ଦରଦାମ ବୃଦ୍ଧି ପ୍ରତିବାଦରେ ଭାରତୀୟ ଜାତୀୟ କଂଗ୍ରେସ ଡାକରାରେ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଓଡିଶା ବନ୍ଦ ପାଳନ

ଯାଜପୁର;୧୫/୦୨:(ସୁଭେନ୍ଦୁ ନାୟକଙ୍କ ଠାରୁ) ଦରଦାମ ବୃଦ୍ଧି ପ୍ରତିବାଦରେ ଭାରତୀୟ ଜାତୀୟ କଂଗ୍ରେସ ଡାକରାରେ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଓଡିଶା ବନ୍ଦ ପାଳନ କରାଯାଇଛି। କେନ୍ଦ୍ରର ବିଜେପି ସରକାରଙ୍କ ଅହେତୁକ ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ବ୍ୟାସନଗରର ଚୋରଦା ବାଇପାସ୍ ଛକରେ ସହରର ମୁଖ୍ୟରାସ୍ତାକୁ ଅବରୋଧ କରିବା ସହ ଦୋକାନ ବଜାର ବନ୍ଦ କରାଯାଇଛି। ଶାନ୍ତି ପୂର୍ଣ୍ଣ ଭାବରେ ବନ୍ଦପାଳନ ପାଳନ କରାଯାଉଛି। ବାରମ୍ବାର ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍ ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ, ସରକାରୀ ଦପ୍ତର,ବ୍ୟାଙ୍କ ଓ କଳକାରଖାନା ବନ୍ଦ ରଖିବା ସହିତ ଦୋକାନ ବଜାର ବନ୍ଦ କରାଯାଇଛି। ବିଭିନ୍ନ ସ୍ଥାନରେ ରାସ୍ତାରୋକ କରାଯାଇଛି। ଜିଲ୍ଲା ସଦର ମହକୁମା, ବ୍ୟାସନଗର, ଚଣ୍ଡିଖୋଲ, ଜାରକା, କୁଆଖିଆ, ପାଣିକୋଇଲି, ଡୁବୁରୀ, ମିଲିଟାରୀ ଛକ, ଦଶରଥପୁର, ବିଂଝାରପୁର ଓ ବରୀ ପ୍ରଭୃତି ଅଞ୍ଚଳରେ ଦୋକାନ ବଜାର ରାସ୍ତାଘାଟ ବନ୍ଦ କରାଯାଇଛି। ବନ୍ଦ ପାଳନ ଯୋଗୁଁ ବିଭିନ୍ନ ସ୍ଥାନରେ ଗମନାଗମନ ବାଧାପ୍ରାପ୍ତ ହୋଇଛି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close