
ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ମୈାସୁମୀ କ୍ୟାମ୍ପ ପ୍ରତିଯୋଗିତା; ସୁରକ୍ଷା ବୀମା ଅଭିଯାନରେ ଭୂବନେଶ୍ୱର କ୍ଷେତ୍ରରେ ଭିକିପୁର ସିଏସପି ସମ୍ଭର୍ଦ୍ଧିତ
ବ୍ୟାସନଗର,୩୦ା୧୦(ଉ.ନ୍ୟୁଜ୍ ବ୍ୟୁରୋ): ଭାରତ ସରକାରଙ୍କ ବିତ୍ତୀୟ ପରିଯୋଜନା କାର୍ଯ୍ୟକ୍ରମରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ସର୍ବାଧିକ ସହଭାଗିତା ରହିଆସିଛି । ପ୍ରଧାନମନ୍ତ୍ରୀ ଜନଧନ ଖାତା ଖୋଲିବା ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ଲୋକଙ୍କ ଜୀବନ ସୁରକ୍ଷା ନିମନ୍ତେ (ଏପିୱାଇ,ପିଏମଏସବିୱାଇ,ପିଏମଜେଜେବିୱାଇ)କେନ୍ଦ୍ର ସରକାରଙ୍କ ବିତ୍ତୀୟ ପରିଯୋଜନା କାର୍ଯ୍ୟକ୍ରମ ମାଧ୍ୟମରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ଗ୍ରାହକ ସେବା କେନ୍ଦ୍ରଗୁଡିକ ସର୍ବାଧିକ ସଫଳତା ହାସଲ କରିଛନ୍ତି । ଏହି ପରିଯୋଜନାର ଅଧୀନରେ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରାଳୟ ଅଧୀନରେ ଆଜାଦୀ କି ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ମାଧ୍ୟମରେ ଗତ ଅଗଷ୍ଟ ମାସ ୧ ତାରିଖରୁ ସେପ୍ଟେମ୍ବର ମାସ ୧୫ ତାରିଖ ପର୍ଯ୍ୟନ୍ତ ମୈାସୁମୀ ଅଭିଯାନ ଆୟୋଜନ କରି ସର୍ବାଧିକ ସୁରକ୍ଷା ବୀମା କରିବା ନିମନ୍ତେ ଆହ୍ୱାନ ଦିଆଯାଇଥିଲା । ଏହି ଅଭିଯାନରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଭୂବନଶ୍ୱର ମଣ୍ଡଳ-୨ ଅଧୀନରେ ଥିବା ଯାଜପୁରରୋଡ ମୁଖ୍ୟ ଶାଖାର ଭିକିପୁର ଗ୍ରାହକ ସେବା କେନ୍ଦ୍ର ସର୍ବାଧିକ ସୁରକ୍ଷା ବୀମା କରି ସମ୍ବର୍ଦ୍ଧିତ ହୋଇଛି । ରବିବାର ଭୂବନଶ୍ୱର ମଣ୍ଡଳ ପକ୍ଷରୁ ଭୂବବେଶ୍ୱରର ରେଳ ଅଡିଟୋରିୟମଠାରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଭୂବନଶ୍ୱର ମଣ୍ଡଳର ସିଜିଏମ ଚନ୍ଦ୍ରଶେଖର ଶର୍ମା ଏବଂ ଡିଜିଏମ(ଏଫଆଇ) ମନମୋହନ ସ୍ୱାଇଁ ଭିକିପୁର ଗ୍ରାହକ ସେବା କେନ୍ଦ୍ରର ପରିଚାଳକ ଯଜ୍ଞଦତ୍ତ ତ୍ରିପାଠୀଙ୍କୁ ମୈାସୁମୀ ଅଭିଯାନର ସଫଳତା ପାଇଁ ଅଭିନନ୍ଦନ ଜଣାଇବା ସହିତ ଟ୍ରଫି, ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ନିଜ ବକ୍ତବ୍ୟରେ ସିଜିଏମ ଶ୍ରୀ ଶର୍ମା ଏହି ଅଭିଯାନରେ ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହିତ ଆଗକୁ ଏହି ଧାରା ଗତୀଶୀଳ କରାଇବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଭୂବନେଶ୍ୱର ଏଲଏଚଓ,ଆରବିଓ, ସମସ୍ତ ଜାତୀୟ ସ୍ତରୀୟ ବିସିର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।