ଦାନଗଦି ବ୍ଲକର ଟୋଲକାନୀ ସ୍ଥିତ ଝାଡ଼େଶ୍ୱର ଜୁନିୟର କଲେଜରେ ବିଶ୍ୱ ଏଡ୍‌ସ ଦିବସ ପାଳିତ

ଦାନଗଦି,୦୧/୧୨(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲା ଦାନଗଦି ବ୍ଲକର ଟୋଲକାନୀ ଠାରେ ଥିବା ‘ଝାଡ଼େଶ୍ୱର ଜୁନିୟର କଲେଜ’ରେ ଆଜି ଗୁରୁବାର ପୂର୍ବାହ୍ନରେ ‘ବିଶ୍ୱ ଏଡ୍‌ସ ଦିବସ’ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. ଯୁଗଳ କିଶୋର ହୋତାଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ‘ସମ୍ବାଦ’ର ଯାଜପୁର ଜିଲ୍ଲା ମୁଖ୍ୟ ପ୍ରତିନିଧି ସଂଗ୍ରାମ କେଶରୀ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିôବା ବେଳେ ସ୍ଥାନୀୟ ଗୋବର୍ଦ୍ଧନପୁର ମେଡିକାଲର ଅଧିକାରୀ ଡ଼ା. ପ୍ରତିଭା ପ୍ରିୟଦର୍ଶୀନି ରାଉତ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ, କଲେଜର ଶିକ୍ଷା ବିଭାଗର ପ୍ରଧ୍ୟାପକ ଡ଼ଃ. ତନ୍ମୟୀ ପାଠୀ ଯୋଗ ଦେଇଥିଲେ । ଅତିଥିମାନେ ଏଚ.ଆଇ.ଭି ସଂକ୍ରମଣ ଜନିତ ବିଶ୍ୱ ମହାମାରୀ ‘ଏଡ୍ସ’ର ଭୟାବହତା ଉପରେ ଚିନ୍ତାପ୍ରକଟ କରି ଏହାର ଦୂରୀକରଣ ନିମନ୍ତେ ସଚେତନତାକୁ ସର୍ବାଗ୍ରେ ଗୁରୁତ୍ୱ ଦେବାକୁ ଅନୁରୋଧ କରିଥିଲେ । କଲେଜ ଓ ବିଶ୍ୱ ବିଦ୍ୟୃାଳୟ ସ୍ତରରେ ଏଥି ନିମନ୍ତେ ବ୍ୟାପକ ସଚେତନତା ସୃଷ୍ଟି ଅତୀବ ଜରୁରୀ ହୋଇ ପଡ଼ିଥିବାରୁ ପାଠ୍ୟ ଖସଡ଼ାରେ ଏହାକୁ ଅର୍ନ୍ତଭୁକ୍ତ କରିବାକୁ ମତପ୍ରକାଶ କରିଥିଲେ । ସଚେତନତା ଦ୍ୱାରା ଏହି ମହାମାରୀକୁ ଅନେକାଂଶରେ ପ୍ରଶମିତ କରାଯାଇ ପାରିବ ଏବଂ ସରକାର ଏ ଦିଗରେ ଯତ୍ନଶୀଳ ଉଦ୍ୟମ ଜାରୀ ରଖିଥିବାର ସୂଚନା ଦେଇଥିଲେ । ଓଡ଼ିଶାରେ ପ୍ରତି ୦୪ ବର୍ଷରେ ରୋଗର ସଂକ୍ରମଣ ଦ୍ୱିଗୁଣିତ ହୋଇ ଚାଲିଥିବା ବେଳେ ରାଜ୍ୟର ୦୬ଟି ଜିଲ୍ଳା ଯଥା-ଅନୁଗୁଳ, ଖୋର୍ଦ୍ଧା, କଟକ, ଗଂଜାମ, କୋରାପୁଟ, ସମ୍ବଲପୁର ଆଦି ଏଡ୍ସ ପ୍ରବଣ ଜିଲ୍ଲା ଭାବେ ଚିହ୍ନଟ ହୋଇଛି । ଗଂଜାମ ଜିଲ୍ଲାରେ ସର୍ବାଧିକ ୧୭,୦୯୩ ଜଣ ବ୍ୟକ୍ତି ସଂକ୍ରମିତ ଥିବା ବେଳେ ୨ୟ ସଂକ୍ରମିତ ଜିଲ୍ଲା ଭାବେ କଟକରେ ୭,୬୮୦ ଜଣ ଏବଂ ସର୍ବନିମ୍ନ ସଂକ୍ରମିତ ଜିଲ୍ଳା ଭାବେ ବୌଦ୍ଧରେ ୧୦୨ ଜଣ ସଂକ୍ରମିତ ଥିବାର ଦର୍ଶାଇ ଏହାର ଅଧିକ ସଂକ୍ରମଣ ନ ହେବା ପାଇଁ ସରକାର, ସ୍ୱେଚ୍ଛାସ୍ୱେବୀ ସଂଗଠନ, ଶିକ୍ଷାନୁଷ୍ଠାନ, ବେସରକାରୀ ସଂଗଠନ ଆଦି ଯେଝାଯେଝା ସ୍ତରରେ ଉଦ୍ୟମ ଜାରୀ ରଖିବା ଉଚିତ ବୋଲି ମତପୋଷଣ କରିଥିଲେ । କଲେଜର ଛାତ୍ରୀମାନେ ଦେଶାତ୍ମବୋଧକ ସଂଗୀତ ଗାନ କରିଥିବା ବେଳେ ଶିକ୍ଷା ବିଭାଗର ଅଧ୍ୟାପକ ଡ଼ଃ. କ୍ଷୀରୋଦ ଚନ୍ଦ୍ର ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ । ଯୁବ ରେଡ଼କ୍ରସ କାଉନସେଲର ତଥା ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପକ ଡ଼ଃ. ଅକ୍ଷୟ କୁମାର ପଣ୍ଡା ରୋଗ ସଂକ୍ରମଣର ଆରମ୍ଭ, ସାମ୍ପ୍ରତିକ ସ୍ଥିତି ସର୍ବୋପରି ଏହାର ନିରାକରଣ ପାଇଁ ବ୍ୟାପକ ଜନସଚେତନତା ସୃଷ୍ଟି ଅପରିହାର୍ଯ୍ୟ ବୋଲି ପରିସଂଖ୍ୟାନ ସହ ତଥ୍ୟମୂଳକ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାଧ୍ୟାପକ ମନୋଜ କୁମାର ମିଶ୍ର, କୁଷ୍ଣଚନ୍ଦ୍ର ମହାନ୍ତ, ଅଧ୍ୟାପିକା ମୀରାମ୍ବିକା ସାହୁ, ପ୍ରଣତି ମହାନ୍ତି, ନିତୁ ସାହୁ, ଅଧ୍ୟାପକ ଶ୍ରୀମନ୍ତ ନାୟକ, ଖଗେଶ ଜେନା, ସାମ୍ବାଦିକ ହରିହର ବାରିକ, ପିତବାସ ଭୂୟାଁ, ସମାଜସେବୀ ରସାନନ୍ଦ ଦାସ, କଲେଜର କର୍ମଚାରୀ ଯଥା-ମୁଖ୍ୟ କରିଣୀ ସୁକାନ୍ତ କୁମାର ସାହୁ, ଅବନି ମହାରଣା, ନାରାୟଣ ଚନ୍ଦ୍ର ସାହୁ, ସୁଶାନ୍ତ ପଣ୍ଡା, ସତ୍ୟଭାମା ସାହୁ, ଡି.ଇ.ଓ ସୁଷମାରାଣୀ ସାହୁ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଶେଷରେ ଅଧ୍ୟାପକ ରଂଜନ କୁମାର ଖଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close