ବ୍ୟାସନଗର ମହିଳା ବିଜେଡ଼ି ନେତ୍ରୀଙ୍କ ଧଳା ଜହର ବେପାର, ୩୦ ଗ୍ରାମ ବ୍ରାଉନ ସୁଗାର ସହ ଧରାହେଲେ

ଯାଜପୁର,୨୬/୧୧(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଂଚଳର ରାଜନୀତି ଗତ କିଛି ଦିନ ହେଲା ବେଶ ସରଗରମ ହେବାରେ ଲାଗି ଥିବା ବେଳେ କିଛି ସ୍ଥାନୀୟ ଶାସକ ଦଳର ନେତ୍ରୀଙ୍କ କାରନାମା ପାଇଁ ଦଳ ନିନ୍ଦିତ ହେବାରେ ଲାଗିଛି । ତଥାପି ନେତାଏ ଚେତୁ ନ ଥିବାର କୁହାଯାଉଛି । ଦିନ ଥିଲା ଭଲ ଲୋକଙ୍କୁ ରାଜନୀତିରେ ସାମିଲ କରିବା ପାଇଁ ନେତାଏ ଚେଷ୍ଟା କରୁଥିଲେ । ଏବେ ଦେଖାଯାଉଛି, ଯେଉଁମାନେ ଉପରେ ପଡ଼ୁଛନ୍ତି ସେମାନଙ୍କୁ ନେତା ପସନ୍ଦ କରୁଛନ୍ତି ଓ ଦାୟିତ୍ୱ ବି ଦେଉଛନ୍ତି । ଭଲ ଲୋକଙ୍କୁ କି ସମାଜସେବା ପାଇଁ ୫୦୦ଟଙ୍କା ପକେଟରୁ ବାହାର କରୁ ନ ଥିବା ନେତାଏ କିପରି ମାୟାରେ ପଡ଼ି କୋଟି କୋଟି ଅଜାଡ଼ି ଦିଅନ୍ତି ତାହା ଅର୍ଚ୍ଚନା ନାଗ ଘଟଣାରୁ ସ୍ପଷ୍ଟ ହୋଇଛି । କିଛି ଦିନ ତଳେ ଆଉ ଜଣେ ନ୍ୟୁଜ୍ ସଂପାଦିକା ତାଙ୍କ ପାଲରେ ପ୍ରବାବଶୀଳ ଅଧିକାରୀ ଓ ନେତାଙ୍କୁ ପାଲରେ ପକାଇ ଘୃଣିତ ଅବସ୍ଥାରେ ଗିରଫ ହୋଇ ଏବେ ଘଣା ପେଲୁଛନ୍ତି । ଗତ କିଛି ମାସ ହେଲା ଦେଖାଯାଉଛି କି, କମ ଅଭିଜ୍ଞତା ଥିବା ସତ୍ୱେ କିଛି ମହିଳାଙ୍କୁ କେଉଁ ମାନ ଦଣ୍ଡରେ ଭଳ ପଦବୀ ଅନାୟସରେ ମିଳିପାରିଛି ତା’କୁ ନେଇ ବୁଦ୍ଧିଜୀବୀ ମହଲରେ ଓ ଜନଅନ୍ତସ୍ରୋତରେ ଚର୍ଚ୍ଚା କୁହୁଳି ଚାଲିଛି । ଏହାର କାରଣ ‘ଲୁଚିଛି ନା ଗୋଡ଼ ଦିଟା ଦିଶୁଛି’ ଭଳି ବୋଲି କେତେକ କହନ୍ତି ।
       ଗତ କାଲି ରାତ୍ରୀରେ ଆଉ ଏକ ଅଭାବନୀୟ ଘଟଣା ଘଟିଛି ବ୍ୟାସନଗର ପୈାରାଂଚଳରେ ! ସ୍ଥାନୀୟ ୧୯ ନଂ. ୱାର୍ଡ଼ର ଶାସକ ଦଳର ଜଣେ ମହିଳା ନେତ୍ରୀଙ୍କ ଘରେ ଯାଜପୁର ଅବକାରୀ ବିଭାଗର ପ୍ଲାଇଁ ସ୍କ୍ୱାର୍ଡ ରେଡ଼ କରି ତାଙ୍କ ଘରୁ ୩୦ଗ୍ରାମ ଓଜନର ମୂଲ୍ୟବାନ ବ୍ରାଉନସୁଗାର ଜବତ କରିଛି । ସେ ଲୁଚାଛପା ଭାବେ ଏହି ଧଳା ଜହର ବେପାର କରିଆସୁଥିବାର ଖବର ଅବକାରୀ ବିଭାଗ ନିକଟରେ ଆଗରୁ ଥିଲା । ସେହି ଆଧାରରେ ଏହି ରେଡ଼ କରାଯାଇଥିବାର ଜଣାଯାଇଛି । ତାଙ୍କ ହାଣ୍ଡି ମଧ୍ୟରେ ଏହାକୁ ଲୁଚାଇ ରଖିଥିଲେ ବୋଲି ଜଣାଯାଇଛି । ଏହି ଘଟଣା ଜଣାପଡିବା ପରେ ତାଙ୍କର ନେତାଙ୍କ ସହ ଥିବା କେତେକ ଫଟୋ ସୋସିଆଲ ମିଡିଆ ଓ ୱାଟସପ୍‌ରେ ଆଜି ଦିନ ତମାମ ଘୁରି ବୁଲୁଛି । ଏହା ସ୍ଥାନୀୟ ରାଜନୀତିକୁ ଆହୁରି ବିଷାକ୍ତ କରିଛି ବୋଲି କୁହାଯାଉଛି !

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close