ଯାଜପୁର ଯୁବ ସାମ୍ବାଦିକ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

ବ୍ୟାସନଗର;୧୭/୧୧ (ନି ପ୍ର ): ଯାଜପୁର ଜିଲ୍ଲା ବ୍ୟାସନଗର ଯୁବ ସାମ୍ବାଦିକ ପକ୍ଷରୁ ଜାତୀୟ ପ୍ରେସ ଦିବସ ଅବସରରେ ଗୋପବନ୍ଧୁ ଛକ ନିକଟରେ ଥିବା ଗୋପବନ୍ଧୁ ପ୍ରତିମୂର୍ତ୍ତି ରେ ଉପଢୌକନ ସହ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲା। ବରିଷ୍ଠ ସାମ୍ବାଦିକ ପବିତ୍ର ମହାନ୍ତି ଓ ସଂସ୍କାର ନ୍ୟୁଜ୍ ଓଡ଼ିଆର ସମ୍ପାଦକ ତପନ ମିଶ୍ରଙ୍କ ନେତୃତ୍ୱରେ ଜାତୀୟ ପ୍ରେସ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି ଅବସରରେ ସୁସ୍ଥ ଗଣତନ୍ତ୍ରରେ ମୁକ୍ତ ଗଣମାଧ୍ୟମ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ତପନ ମିଶ୍ର ଏଥିରେ ଅଧ୍ୟକ୍ଷତା କରି ସତ୍ୟ, ନିର୍ଭୀକ ଖବର ପରିବେଷଣ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ସୁରକ୍ଷା, ନିରାପତ୍ତା ଦିଗରେ ସରକାର ଗୁରୁତ୍ୱ ଦେବା ଉଚିତ ବୋଲି କହିଥିଲେ। ବରିଷ୍ଠ ସାମ୍ବାଦିକ ପବିତ୍ର ମହାନ୍ତି ସମାଜର ଅଗ୍ରଗତି ଦିଗରେ ସାମ୍ବାଦିକଙ୍କ ଭୂମିକା ଅତୁଳନୀୟ ବୋଲି ମତବ୍ୟକ୍ତ କରିଥିଲେ।ସମାଜ ସେବୀ ରାଜେନ୍ଦ୍ର ବିଶ୍ୱାଳ ଯୋଗ ଦେଇ କହିଥିଲେ ଗଣମାଧ୍ଯମ ସମାଜର ଦର୍ପଣ ଲୋକାୟିତ ଘଟଣାକୁ ସରକାରଙ୍କ ଦୁଷ୍ଟି ଆକର୍ଷଣକରିବା ସହିତ ସମାଜରେଘଟୁଥିବା ଘଟଣା କୁ ସଠିକ ଭାବରେ ଉପସ୍ଥାପନା କରି ସୁସ୍ଥ ସମାଜଗଠନ ପାଇଁ ଚତୃର୍ଥସ୍ତମ୍ଭ ସଦାସର୍ବଦା ଆଗଭର ତାଙ୍କର ଉଦ୍ୟମ ପ୍ରଚେଷ୍ଟା କଲମ ମୁନରୁ ନିର୍ଗତ ଭାଷା ଜନ ମାନସରହୃଦୟକୁ ଆନ୍ଦୋଳିତ କରେବୋଲି ବ୍ଯକ୍ତବ୍ଯରେ କହିଥିଲେ |ଯୁବ ସାମ୍ବାଦିକ ଚକ୍ରଧର ଦାସ କହିଥିଲେ କି ଗଣମାଧ୍ୟମ ବିନା ଗଣତନ୍ତ୍ର ତିଷ୍ଠିରହିବା ଅସମ୍ଭବ ଏବଂ ଏକତା ରହିଲେ ସବୁ ସମ୍ଭବ ବୋଲି କହିଥିଲେ ଯୁବ ସାମ୍ବାଦିକ ପଦ୍ମଲୋଚନ ନାୟକ ମତରେ ସମସ୍ତ ଙ୍କ ଭିତରେ ଭଲ ପାଇବା ଆଉ ସହଯୋଗ ରହିଲେ ଅନେକ ସମସ୍ୟା ଲୋକଲୋଚନକୁ ଆସିପରନ୍ତା ବୋଲି କହିଥିଲେ । ପରି ଶେଷରେ ଦିଲ୍ଲୀପ ମହାନ୍ତି ଧନ୍ୟବାଦ ଦେବା ପରେ କଲମର ମୁନ ଖଣ୍ତାଠାରୁଧାର ବୋଲି ବକ୍ତବ୍ୟରେ କହିଥିଲେ। ଯୁବ ସାମ୍ବାଦିକ କଳ୍ପତରୁ ଧିର ,ଜ୍ୟୋତି ପ୍ରକାଶ ଭୁଇଁଆ , ହରେକୃଷ୍ଣ ପଣ୍ଡା ,ଉଦୟବଟ ର ସହ -ସମ୍ପାଦକ ଦୀପକ ରଞ୍ଜନ ପାଣିଗ୍ରାହୀ ,ଟୁନା ଗୁରୁ ଓ ପ୍ରଶାନ୍ତ ପାତ୍ର ଙ୍କ ସମେତ ବହୁ ସାମ୍ବାଦିକ ଏଥିରେ ସାମିଲ ହୋଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close