ଭୁବନେଶ୍ୱରର ‘ଏପିଜେ ବିଦ୍ୟାଳୟ’ର ଅଳଙ୍କରଣ ସମାରୋହ

ଭୁବନେଶ୍ୱର, ୨୨ା୦୮(ଉ. ନ୍ୟୁଜ୍ ବ୍ୟୁରୋ): ଆଜିର ଛାତ୍ର ଆସନ୍ତାକାଲିର ତଥା ଦେଶ ଓ ଜାତିର କର୍ଣ୍ଣଧାର । ସେମାନଙ୍କର ଆଦର୍ଶ ଚରିତ୍ରବତା, କର୍ତବ୍ୟନିଷ୍ଠା, ଦୃଢ଼ ନୈତିକ ଚେତନା ଦ୍ୱାରା ଦେଶ ଓ ଜାତି ହୁଏ ମହାନ । ସଂକୀର୍ଣ୍ଣତାଠାରୁ ଦୂରରେ ରହି ଜୀବନକୁ ଗଢ଼ି ତୋଳନ୍ତି ଏକ ଆତ୍ମନିର୍ଭରଶୀଳତାର ମୂର୍ତିମନ୍ତ ପ୍ରତୀକ ରୂପରେ । ଗୃହ, ଶ୍ରେଣୀଗୃହ, ଖେଳପଡ଼ିଆର ଆଳାପରେ ମଧ୍ୟ ଆଚରଣ ହୁଏ ମାର୍ଜିତ, ଶୃଙ୍ଖଳା ଓ ମହତ । ଅଭ୍ୟାସ, ଅନୁଶୀଳନ ଓ ସାଧନାରେ ମଗ୍ନ ଥାଇ ସେ ନିଜର ଭବିଷ୍ୟତର କର୍ମପନ୍ଥା ନିର୍ଣ୍ଣୟ କରେ । ଶଯ୍ୟା ତ୍ୟାଗ ଠାରୁ ଦୀନଚର୍ଯ୍ୟା ଆରମ୍ଭ କରି ଅଧ୍ୟୟନର ଶେଷ ସୋପାନ ଅତିକ୍ରମ କରି ରାତ୍ରିର ବିଶ୍ରାମ ଯାଏ ଚକ୍ଷୁରେ ଭରି ରହିଥାଏ ତା’ର ଅଫୁରନ୍ତ ଓ ଅସୁମାରୀ ସ୍ୱପ୍ନ । ସେହି ସ୍ୱପ୍ନ ସାକାରହୁଏ ତା’ର ସାଧନାପୀଠ ବିଦ୍ୟାଳୟରେ । ସ୍ଥାନୀୟ ଏପିଜେ ବିଦ୍ୟାଳୟ ତା’ର ଆଦର୍ଶ ଛାତ୍ରଛାତ୍ରୀମାନଙ୍କର ଆତ୍ମବିଶ୍ୱାସକୁ ଦୃଢ଼ୀଭୂତ କରିବାକୁ ଆୟୋଜନ କରିଛି “ଅଳଙ୍କରଣ ସମାରୋହ” । ଏଥିରେ ମୁଖ୍ୟଅତିଥି ଭାବରେ ଅବସରପ୍ରାପ୍ତ ପୋଲିସ୍ ଅଧୀକ୍ଷକ ସୂର୍ଯ୍ୟମଣି ତ୍ରିପାଠୀ ଯୋଗ ଦେଇ ନିଜର ଓଜସ୍ୱିନୀ ଭାଷଣରେ ପିଲାମାନଙ୍କୁ ଶୃଙ୍ଖଳା ଓ ନୈତିକତାର ଜ୍ଞାନାଲୋକ ଦେଇଥିଲେ । ବିଦ୍ୟାଳୟର ଅଧକ୍ଷ ଅତନୁ ରଥ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ । ବିଦ୍ୟାଳୟର ଚାରିଗୋଟି ସଦନର ପିଲାମାନଙ୍କ ମଧ୍ୟରେ ଭିନ୍ନ ଭିନ୍ନ ପରୀକ୍ଷଣ କରାଯାଇଥିଲା । ସେମାନଙ୍କର ନୈତିକତା, ମାନସିକତା, ଶୃଙ୍ଖଳାଗ୍ୟାନ, ସାହାସିକତା ଓ ବୁଦ୍ଧିମତାର ପରୀକ୍ଷା କରାଯାଇ ସେମାନଙ୍କୁ ଅଳଙ୍କୃତ କରାଯାଇଥିଲା । ବିିଭିନ୍ନ ସଦନର ମୁଖ୍ୟ (ହାଉସ୍ କ୍ୟାପଟେନ), ଛାତ୍ର ଓ ଛାତ୍ରୀମାନଙ୍କର ପ୍ରତିନିଧି ଚୟନ କରାଯାଇ ସେମାନଙ୍କୁ ଅଳଙ୍କରଣ କରାଯାଇଥିଲା । ଛାତ୍ର ପ୍ରତିନିଧି ଭାବରେ ଦ୍ୱାଦଶ ଶ୍ରେଣୀ ଛାତ୍ର ସତ୍ୟଶୁଭମ ଓ ଛାତ୍ରୀ ପ୍ରତିନିଧି ଭାବରେ ଦ୍ୱାଦଶ ଶ୍ରେଣୀ ଛାତ୍ରୀ ଅଂଶିକା ତ୍ରିପାଠୀ, କ୍ରୀଡ଼ା ପ୍ରତିନିଧି ଭାବରେ ଶ୍ରୀମାନଙ୍କୁ ମନୋନୀତ କରାଯାଇଥିଲା । ନିର୍ବାଚିତ ଛାତ୍ରାଧିକାରୀଗଣ ବିଦ୍ୟାଳୟର ଶୃଙ୍ଖଳା ପ୍ରତି ଯତ୍ନବାନ ଓ ସମର୍ପିତ ମନୋଭାବ ନେଇ କାର୍ଯ୍ୟ କରିବାକୁ ଶପଥ ନେଇଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତ ଅଭିଭାବକ ଓ ଶିକ୍ଷକଶିକ୍ଷୟତ୍ରୀମାନଙ୍କ ସମ୍ମିଳିତ ଶୁଭେଛା ପିଲାମାନଙ୍କୁ ଉତ୍ସାହିତ କରିଥିଲା । ଉକ୍ତ ସମାରୋହଟି ସାଫଲ୍ୟ ମଣ୍ଡିତ ହୋଇଥିବାରୁ ଅଧ୍ୟକ୍ଷ ଶ୍ରୀଯୁକ୍ତ ରଥ ସମସ୍ତ ଏପିଜେ ପରିବାରର ସଦସ୍ୟମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close