ଧର୍ମଶାଳାରେ ଜନପ୍ରତିନିଧି ଓ ଜନତାଙ୍କ ଭିତରେ ସମ୍ପର୍କ ନାହିଁ

ଯାଜପୁର,୩୦/୧୦(ନି ପ୍ର ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ଲୋକଙ୍କ ସେବା ଉପରେ ଗୁରୁତ୍ୱ
ପ୍ରଦାନ କରିଛନ୍ତି।ଜନପ୍ରତିନିଧିମାନେ ଲୋକଙ୍କ ସେବକ ଭାବେ କାର୍ଯ୍ୟ କରିବାକୁ ଆବେଗପୂର୍ଣ୍ଣ ଆହ୍ୱାନ ଦେଇଛନ୍ତି।ହେଲେ ଧର୍ମଶାଳାରେ ଜନପ୍ରତିନିଧି ମୁଖ୍ୟମନ୍ତ୍ରୀଙ୍କ ଜନପ୍ରୀୟତା ଆଧାରରେ ବିଜୟୀ ହୋଉଥିଲେ ମଧ୍ୟ ଜନତାଙ୍କ ସହ କୌଣସି ପ୍ରକାର ସମ୍ପର୍କ ନାହିଁ ।ଏଥିପାଇଁ ଧର୍ମଶାଳାର ସାଧାରଣ ଲୋକେ ଅବହେଳିତ ହୋଇ ରହିଛନ୍ତି ବୋଲି ଧର୍ମଶାଳା ବି.ଜେ.ଡି ଯୁବନେତା ସତୀଶ ବିଶ୍ୱାଳ ସିଙ୍ଗାପୁରରେ ମୁଖ୍ୟମନ୍ତ୍ରୀଙ୍କ ଗରୀବ କଲ୍ୟାଣ ଯୋଜନାର ସଫଳ ରୂପାୟନ ଅଭିଯାନ ଅବସରରେ ଏକ ପଥପ୍ରାନ୍ତ ସଭାରେ ମତ ପ୍ରକାଶ କରି ଉଦବେଗ ପ୍ରକାଶ କରିଛନ୍ତି ।ଧର୍ମଶାଳା ବିଧାନସଭାକ୍ଷେତ୍ର ଅନ୍ତର୍ଗତସିଙ୍ଗାପୁରଠାରେ ଅନୁଷ୍ଠିତ ପଥପ୍ରାନ୍ତ ସଭାରେ ସତୀଶ ଅଭିଯୋଗ କରିଥିଲେ ଯେ,ଧର୍ମଶାଳାରେ କୃଷକ ଓ ଶ୍ରମିକ ମାନେ ସର୍ବାଧିକ ଅବହେଳିତ ହୋଇ ରହିଥିବା ବେଳେ ଧର୍ମଶାଳାର ଯୁବକ ମାନଙ୍କ ଆତ୍ମ ନିଯୁକ୍ତି ପ୍ରସଙ୍ଗ ଅତ୍ୟନ୍ତ ଉଦବେଗଜନକ ସ୍ଥିତିରେ ପହଂଚିଛି । ନିର୍ଦ୍ଧିଷ୍ଟ ପରିବାର ଧର୍ମଶାଳାରେ ଦୀର୍ଘବର୍ଷ କ୍ଷମତାରେ ରହିଥିଲେ ମଧ୍ୟ ଗାଁ ଗୁଡିକରେ ଜଣେ ହେଲେ ବେକାର ଯୁବକ ଆତ୍ମ ନିଯୁକ୍ତି ପାଇନାହାନ୍ତି ।ଧର୍ମଶାଳାର ଚାଷଜମି ଗୁଡିକ ଧୋଇ ଏବଂ ମରୁଡିରେ ଫସଲ ଉଜୁଡି ଯାଉଥିଲେ ମଧ୍ୟ ଏଥିନେଇ କୌଣସି ମାଷ୍ଟର ପ୍ଲାନ ନାହିଁ । ଆଉ କେତେବର୍ଷ କ୍ଷମତାରେ ରହିଲେ ଧର୍ମଶାଳାର ବିକାଶ ପାଇଁ କାର୍ଯ୍ୟ କରିବେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇବୁଦ୍ଧିଜୀମି ମହଲକୁ ବିଚଳିତ କରୁଛି । ଧର୍ମଶାଳାର ସାଧାରଣ ଜନତାଙ୍କ ଅର୍ଥନୈତିକ ସ୍ଥିତି ଭୁଷୁଡି ପଡିଥିବା ବେଳେ ଗାଁ ଗାଁରେ ଲୋକଙ୍କ ପାଖରେ ଅର୍ଥଭାବବିଭିନ୍ନ ପ୍ରକାର ସାମାଜିକ ବିଶୃଙ୍ଖଳାର କାରଣ ହୋଇଛି ।ଚୋରୀ ଡକାୟତି ବୃଦ୍ଧି ପାଇଛି । ରାଜନୈତିକ ପ୍ରୋତ୍ସାହନରେ ଆତ୍ମ ନିଯୁକ୍ତି ପାଇଁ କୌଣସି ଯୋଜନା କରାଯାଉ ନାହିଁ । କେବଳ ପ୍ରତ୍ୟେକ ପଂଚାୟତରେ ନିଦ୍ଧିଷ୍ଟ ହାତ ଗଣତି ଦୁଇ ଚାରିଜଣ ଶାସନ ବ୍ୟବସ୍ଥାର ଦୁରୁପଯୋଗ କରି କୋଟିପତି ହୋଇଛନ୍ତି ।ଧର୍ମଶାଳାରେ ଜନପ୍ରତିନିଧି
ସାଧାରଣ ଜନତାଙ୍କ ସହ ସମ୍ପର୍କ ନରଖି କେବଳ ବିରୋଧୀଙ୍କୁ ମ୍ୟାନେଜ କରିବା କାର୍ଯ୍ୟକୁ ନିଷ୍ଠାର ସହ ତୁଲାଇ କ୍ଷମତାରେ ରହିବାରେ ସଫଳ ହୋଇଛନ୍ତି । ଏଥିପାଇଁ ଭୋଟ ଦେଇଦେବା ପରେ ସାଧାରଣ ଲୋକେ ନିଜର ସମସ୍ୟା ନେଇ ଅସହାୟ ହୋଇ ପଡିଛନ୍ତି । ମୁଁ ମୁଖ୍ୟମନ୍ତ୍ରୀଙ୍କ ଗରୀବ କଲ୍ୟାଣ ଯୋଜନାର ସଫଳ ରୂପାୟନ ଅଭିଯାନ ଚଲାଇବା ପରେ ଦୀର୍ଘବର୍ଷ ପରେ ଏବେ କେତେକ ପଂଚାୟତରେ ଲୋକଙ୍କ ସମସ୍ୟା ଶୁଣାଯିବାର ନାଟକ କରାଯାଉଛି ।ଏହା ପ୍ରବାଦ
ପୁରୁଷ ବିଜୁ ପଟ୍ଟନାୟକ ଏବଂ ଆମର ଜନପ୍ରୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ବିରୋଧ କାର୍ଯ୍ୟ ।ଏହାକୁ ଆଉ ବରଦାସ୍ତ କରାଯିବ ନାହିଁ । ଏକ ଶାନ୍ତ, ସମୃଦ୍ଧ ଏବଂ ସ୍ୱାଭିମାନୀ ଧର୍ମଶାଳା ପାଇଁ ଲଢେଇକୁ ଲୋକେ ଏବେ ଜୋରଦାର କରିଛନ୍ତି ବୋଲି ସତୀଶ ମତ ପ୍ରକାଶ କରିଛନ୍ତି ।ଏହାପରେ ସତୀଶ ଏଠାରେ ଲୋକ ମାନଙ୍କ ସମସ୍ୟା ନେଇ ଆଲୋଚନା କରିଥିଲେ ।ସତୀଶଙ୍କ ଏହି ଅଭିଯାନ ଏବେ ସାଧାରଣରେ ମୁଖ୍ୟ ଆଲୋଚ୍ୟ ବିଷୟ ହୋଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close