୬ ମାସ ହେଲା ଲାଘବ ହେଉନି ଭୁବନ ବ୍ଲକର ନୟାନୀଳକଣ୍ଠପୁର ଗ୍ରାମର ପାଣି ସମସ୍ୟା

ଭୁବନ, ୦୫/୦୧(ସଚ୍ଚିଦାନନ୍ଦ ନାଥଙ୍କ ଠାରୁ): ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଏକତାଳୀ ଗ୍ରାମପଂଚାୟତର ନୟାନୀଳକଣ୍ଠପୁର ଗ୍ରାମର ହରିଜନ ସାହିରେ ପାଣି ସମସ୍ୟା ଦୀର୍ଘ ଦିନ ହେଲା ଉତ୍କଟ ହେବାରେ ଲାଗିଥିବା ବେଳେ ବ୍ଲକ ପ୍ରଶାସନ ଠାରୁ ସ୍ଥାନୀୟ ନେତାଙ୍କ ନିଦ୍ରାଭଂଗ ନ ହେବା ଅଂଚଳବାସୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି । ବିକାଶର ନାରା ପିଟୁଥିବା ସରକାର ଓ ପ୍ରଶାସନ ପାଣି ଭଳି ଅତୀବ ଜରୁରୀ ସମସ୍ୟାକୁ ଅଣାଦେଖା କରିବା କେତେ ଦୂର ସମାଚୀନ ? ପିଇବା ପାଣି ସଂଗ୍ରହ ପାଇଁ ୦୨ କି.ମି ଦୂର ଝରଣାକୁ ଚାଲି ଚାଲି ଯାଇ ଝିଅ, ବୋହୁ, ବୃଦ୍ଧା ଆଦିମାନେ ମାଠିଆ, ଗରା, ବାଲ୍‌ତି ଆଦିରେ ପ୍ରତ୍ୟହ ବୋହୁଛନ୍ତି । ଏ ଦୃର୍ଶ୍ୟ ଅନ୍ୟମାନଙ୍କୁ ବ୍ୟଥିତ କରୁଥିବା ବେଳେ ସରକାରୀ ବାବୁମାନେ ଅଭିଯୋଗ ପାଇ ଚାପି ବସିଯିବା ଚିନ୍ତାର କାରଣ ହୋଇଛି । ସାହିରେ ଥିବା ନଳକୂପରୁ ହଳଦିଆ ଦୁଃର୍ଗନ୍ଧ ପାଣି ବାହାରୁଛି ଯାହାକି ପିଇବା ଓ ରୋଷେଇ କରିବା ପାଇଁ ସଂପୂର୍ଣ୍ଣ ଅନୁପଯୁକ୍ତ ସାବ୍ୟସ୍ତ ହୋଇଛି । ସୋଲାର ଚାଳିତ ଟାଙ୍କି ଖରାପ ହୋଇ ପଡ଼ିଥିବାରୁ ଲୋକେ ନାହିଁ ନ ଥିବା ହଇରାଣ ହରକତ ହେଉଛନ୍ତି । ବିଭାଗୀୟ ଜେ.ଇଙ୍କୁ ଯୋଗାଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁନାହିଁ । ଏହି ସମସ୍ୟା ପ୍ରତି ଜିଲ୍ଲାପାଳ ଓ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ପ୍ରମୁଖ ତୁରନ୍ତ ଧ୍ୟାନ ଦେବାକୁ ବିଭିନ୍ନ ମହଲରେ ଦାବୀ ହେଉଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close