ଯାଜପୁରର କୋରାଇ ରେଳ ଦୁର୍ଘଟଣା ଅନ୍ତରାଳେ: ୦୩ଜଣଙ୍କ ମୃତ୍ୟୁ, ୪ରୁ ଅଧିକ ଆହତ

ଯାଜପୁରୋଡ,୨୧/୧୧(ଦୁଷ୍ମନ୍ତ କୁମାର ରାଉତଙ୍କ ଠାରୁ): ଯାଜପୁର ଜିଲ୍ଲାର ପ୍ରମୁଖ ଯାଜପୁର-କେଉଁଝର ରେଳ ଷ୍ଟେସନ ନିକଟବର୍ତୀ କେରାଇ ରେଳ ଷ୍ଟେସନ ନିକଟରେ ଆଜି ଘଟିଛି ଏକ ବିରଳ ରେଳ ଦୁର୍ଘଟଣା! ଏକ ମାଲବାହୀ ଟ୍ରେନ ତା’ର ୫୪ଟି ବଗି ନେଇ ସବୁଜ ସଂକେତ ପାଇ ଅତି ଦୃତ ବେଗେରେ ଭଦ୍ରଖ ଆଡ଼ୁ ଯାଜପୁର-କେଉଁଝରରୋଡ଼ ଆଡ଼କୁ ଯାଉଥିବା ବେଳେ ହଠାତ୍ ଘଟିଥିଲା ଅତୀବ ବିସ୍ମୟକର ତଥା ଦୁଃଖଦ ଦୁର୍ଘଟଣା । ଆଗର କିଛି ବଗି ଷ୍ଟେସନ ପାର ହୋଇ ଯାଉଥିବା ବେଳେ ହଠାତ୍ ୮-୧୦ଟି ମଝି ବଗି ଲାଇନଚ୍ୟୁତ ହୋଇ ଉପରକୁ ମାଡି ଆସିଥିଲା । ଅକସ୍ମାତ୍ ବଗିଗୁଡିକ ଷ୍ଟେସନ ଆଡ଼କୁ ମାଡି ଆସିବା ସହ ଉପରକୁ ଉଡ଼ିବା ଭଳି ଦେଖାଯାଇଥିଲା । ଏଥିରେ ଷ୍ଟେସନରେ ଥିବା ଟିକେଟ କାଉଂଟର, ଯାତ୍ରୀ ବିଶ୍ରାମ ଘର, ଫୁଟ ଓଭର ବ୍ରିଜ୍ ଆଦିର ପ୍ରଭୂତ କ୍ଷତି ଘଟିଛି । ଟ୍ରେନଟି ଯେପରି ଭାରସାମ୍ୟ ହରାଇ ମୁଣ୍ଡବୁଲା ଭାବେ ଷ୍ଟେସନ ଉପରକୁ ମାଡି ଆସିଲା ତାହା ଭାରତବର୍ଷରେ ପୂର୍ବରୁ ଘଟିଯାଇଥିବା ଯେକୈାଣସି ଦୁର୍ଘଟଣା ଠାରୁ ଭିନ୍ନ ହୋଇଥିବାରୁ ଏହାକୁ ବିରଳ ଟ୍ରେନ ଦୁର୍ଘଟଣା ବୋଲି କୁହାଯାଉଛି । ପୁନଶ୍ଚ, ସାମନା ପଟୁ ଧକ୍କା ନ ଖାଇ ନିଜ ଲାଇନରେ ଯାଉଥିବା ଏକ ଟ୍ରେନ କାହିଁକି ଏପରି ଅସମ୍ଭବ ଭଳି ଲାଗୁ ଥିବା ଦୁର୍ଘଟଣାର ଶିକାର ହେଲା ତା’କୁ ନେଇ ବିଭିନ୍ନ ପ୍ରକାରର ଆଲୋଚନା ହେଉଛି । କୁହାଯାଉଛି, ଏହି ରୁଟରେ କିଛି ଜାଗାରେ ଲାଇନରେ ସ୍ଲିପର ଠିକ ଭାବେ ସେଟିଂ କରାଯାଉ ନାହିଁ । ସେଥିପାଇଁ ଟ୍ରାକ୍‌ରେ ସମସ୍ୟା ରହୁଛି । ଏହାଛଡ଼ା ଗାଡ଼ିଟି ଆବଶ୍ୟକତା ଠାରୁ ଅଧିକ ବେଗରେ ଯାଉଥିଲା । ଏହାର କବାଟ ଖୋଲା ରହିଥିଲା । କିଛି ବଗି ଗଲା ପରେ ଖୋଲା କବାଟ ପ୍ଲାଟଫର୍ମରେ ବାଡ଼େଇ ହେବାରୁ ଭାରସାମ୍ୟ ରକ୍ଷା କରିବାରେ ସମସ୍ୟା ହେବାରୁ ଟ୍ରାକରେ ପ୍ରଚଣ୍ଡ ବେଗରେ ବାଡ଼େଇ ହୋଇ ଟ୍ରାକ ଭାଙ୍ଗିଯିବାରୁ ବଗିଗୁଡିକ ଲାଇନଚ୍ୟୁତ ହୋଇଥିଲା । ଦୁର୍ଘଟଣାରେ ୦୩ ଜଣ ମହିଳା ପ୍ରାଣ ହରାଇଥିବା ବେଳେ ଜଣେ ୦୩ମାସର ଶିଶୁ ସୈାଭାଗ୍ୟକ୍ରମ ନିଶ୍ଚିତ ବଡ଼ ଦୁର୍ଘଟଣାରୁ ରକ୍ଷା ପାଇବା ଘଟଣା ଆଲୋଚ୍ୟର ବିଷୟ ପାଲଟିଛି । ଯାଜପୁର-କେଉଁଝର ରୋଡ଼ ପାଖାପାଖି ଅଂଚଳରେ ଲାଇନର ରକ୍ଷଣାବେକ୍ଷଣ ଖାମଖିଆଲି ଭାବେ ହେଉଥିବାର ଅଭିଯୋଗ ହେଉଛି । 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close