ରୋଟାରୀ କ୍ଲବ, କଳିଙ୍ଗନଗର ତରଫରୁ ୧୦ଜଣ ଶିକ୍ଷକ ଓ ୧୨ଜଣ ମାଟ୍ରିକ ଟପରଙ୍କୁ ସମ୍ବର୍ଦ୍ଧନା

ବ୍ୟାସନଗର,୨୭ା୧୧(ଉ. ନ୍ୟୁଜ୍ ବ୍ୟୁରୋ): ଗତକାଲି ରବିବାର ସନ୍ଧ୍ୟାରେ ସ୍ଥାନୀୟ ହୋଟେଲ ‘ନଟରାଜ ରୟାଲ’ ଠାରେ “ରୋଟାରୀ କ୍ଲବ”, କଳିଙ୍ଗନଗର ତରଫରୁ ମେଧାବୀ ଛାତ୍ରଛାତ୍ରୀ ଏବଂ ଛାତ୍ରଛାତ୍ରୀବତ୍ସଳ ଶିକ୍ଷକ/ଶିକ୍ଷୟତ୍ରୀମାନଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟରେ ଏକ ଅଭିନବ କାର୍ଯ୍ୟକ୍ରମ ‘ନେସନ ବିଲ୍ଡର ଆୱାର୍ଡ଼ ସେରିମନି’ ଜରିଆରେ ଯାଜପୁର ଜିଲ୍ଲାର ୧୦ଜଣ ପ୍ରବୀଣ ଶିକ୍ଷକ/ଶିକ୍ଷୟତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ବ୍ୟାସନଗର ପୈାରାଂଚଳରେ ଥିବା ସମସ୍ତ ଓଡ଼ିଆ ଏବଂ ଇଂରାଜୀ ମାଧ୍ୟମ ଉଚ୍ଚ ବିଦ୍ୟାଳୟମାନଙ୍କର ୨୦୨୩ର ମାଟ୍ରିକ ଟପରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉତ୍ସବରେ ରାଜ୍ୟର ବରିଷ୍ଠ ଅବସରପ୍ରାପ୍ତ ପ୍ରଶାସକ ତଥା ରୋଟାରୀ ଡ଼ି.ଜି ଶିବବ୍ରତ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାମ୍ବ୍ରତିକ ପରିସ୍ଥିତିରେ ଶିକ୍ଷକ/ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଏବଂ ଅବିଭାବକ/ଅବିଭାବିକାମାନଙ୍କର କି କି ଗୁରୁ ଦାୟିତ୍ୱ ରହିଛି ତାହା ଉପରେ ବିକ୍ଷିପ୍ତ ଅବିଭାଷଣ ପ୍ରଦାନ କରିଥିଲେ । ନିଜର ଗୁରୁ ଦାୟିତ୍ୱକୁ ସଠିକ ଭାବରେ ନିର୍ବାହ କରି ନ ପାରିଲେ ବରଂ ନିଜର ଦାୟିତ୍ୱରୁ ଓହରି ଯିବା ଉଚିତ ବୋଲି ସେ ଉପସ୍ଥିତ ଶିକ୍ଷକମାନଙ୍କୁ କହିଥିଲେ । କାରଣ ଶିକ୍ଷକ/ଶିକ୍ଷୟତ୍ରୀମାନଙ୍କର ଭୁଲ ପାଇଁ ଛାତ୍ରଛାତ୍ରୀମାନଙ୍କର ଜୀବନ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଇ ଥାଏ । ସେଥିଲାଗି ସମାଜ ସବୁବେଳେ ଭଲ ଶିକ୍ଷକମାନଙ୍କର ଆବଶ୍ୟକତାକୁ ଅନୁଭବ କରିଥାଏ । ଶ୍ରୀ ଦାଶ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ କହିଥିଲେ ଯେ, ଆଜିକାଲି ଅଧିକାଂଶ ପିଲା କିଛି କମାଇବା ପାଇଁ ପଢ଼ୁଛନ୍ତି; ମାତ୍ର ସେମାନଙ୍କ ପାଠପଢ଼ା ସମାଜକୁ କିଛି ଦେବା ଉଦ୍ଦେଶ୍ୟରେ ହେବା ଉଚିତ ବୋଲି ସେ ପରାମର୍ଶ ଦେଇଥିଲେ । ଉପସ୍ଥିତ ଅବିଭାବକ/ଅବିଭାବିକାମାନଙ୍କୁ ସେ ପିଲାମାନଙ୍କ ଆବେଗ ପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେବା ସହ ତୁଳନା ପରିବର୍ତେ ପିଲାମାନଙ୍କୁ ସବୁବେଳେ ଉତ୍ସାହିତ କରିବାକୁ କହିଥିଲେ । ବିଭିନ୍ନ ଚାପ ପାଇଁ ଶିକ୍ଷକ ସମାଜ, ଛାତ୍ରଛାତ୍ରୀ, ଅବିଭାବକଙ୍କ ପରିସୀମା କାଳକ୍ରମେ ସଙ୍କୁଚିତ ହେଉଥିବାରୁ ଶ୍ରୀ ଦାଶ କ୍ଷୋଭ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମର ସମ୍ମାନୀତ ଅତିଥି ରୋଟାରିଆନ ମୃଣାଳକାନ୍ତ ନାୟକ ସମାଜରେ ଗୁରୁମାନଙ୍କ ସମ୍ମାନ ହ୍ରାସ ପାଇଁ ଦୁଃଖ ପ୍ରକାଶ କରିବା ସହ ଜଣେ ଗୁରୁ ନିଜର ଆଚାର, ବ୍ୟବହାର, ସଂସ୍କାର, ଛାତ୍ରଛାତ୍ରୀମାନଙ୍କ ପ୍ରତି ଶ୍ରଦ୍ଧା ଭାବ ବଜାୟ ରଖିଲେ ତାହା ସମାଜ ପାଇଁ ଯଥେଷ୍ଟ ହେବ ବୋଲି କହିଥିଲେ । ଦେବତାମାନଙ୍କ ଗୁରୁ ବୃହସ୍ପତି ଏବଂ ରାକ୍ଷସମାନଙ୍କ ଗୁରୁ ଶୁକ୍ରାଚାର୍ଯ୍ୟଙ୍କ ମଧ୍ୟରେ ଫରକ ଅବତାରଣା କରିବା ସହ ସେ ବିଭିନ୍ନ ପୈାରାଣିକ ଉଦାହରଣ ଦେଇ ଗୁରୁ-ଶିଷ୍ୟ ସଂର୍ପକର ପବିତ୍ର ବନ୍ଧନ ଉପରେ ଆଲୋକପାତ କରିଥିଲେ ।
   ପ୍ରାରମ୍ଭରେ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ପ୍ରମୁଖ ପ୍ରଦୀପ ପ୍ରଜ୍ଜ୍ୱଳନ ସହ ବିଶ୍ୱନିୟନ୍ତା ପ୍ରଭୁ ଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । କ୍ଲବର ସଭ୍ୟ ରୋଟାରିଆନ ସୁଶାନ୍ତ ଶେଖର ଜେନାଙ୍କ ଅକାଳ ବିୟୋଗ ପାଇଁ ୦୧ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । କ୍ଲବର ସଭାପତି ପ୍ରଶାନ୍ତ କୁମାର ପରିଡ଼ା ରାଷ୍ଟ୍ର ନିର୍ମାଣରେ ଶିକ୍ଷକ/ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀମାନଙ୍କର ଗୁରୁ ଦାୟିତ୍ୱ ରହିଥିବାରୁ “ରୋଟାରୀ କ୍ଲବ”, କଳିଙ୍ଗନଗର ଏକ ଅଭିନବ କାର୍ଯ୍ୟକ୍ରମ ଜରିଆରେ ଜିଲ୍ଲାର ୧୦ଜଣ ପ୍ରବୀଣ ଶିକ୍ଷକ/ଶିକ୍ଷୟତ୍ରୀ ଏବଂ ବ୍ୟାସନଗର ପୈାରାଂଚଳରେ ଥିବା ସମସ୍ତ ଓଡ଼ିଆ ଏବଂ ଇଂରାଜୀ ମାଧ୍ୟମ ଉଚ୍ଚ ବିଦ୍ୟାଳୟମାନଙ୍କର ୨୦୨୩ର ୧୨ଜଣ ମାଟ୍ରିକ ଟପରମାନଙ୍କୁ ସମ୍ବର୍ଦ୍ଧିତ କରି ସେମାନଙ୍କୁ ଉତ୍ସାହିତ କରିବାକୁ ଲକ୍ଷ୍ୟ ରଖିଛି ବୋଲି ସୂଚନା ଦେଇଥିବା ବେଳେ ସଂପାଦକ ମନୋଜ କୁମାର ବାରିକ କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥି ଓ ଅନ୍ୟମାନଙ୍କୁ ସ୍ୱାଗତ କରିଥିଲେ । କାର୍ଯ୍ୟକ୍ରମରେ ରୋଟାରିଆନ ଅକ୍ଷୟ କୁମାର ପତି ସଭାପତିତ୍ୱ କରିଥିବା ବେଳେ ରୋଟାରିଆନ ସୁଦୀପ୍ କୁମାର ମିଶ୍ର, ଗତ ବର୍ଷର ସଭାପତି ଶିବାନନ୍ଦ ନାୟକ, ରୋଟାରିଆନ୍ ସୂର୍ଯ୍ୟକାନ୍ତ ବିଶ୍ୱାଳ, ଲୋକନାଥ ରାଉତ, ଅରୁଣ କୁମାର ବେହେରା, ମହେନ୍ଦ୍ର କୁମାର ପଣ୍ଡା, ଅଚ୍ୟୁତାନନ୍ଦ ମହାନ୍ତି, କମଳ ଲୋଚନ ସାହୁ, ପରମେଶ୍ୱର ଦାସ, ଦୀନେଶ ସାହୁ, ସୁଶାନ୍ତ ବରାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏଥିରେ ବରିଷ୍ଠ ଶିକ୍ଷାବିତ୍ ଡ଼ଃ. ଦେବସ୍ମିତା ସାହୁଙ୍କ ସମେତ ସହରର ବହୁ ବୁଦ୍ଧିଜୀବୀ, ସାମ୍ବାଦିକ ପ୍ରମୁଖ ଏଥିରେ ଯୋଗ ଦେଇ ଏହି ଅଭିନବ କାର୍ଯ୍ୟକ୍ରମର ଭୂୟସୀ ପ୍ରଂଶସା କରିଥିଲେ । ଶେଷରେ ରୋଟାରିଆନ ଗୋପିନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

 

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close