ବର୍ଷୀୟାନ ଅଭିନେତ୍ରୀ ଝରଣା ଦାସଙ୍କ ଦେହାନ୍ତ

ଭୁବନେଶ୍ୱର; ୦୨/୧୨ (ନି ପ୍ର ) : ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ। ଓଲିଉଡ ଜଗତରେ ପୁଣି ଏକ ଦୁଃଖର ଛାୟା ଖେଳିଗଲା। କଟକ ଚଣ୍ଡୀରୋଡ ସ୍ଥିତ ବାସଭବନରେ ୮୨ ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଛି। ଏକାଧିକ ଓଡିଆ ଫିଲ୍ମରେ  ସେ ଅଭିନୟ କରି ଖ୍ୟାତି ଅର୍ଜ୍ଜନ କରିଥିଲେ। ମଲାଜହ୍ନ, ଅଦିନ ମେଘ ଭଳି ଅନେକ ଫିଲ୍ମରେ ଅଭିନୟ କରି ସେ ଦର୍ଶକଙ୍କ ହୃଦୟ ଜିଣିଥିଲେ।ତାଙ୍କ  ମୃତ୍ୟୁ ଖବର ପରେ ବିଭିନ୍ନ ମହଲରେ ଶୋକର ଛାଇ ଖେଳିଯାଇଛି। ସେପଟେ ତାଙ୍କର ଶେଷ ଦର୍ଶନ କରୁଛନ୍ତି ବହୁ କଳାକାର ।୧୯୪୫ ମସିହାରେ କଟକର ଚାନ୍ଦିନି ଚୌକରେ ଝରଣା ଦାସଙ୍କ ଜନ୍ମ । ସମେସ୍ତ ତାଙ୍କୁ ଶ୍ରଦ୍ଧାରେ ଡାକୁଥିଲେ ଝୁମୁ । ଝରଣାଙ୍କ ଘରେ ସେମାନେ ଥିଲେ ଦଶ ଭାଇ ଭଉଣୀ । ବିନା ତାଲିମରେ ସ୍କୁଲରେ ପଢୁଥିବା ସମୟରେ ଆକାଶବାଣୀ କଟକର ‘ଶିଶୁ ସଂସାର’ କାର୍ଯ୍ୟକ୍ରମ ରେ ଭାଗ ନେଉଥିଲେ ।ଓଡ଼ିଶୀ ନୃତ୍ୟଗୁରୁ କେଳୁଚରଣ ମହାପାତ୍ରଙ୍କଠାରୁ ନୃତ୍ୟ ଶିକ୍ଷା କରିଥିଲେ ଝରଣା ଦାସ । ଫଟୋଗ୍ରାଫର ଦୀପକ ଦାସଙ୍କୁ ବିବାହ କରିଥିଲେ ଝରଣା । ୧୯୬୪ ମସିହାରେ ନିର୍ମିତ କଥାଚିତ୍ର ଅମଡା ବାଟ ମାଧ୍ୟମରେ ଓଡ଼ିଆ କଥାଚିତ୍ର ଜଗତରେ ପାଦ ଥାପିଥିଲେ ଝରଣା । ୧୯୬୫ ମସିହାରେ ନିର୍ମିତ ଚଳଚ୍ଚିତ୍ର ମଲାଜହ୍ନରେ ସତୀ ଭୂମିକାରେ ଅଭିନୟ କରି, ସେ ହାସଲ କରିଥିଲେ ଲୋକପ୍ରିୟତା ।ବେତାରରୁ କ୍ୟାରିୟର୍‌ ଆରମ୍ଭ କରିଥିଲେ ଏହି ସ୍ୱନାମଧନ୍ୟ ଅଭିନେତ୍ରୀ । ଦିନ ଥିଲା ଝରଣାଙ୍କ ସ୍ୱର ଶୁଣିଲେ ହିଁ ନିଦ ଭାଙ୍ଗୁଥିଲା ସବୁ ଓଡ଼ିଆଙ୍କୁ ବାନ୍ଧି ରଖିଥିଲା ଝରଣାଙ୍କ ସ୍ୱର । ଆଉ ବେତାରରେ ଲୋକପ୍ରିୟ ହେବାପରେ ଷାଠିଏ ଦଶକରେ ସେ ସିନେ ଜଗତରେ ପାଦ ଥାପିଥିଲେ । ତାଙ୍କର ଚମତ୍କାର ସ୍ୱର ଓ ବଳିଷ୍ଠ ଅଭିନୟ ଦର୍ଶକଙ୍କୁ ବାନ୍ଧି ରଖୁଥିଲା । ବାପା, ଦାଦା ସମସ୍ତେ କଳା ଓ ସଙ୍ଗୀତର ସାଧକ ଥିଲେ । ଆଉ ମା’ ଲେଖୁଥିବା ନାଟକରେ ସମସ୍ତେ ମିଶି ଅଭିନୟ କରୁଥିଲେ । ପିଲାଟି ଦିନରୁ ତାଙ୍କର ପ୍ରତିଟି ରକ୍ତ କଣିକାରେ ଅଭିନୟର ରଙ୍ଗ ଯେପରି ଭରିରହିଥିଲା ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close