନ୍ତି , ଉଦଘାଟକ ପୌରପରିଷଦ ଉପାଅଧ୍ୟକ୍ଷ ସୁବାସ ଚନ୍ଦ୍ର ବଳ, ସମ୍ମାନିତ ଅତିଥି ସ୍ଥାନୀୟ କାଉନସିଲର ମଣିନ୍ଦ୍ର କୁମାର ସାହୁ, ବିଶିଷ୍ଟ ଅତିଥି ବରିଷ୍ଠ ସାମ୍ବାଦିକ ଚିନ୍ତାମଣି ପାଢୀ ଏବଂ ଯୋଗ ପ୍ରଶିକ୍ଷକ ବଟକୃଷ୍ଣ ପ୍ରଧାନ ସମାଜସେବୀ ଶ୍ରୀ ସାମଲଙ୍କ ଜନହୀତକର କାର୍ଯ୍ୟ ଓ ବହୁମୁଖି ପ୍ରତିଭା ସମ୍ପର୍କରେ ଆଲୋକପାତ କରିବା ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଠାରେ ତାଙ୍କର ଦୀର୍ଘ ଜୀବନ କାମନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବ୍ୟାସନଗର କଲେଜ ପୂର୍ବତନ ଅଧ୍ୟକ୍ଷ ରବିନାରାୟଣ ପଣ୍ଡା, ଅଶ୍ବିନୀ କୁମାର ଦାସ,ପ୍ରଫୁଲ୍ଲ କୁମାର ନାୟକ, ହେମନ୍ତ କୁମାର ଧୀର, ସନାତନ ମଲ୍ଲିକ,ବଟକୃଷ୍ଣ ନାୟକ,ଲମ୍ବୋଦର ମଲ୍ଲିକ, ସନ୍ଧ୍ୟାରାଣୀ ଜେନା, କୁନି ପୁହାଣ,କୈଳାସ ଚନ୍ଦ୍ର ବେହେରା, ବିନୋଦିନୀ ବଳ, ରାଜେନ୍ଦ୍ର ପାଣିଗ୍ରାହୀ,ବିଭିଷଣ ନାୟକ, ସୁରେଶ କୁମାର ଭାରତୀ,ଗଣନାଥ ମହାରଣା ପ୍ରମୁଖ ସମାଜସେବୀ ଶ୍ରୀ ସାମଲଙ୍କ ନିଃସ୍ଵାର୍ଥପର ସମାଜସେବାକୁ ଭୂୟସୀ ପ୍ରଶଂସା କରିବା ସହିତ ତାଙ୍କ ଆଦର୍ଶମୟ ଜୀବନ ଆଗାମୀ ଯୁବପିଢୀଙ୍କୁ ନିଶ୍ଚୟ ପ୍ରେରଣା ଯୋଗାଇବ ବୋଲି କହିଥିଲେ। ନିଜ ଜନ୍ମଦିନକୁ ପାଳନ କରିଥିବାରୁ ଉଭୟ ସଂଗଠନର ସମସ୍ତ କର୍ମକର୍ତ୍ତାଙ୍କୁ ସମାଜସେବୀ ଶ୍ରୀ ସାମଲ କୃତଜ୍ଞତା ଜଣାଇବା ସହିତ ଆଶିର୍ବାଦ କାମନା କରିଥିଲେ ଏବଂ ଉପସ୍ଥିତ ଦଶ ଜଣ ଗରିବ ମହିଳାଙ୍କୁ ନୂତନ ଶାଢୀ ବଣ୍ଟନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପ୍ରଧ୍ୟାପକ ଡଃ ନିକୁଞ୍ଜ ବିହାରୀ ଧଳ, ଶତାୟୁ ପୁରୁଷ ଗିରିଧାରୀ ବାରିକ, ପ୍ରଫୁଲ୍ଲ କୁମାର ସାହୁ, ଘନଶ୍ୟାମ ରାଉତ, ଶଙ୍କର୍ଷଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ମହେଶ୍ୱର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ଅପରାହ୍ନରେ କଳିଙ୍ଗନଗର ପୁସ୍ତକ ମେଳା କମିଟି ତରଫରୁ ସଭାପତି ବିଦ୍ୟାଧର ମହାନ୍ତିଙ୍କ ଅଧ୍ୟକ୍ଷତାରେ ହୋଟେଲ ଭୀମସେନ ପ୍ୟାଲେସ୍ ଠାରେ ଜନ୍ମ ଦିନ ପାଳନ କରାଯାଇଥିଲା। ସର୍ବଶ୍ରୀ ଚନ୍ଦ୍ରମଣି ସାମଲ, କମିଟି ଉପସଭାପତି ହୃଷିକେଶ ସାହୁ,ଆଡଭୋକେଟ୍ ବିବେକାନନ୍ଦ ମହାନ୍ତି, କବୟିତ୍ରୀ ବ୍ରଜେଶ୍ବରୀ ସିଂ, ଶିକ୍ଷୟିତ୍ରୀ ଯୁଗପ୍ରଭା ସାବତ, ବ୍ୟାସନଗର କଲେଜ ଅଧ୍ୟକ୍ଷ ଡ଼ଃ କୁଶଧ୍ବଜ ପ୍ରଧାନ, ଅଧ୍ୟାପକ ଡଃ ଅକ୍ଷୟ କୁମାର ପଣ୍ଡା, ସାମ୍ବାଦିକ ପବିତ୍ର ରଞ୍ଜନ ମହାନ୍ତି ଓ ଜ୍ଞାନରଞ୍ଜନ ରାଉତ, ଶିକ୍ଷକ ଅଶ୍ବିନୀ କୁମାର ଦାସ ଓ ବିକାଶ ଦାସ ପ୍ରମୁଖ ଉପସ୍ଥିତ ରହି ଶ୍ରୀ ଚନ୍ଦ୍ରମଣି ସାମଲଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରିଥିଲେ ।
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close