ଯାଜପୁର ଜିଲ୍ଲା କୋରେଇ ରେଳ ଷ୍ଟେସନରେ ମାଲବାହି ଟ୍ରେନ ଦୁର୍ଘଟଣା

ଯାଜପୁର; ୨୧/୧୧(ବସନ୍ତ କୁମାର ପାତ୍ରଙ୍କ ଠାରୁ ): ଏକ ଦୁଃଖଦ ଖବର ଆଜି ସକାଳେ ଯାଜପୁର ଜିଲ୍ଲା କୋରେଇ ରେଳ ଷ୍ଟେସନରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଥିଲା । ପ୍ରାୟ ୬ଟା ୪୦ମି ସମୟରେ ବୈତରଣୀ ରୋଡ ପଟୁ ଯାଜପୁର ରୋଡ ଆଡ଼କୁ ଯାଉଥିବା ଏକ ଖାଲି ମାଲବାହୀ ଟ୍ରେନ ହଠାତ ଲାଇନ ଚ୍ୟୁତ ହୋଇ ପ୍ଳାଟଫର୍ମ ଉପରକୁ ଚଢି ଯାଇଥିଲା । ପ୍ରାୟ ୨୦ଟି ବଗି ପ୍ଲାଟଫର୍ମ ଉପରକୁ ଚାଲି ଆସିଥିଲା । ଏହି ସମୟରେ ଟ୍ରେନକୁ ଅପେକ୍ଷା କରି ଛିଡ଼ା ହୋଇଥିବା କିଛି ଯାତ୍ରୀଙ୍କ ଉପରେ ଟ୍ରେନଟି ଚଢି ଯାଇଥିଲା । ସଙ୍ଗେସଙ୍ଗେ ସ୍ଥାନୀୟ ଲୋକ ଓ ରେଳ କର୍ମଚାରୀ ଲୋକଙ୍କୁ ଉଦ୍ଧାର କରିଥିଲେ। ରେଲୱେ ପକ୍ଷରୁ ଜରୁରୀକାଳୀନ ସହାୟତା ନମ୍ବର ଜାରି କରାଯାଇଛି ।
କୋରେଇ ଷ୍ଟେସନ ସହାୟତା ନମ୍ବର – ୮୪୫୫୮୮୯୯୦୫
ଖୋର୍ଦ୍ଧା ରୋଡ୍‍ କଣ୍ଟ୍ରୋଲ ରୁମ୍‍ ନମ୍ବର ୦୬୭୪-୨୪୯୨୨୪୫
ଭୁବନେଶ୍ୱର ସହାୟତା ନମ୍ବର ୦୬୭୪- ୨୫୩୪୦୨୦
     ଏହି ଘଟଣା ପରେ  ଏହି ଲାଇନରେ ୮ ଟ୍ରେନ ବାତିଲ  କରାଯାଇ୧୨ଟି ମାର୍ଗ ପରିବର୍ତ୍ତନ କରାଯାଇଛି। ଏ ନେଇ ସୂଚନା ଦେଇଛନ୍ତି ପୂର୍ବତଟ ରେଲୱେ ମୁଖ୍ୟ ଜନ ସମ୍ପର୍କ ଅଧିକାରୀ ।
୫ଟି ଟ୍ରେନ ଆଂଶିକ ବାତିଲ, ୧୨ଟି ଟ୍ରେନରେ ମାର୍ଗ ପରିବର୍ତ୍ତନ । ରେଷ୍ଟୋରେସନ ପାଇଁ ପ୍ରାୟ ୧୨ ଘଣ୍ଟା ସମୟ ଲାଗିବ ବୋଲି କୁହାଯାଉଛି।ସମ୍ବଲପୁର ରୁଟ୍ ଦେଇ ଟ୍ରେନ୍ ଚଳାଚଳ ବ୍ୟବସ୍ଥା କରାଯାଉଛି ବୋଲି ଜଣାପଡ଼ିଛି।  ଦୁର୍ଘଟଣା ରେ ମୃତ୍ୟୁବରଣ କରିଥିବା ଓ ଆହତଙ୍କ ପରିବାର ଙ୍କୁ ସହାୟତା ରାଶି ଘୋଷଣା କରିଛି ରେଳ ବିଭାଗ । ମୃତକଙ୍କ ପରିବାର ଲୋକଙ୍କୁ ୫ଲକ୍ଷ ଟଙ୍କା ଦେବ ରେଳ ବିଭାଗ । ଗୁରୁତର ଆହତ ହୋଇଥିବା ଲୋକଙ୍କୁ ମିଳିବ ୧ଲକ୍ଷ ଟଙ୍କାର ସହାୟତା । ସାମାନ୍ୟ ଆହତଙ୍କୁ ୨୫ହଜାର ଟଙ୍କାର ଆର୍ଥିକ ସହାୟତା ଘୋଷଣା କରାଯାଇଛି ।
ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେପି ନେତା ବୈଜୟନ୍ତ ପଣ୍ଡା  ଏ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି । ମାଲବାହୀ ଟ୍ରେନ ଲାଇନଚ୍ୟୁତ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ସମସ୍ତ ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close