ମରଚାଇପଦା ଶ୍ରୀ ଶ୍ରୀ ରାଧାବଲ୍ଲଭ ଆଶ୍ରମରେ ବହୁ ଆଡମ୍ବରରେ ପାଳିତ ହୋଇଯାଇଛି ରାସ ପୂର୍ଣ୍ଣିମା(ପଞ୍ଚୁକ)

ମରଚାଇପଦା ; ୦୮/୧୧: କେନ୍ଦୁଝର ଜିଲ୍ଲା ସୋସୋ ପଞ୍ଚାୟତ ମରଚାଇପଦା ନିକଟସ୍ଥ ଶ୍ରୀ ଶ୍ରୀ ରାଧାବଲ୍ଲଭ ଆଶ୍ରମରେ ପାଳିତ ହୋଇଯାଇଛି ରାସ ପୂର୍ଣ୍ଣିମା(ପଞ୍ଚୁକ) । ଚଳିତ ବର୍ଷ ଚନ୍ଦ୍ର ଗ୍ରହଣ ଥିବାରୁ ଭୋର ୫:୩୦ ପୂର୍ବରୁ ସମସ୍ତ ନୀତିକାନ୍ତି ସମ୍ପନ୍ନ ହୋଇଥିଲା।  ସମ୍ପୂର୍ଣ୍ଣ ଆଡମ୍ବରରେ ଭକ୍ତ ରାଧାକୃଷ୍ଣ ଙ୍କ ପୂଜାରେ ସାମିଲ ହୋଇଥିଲେ।  ଦୀର୍ଘ ଦୁଇବର୍ଷ କଟକଣା ଥବାବେଳେ ଏଥର ପ୍ରଭୁଙ୍କ କୃପାରୁ କରୋନା ଦୁରେଇ ଯାଇଥିବାରୁ ବହୁ ଆଡମ୍ବରରେ ଭକ୍ତ ସମାଗମରେ ଘଣ୍ଟ କରତାଳରେ  କମ୍ପି  ଉଠିଥିଲା ଆଶ୍ରମ ପରିସର। ଆନନ୍ଦ ଉତ୍ସାହର ସହ ରାଧାବଲ୍ଲଭଙ୍କୁ ଦର୍ଶନ କରିଥିଲେ ଶ୍ରଦ୍ଧାଳୁ। ଦୀର୍ଘ ଏକ ମାସ ଧରି ହବିଶାଳୀମାନେ କାର୍ତିକବ୍ରତ ରଖି ଏହି ଆଶ୍ରମରେ ଥିବା ରାଧା – କୃଷ୍ଣଙ୍କ ମୂର୍ତ୍ତିକୁ ଦର୍ଶନ କରି ଆସୁଥିଲେ ଆଜି ସେମାନଙ୍କର ବ୍ରତ ସମାପନ ହେବାପରେ ସେମାନେ ମନ୍ଦିର ପରିସରରେ ପୂଜାର୍ଚ୍ଚନା କରିଥିଲେ। ରାଧା କୃଷ୍ଣଙ୍କ ବେଶ ଧରି ହରେ କୃଷ୍ଣ ନାମ ସଂକୀର୍ତ୍ତନରେ ହବିଶାଳୀମାନେ ନୃତ୍ୟ  ଗାନ ମଧ୍ୟ୍ୟ କରିଥିଲେ। ସୂଚନାଯୋଗ୍ୟ ଯେ ଏହି ରାଧାବଲ୍ଲଭ ଆଶ୍ରମ ତଥା ଏହି ପରିସରରେ ପୂଜା ପାଉଥିବା ରାଧାକୃଷ୍ଣଙ୍କ ମନ୍ଦିର ଜନାର୍ଦନ ରାଉତଙ୍କ ନିଜ ପାଣ୍ଠିରୁ ନିର୍ମିତ। ଏହି ରାଧାବଲ୍ଲଭ ଆଶ୍ରମକୁ ପ୍ରତିଦିନ ଅନେକ ଭକ୍ତ ରାଧାକୃଷ୍ଣ ଯୁଗଳଙ୍କୁ ଦର୍ଶନ କରିବାକୁ ଆସିଥାନ୍ତି। ପ୍ରତ୍ୟେକ ଦିନ ଏହି ପରିସରରେ ଠାକୁରଙ୍କ ନୀତିକାନ୍ତି ଯଥା ବିଧିରେ ଅନୁଷ୍ଠିତ  ହୋଇଥାଏ। ଏହି ରାଧା କୃଷ୍ଣଙ୍କ ନୀତିକାନ୍ତିରେ ଅରୁନ୍ଧତୀ ପାଣିଗ୍ରାହୀଙ୍କ ସହ ଅନେକ ଭକ୍ତ ସମସ୍ତ ପ୍ରକାର ଆୟୋଜନରେ ସହଯୋଗ କରିଥାନ୍ତି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close