ହାଟଡିହି ବ୍ଲକ ସୋସୋ ପଞ୍ଚାୟତରେ ୧୪ଲକ୍ଷ ୫୦୦ଟଙ୍କାରେ ନିଲାମ ହେଲା ଏକ ପୋଖରୀ

ହାଟଡିହି ; ୦୫/୦୯ (ବ୍ୟୁରୋ) : ହାଟଡିହି ବ୍ଲକ ସୋସୋ ପଞ୍ଚାୟତ କାନପୁର ଗ୍ରାମ କାହ୍ନେଶ୍ବର ମନ୍ଦିର ପାଖ ଗୋଡୁପୋଖରୀ ୧୪ଲକ୍ଷ ୫୦୦ଟଙ୍କାରେ ନିଲାମ ହୋଇଥିବା ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି । ପୁର୍ବରୁ ଏହି ପୋଖରୀଟି ଏକ ଲକ୍ଷ ଟଙ୍କାରେ ନିଲାମ ହେଉଥିବାବେଳେ ଚଳିତବର୍ଷ ଗ୍ରାମର ଦୁଇଗୋଷ୍ଠୀଙ୍କ ଭିତରେ ଯିଦ ଯାଦ ଲାଗି ଏହାକୁ ୧୪ଲକ୍ଷରୁ ଉର୍ଦ୍ଧ ଟଙ୍କାରେ ନିଲାମ କରାଯାଇଛି । କାନପୁର ଗ୍ରାମରେ ଥିବା ଗୋଡୁପୋଖରୀର ନିଲାମ ହେବାନେଇ ପୁର୍ବରୁ ନୋଟିସ ଦିଆଯାଇଥିଲା । ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ନିଲାମ ପ୍ରକ୍ରୀୟାରେ ଜିପିଓ ନବିନ ନାୟକ, ପିଇଓ ଅମିନ ମାଝୀ, ନରହରି ନାୟକ, ଭାରପ୍ରାପ୍ତ ସରପଞ୍ଚ ବେଣୁଧର ବିନ୍ଧାଣି, ଜିଆରଏସ ସତ୍ୟେନ୍ଦ୍ର ପାଗଳ ପ୍ରମୁଖ ଉପସ୍ଥିତ ରହି ନିଲାମ କରିଥିଲେ । ଏଥିରେ କାନପୁର ଗ୍ରାମର କାମେଶ୍ୱର ଏସଏସଜି ଗ୍ରୁପ ଓ ମା ଲକ୍ଷ୍ମୀନାରାୟଣ ଏସଏସଜି ଗ୍ରୁପ ମଧ୍ୟରେ ନିଲାମ ଡକାଯାଇଥିଲା । ଶେଷରେ କାମେଶ୍ୱର ଏସଏସଜି ଗ୍ରୁପ ୧୪ଲକ୍ଷ ୫ଶହ ଟଙ୍କାରେ ଏହି ପୋଖରୀକୁ ନିଲାମ ନେଇଥିବା ଜିପିଓ ନବିନ ନାୟକ ସୁଚନା ଦେଇଛନ୍ତି । ଏହି ନିଲାମ ସମୟରେ ପୂର୍ବତନ ସରପଞ୍ଚ ବୈଲୋଚନଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ସମଗ୍ର ବ୍ଲକରେ ଏତେ ଟଙ୍କାରେ ଏକ ପୋଖରୀ ନିଲାମ ହେବା ଏକ ପ୍ରଥମ ଘଟଣା ବୋଲି ଚାରିଆଡେ ଆଲୋଚନା ର ବିଷୟ ହୋଇଛି। କଣ ରହିଛି ଏହା ପଛରେ ଏହା ସନ୍ଦେହ ଘେରରେ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close