ଋସୁଲପୁର ବ୍ଲକ ବଡ଼ନିରଞ୍ଜନପୁରରେ ଯୋରଜବରଦସ୍ତ ଚାଲିଛି ପୋଖରୀ ଖୋଳା, ବେନିୟମ ନିର୍ମାଣ କାର୍ଯ୍ୟ, ୱାର୍ଡ଼ ସଭ୍ୟାଙ୍କ ସମେତ ଗ୍ରାମବାସୀଙ୍କ ତୀବ୍ର ବିରୋଧ

କୁଆଖିଆ, ୧୧/୫(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲାରେ ବହୁ ନିର୍ମାଣ କାର୍ଯ୍ୟ ବେଫିକର ଓ ବେନିୟମ ଭାବେ ଚାଲିଛି । ହିସାବ ବର୍ହିଭୂତ ଅର୍ଥ ତୋଷାରପାତ ସାଙ୍ଗକୁ ଏମଜିଏନଆରଇଜିଏସ ଯୋଜନାରେ ବହୁ ଜାଗାରେ ଶ୍ରମିକ ବଦଳରେ ଖୁଲମଖୋଲା ଦିନରାତି ମେସିନ କାର୍ଯ୍ୟ କରୁଛି । ଏଭଳି ଏକ ଘଟଣା ଘଟିଛି ରସୁଲପୁର ବ୍ଲକ ବାହାଦଲାପୁର ପଂଚାୟତର ବଡ଼ନିରଞ୍ଜନପୁର ଗ୍ରାମରେ । ଗତ ତା ୮.୫.୨୩ ସୋମବାରରୁ କିଛି ଯୁବକ ଗ୍ରାମରେ କାହାରିକୁ କିଛି ନ ଜଣାଇ ଗ୍ରାମର ପୋଖରୀରୁ ଜେସିବି ମେସିନ ଲଗାଇ ମାଟି ତାଡ଼ି ସେଗୁଡ଼ିକୁ ୫-୬ଟି ଟ୍ରାକ୍ଟର ସାହାଯ୍ୟରେ ବୋହିନେଉଥିବାର ଦେଖି ୧୩ ୱାର୍ଡ଼ ସଭ୍ୟା ରେବତୀ ସାହୁଙ୍କ ସମେତ କିଛି ଗ୍ରାମବାସୀ ଏକଥା ବାବଦରେ ଜାଣିବାକୁ ଚାହିଁଥିଲେ । ହେଲେ ସେହି ଗ୍ରାମର ଦିଲୀପ କୁମାର ଲେଙ୍କା, ସୁଶାନ୍ତ କୁମାର ସାହୁ ପ୍ରମୁଖ ଓଲଟା ନାଲି ଆଖି ଦେଖାଇ ୱାର୍ଡ଼ ସଭ୍ୟାଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିବା ସଂଗେ ସଂଗେ ଉପସ୍ଥିତ ଅନ୍ୟ ଗ୍ରାମବାସୀଙ୍କୁ ମଧ୍ୟ ଭୟଭୀତ କରି ଏ ମାମଲାରେ ମୁଣ୍ଡ ନ ଖେଳାଇବାକୁ ତାଗିତ କରିଥିଲେ । ସେମାନେ ଏହି ପୋଖରୀରୁ ୩୦୦ରୁ ୪୦୦ ଟ୍ରିପ ମାଟି ଓ ପଙ୍କ ନେଇ ତାହାକୁ ଅନ୍ୟତ୍ର ବିନିଯୋଗ କରି ମାଲେମାଲ ହେବାର ଯୋଜନା କରିଥିବାର କେତେକ ଗ୍ରାମବାସୀ ବିରୋଧ କରି କହୁଛନ୍ତି । ଏହି ମାଟିକୁ ଅନ୍ୟ ୨ଟି କାମ ଯଥା-ଶନି ମନ୍ଦିରରୁ ଗ୍ରାମର ମାୟାଧର ସାହୁଙ୍କ ଘର ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ମରାମତି ଓ ଉନ୍ନତିକରଣ କାର୍ଯ୍ୟ ଓ ଗ୍ରାମ ଶଶ୍ମାନକୁ ରାସ୍ତା ନିର୍ମାଣ କାର୍ଯ୍ୟରେ ଲଗାଇ ବିଲ କରିବା । ଏହି ୨ଟି କାମ ସହ ପୋଖରୀ ଖୋଳା ବାବଦରେ ମଧ୍ୟ ପୁଣି ବିଲ କରିବା । ତେଣୁ ଗୋଟିଏ କାମ କରି ୩ଟି କାମର ବିଲ ପାଇଁ ସେମାନେ ଯୋଜନା କରିଥିବାର ଅଭିଯୋଗ ହୋଇଛି । ପୋଖରୀର ପଙ୍କକୁ ରାସ୍ତା ଉପରେ ପକାଇବା ଦ୍ୱାରା ତାହା ଯାତାୟତରେ ବହୁ ସମସ୍ୟା ସୃଷ୍ଟି କରିଛି । ହଳ ଲଙ୍ଗଳ ନେଇ ଚାଷୀ ବିଲକୁ ଗଲା ବେଳେ ନାହିଁ ନ ଥିବା କଷ୍ଟ ଭୋଗୁଛନ୍ତି । ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ପ୍ରୋକଲିନ ମେସିନ ମାଟି ତାଢ଼ିବା ଦ୍ୱାରା ଗାଁ ଶଦ୍ଦ ପ୍ରଦ୍ୟୁଷଣ ଯୋଗୁ ଶୋଇ ପାରୁ ନାହାନ୍ତି । ଏଭଳି ଅନେକ ସମସ୍ୟା ସୃଷ୍ଟି କିଛି ବ୍ୟକ୍ତି ରାତାରାତି ମୋଟା ଅଙ୍କର ଟଙ୍କା କମାଇ ଗ୍ରାମବାସୀଙ୍କୁ ଖାତିର ନ କରି ବେଫିକର କାମ ଚଳାଇଛନ୍ତି । ସେମାନଙ୍କୁ ୱାର୍ଡ଼ ସଭ୍ୟା ଓ କିଛି ଗ୍ରାମବାସୀ କହିବା ପରେ ସେମାନେ ଏହାକୁ ଭ୍ରୂକ୍ଷେପ ନ କରିବା ପରେ ଏବାବଦରେ ରସୁଲପୁର ବିଡ଼ିଓ ଅବନୀକାନ୍ତ ସାହୁ, ଜେ.ଇ ଚୁନମୁନ ନାୟକ, ପି.ଡି (ଡିଆରଡିଏ) ଅଶୋକ କୁମାର ବେଉରିଆ, ରସୁଲପୁର ତହସିଲଦାର ନିରଞ୍ଜନ ସାହୁ, କୁଆଖିଆ ଥାନା ଅଧିକାରୀ ଶିବଚରଣ ବେହେରା ପ୍ରମୁଖଙ୍କ ନିକଟରେ ଅଭିଯୋଗ ହୋଇଛି । ଆବଶ୍ୟକ ପଡ଼ିଲେ ଏହା ଉପରେ ଗ୍ରାମବାସୀ ଅନ୍ୟ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବେ । ଏ ବାବଦରେ ଜେ.ଇ ଚୁନମୁନ ନାୟକ କହିଛନ୍ତି ଯେ ସଂପୃକ୍ତ କାମ ଗୁଡିକରେ କାର୍ଯ୍ୟାଦେଶ ନ ଥିବା ବେଳେ ଡିସ୍‌ପ୍ଲେ ବୋର୍ଡ଼ ଲଗାଯାଇଡ଼ି କି କାମର କୋର୍ଡ଼ ନାହିଁ । ତାଙ୍କୁ ମଧ୍ୟ କାମ ନିକଟକୁ ତଦାରଖ ପାଇଁ ଡ଼କାଯାଇନି । ଏକ ପୁରୁଣା ଫାଇଲ ଉପରେ ଯଦି କାମ କରାଯାଉଥିବ ତେବେ ତାହା ଉପରେ ବିଲ କରାଯାଇ ପାରିବ ନାହିଁ । ତେବେ ପ୍ରଶ୍ନ ଉଠୁଛି, ସେମାନେ ବେଆଇନ ଭାବେ ଏହିସବୁ କାମ କରୁଛନ୍ତି କାହିଁକି…? କାମ କରିବା ପରେ ପରେ ରାଜନୈତିକ ଚାପ ପକାଇ ବିଲ କରିବେ ବୋଲି କିଛି ଗ୍ରାମବାସୀ ଆଶଙ୍କା କରିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ସମୟୋଚିତ ତଦନ୍ତ କରି ମନ ଇଚ୍ଛା କାମକୁ ବନ୍ଦ କରିବା ସହ ୱାର୍ଡ଼ ସଭ୍ୟାଙ୍କୁ ଗାଳିଗୁଲଜ କରିଥିବା ଯୁବକମାନଙ୍କ ବିରୋଧରେ ପୋଲିସ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହୋଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close