ତହସିଲଦାରଙ୍କ କାର୍ଯ୍ୟାଳୟ ଫାଟକ ଆଗରେ ଧାରଣା

ଠାକୁରମୁଣ୍ଡା;୦୪/୧୧(ଲକ୍ଷ୍ମୀ ନାରାୟଣ ରାଉତରାୟ ଙ୍କ ଠାରୁ) : ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ମହୁଲଡିହା ଥାନା ଅଧୀନସ୍ଥ ଜାମ୍ମୁନାଳିଆ ଗ୍ରାମର ଦାମୋଦର ମହାନ୍ତ (୪୧)ପିତା-କୈଳାଶ ମହାନ୍ତ (୭୫) ଓ ସାରଥି ମହାନ୍ତ (୩୫) ସ୍ଵାମୀ-ଦାମୋଦର ମହାନ୍ତ ଦ୍ବୟ ନିଜର ଗୁହାରି ନେଇ ତହସିଲଦାରଙ୍କ କାର୍ଯ୍ୟାଳୟ ଫାଟକ ଆଗରେ ଧାରଣା ଦେଇଥିଲେ ।ପୂର୍ବରୁ ସରକାରୀ ଜମି ଖାତା ନଂ ୭୩ ମୈଜା ଜାମ୍ମୁନାଳିଆ ପ୍ଲଟ ନଂ ୬୬୨/୬୭୬/୮୩୮/୬୬୫/୬୭୫କୁ ଜବରଦଖଲ କରି ଆସୁଥିଲେ ।ତାଙ୍କ ଭାଗ ଜମି ରେ ସେମାନେ ଧାନ ଚାଷ କରିଥିଲେ , କିନ୍ତୁ ସେ ଧାନକୁ ଚୋରି/ଅମଳ କରିଛନ୍ତି ତାଙ୍କ ବଡବାପା ସ୍ବର୍ଗତ କାଶିନାଥ ମହାନ୍ତଙ୍କ ପୁତ୍ର ମହେଶ୍ୱର ମହାନ୍ତ(୬୭),ଦୈତାରି ମହାନ୍ତ(୬୦), ପରମେଶ୍ୱର ମହାନ୍ତ(୫୫),ରବିନ୍ଦ୍ର ମହାନ୍ତ(୫୩)ଓ ଧର୍ନୁଜୟ ମହାନ୍ତ(୬୧)। ପୂର୍ବରୁ ତା୪/୭/୨୦୧୭ରିଖ ମସିହାରେ ଦୁଇ ପରିବାର ମଧ୍ୟରେ କରଞ୍ଜିଆ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ମହୁଲଡିହା ଥାନା ଅଧିକାରୀଙ୍କ ଜ୍ଞାତସାରରେ ସେହି ଜମିଗୁଡିକର ଭାଗ କରାଯାଇଥିଲା ଏବଂ ଏକ ଚୁକ୍ତିନାମା କରାଯାଇଥିଲା ଯେ,ଉଭୟ ପକ୍ଷ ସେହି ଜମି ବାବଦରେ ଝଗଡ଼ା କରିବେ ନାହିଁ ।ଯିଏ ପ୍ରଥମେ ଝଗଡ଼ା କରିବେ ସେ ଆଇନ ଅନୁଯାୟୀ ଦଣ୍ଡିତ ହେବେ ।ସେହି ଚୁକ୍ତିନାମାକୁ ନେଇ ସାରଥି ଓ ଦାମୋଦର ମହୁଲଡିହା ଥାନା ଅଧିକାରୀଣୀ ରଞ୍ଜୁ ହାସିନା କୁଲୁଙ୍କ ପାଖକୁ ଯାଇ ନିଜର ଗୁହାରି ଜଣାଇବାରୁ ମାଡାମ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଦେଲେ । ତେଣୁ ନିଜର ଗୁହାରି କୁ ବାଧ୍ୟ ହୋଇ ତହସିଲଦାର ସୁଶ୍ରୀ ସୁପ୍ରିୟାଙ୍କୁ ଜଣାଇଥିଲେ । ତହସିଲଦାର ସେମାନଙ୍କୁ ପ୍ରତିଶୃତି ଦେଲେ ଯେ ଦାମୋଦର ଏବଂ ସାରଥିଙ୍କୁ ଉଚିତ୍ ନ୍ୟାୟ ଦେବେ ।ଏହା ଶୁଣି ଦୁହେଁ ନିଜର ଧାରଣା ଭଙ୍ଗ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close