ମା ‘ଶ୍ୟାମା କାଳୀପୂଜା କମିଟି ବାରଗଡ଼ିଆ ପକ୍ଷରୁ ଏକ ନୃତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ

କଳିଙ୍ଗନଗର; ୨୭/୧୦(ନି ପ୍ର) : ଯାଜପୁର ଜିଲ୍ଲା କଳିଙ୍ଗନଗର ଡୁବୁରୀ ନିକଟସ୍ଥ ରାଧାକୃଷ୍ଣ ମାର୍କେଟ କମ୍ପ୍ଲେକ୍ସ ଠାରେ ମା ଶ୍ୟାମା କାଳୀପୂଜା କମିଟି ବାରଗଡ଼ିଆ ପକ୍ଷରୁ ଏକ ନୃତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ନୃତ୍ୟ ପ୍ରତିଯୋଗିତାରେ ୪୦ ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।ଏହି ନୃତ୍ୟ ପ୍ରତିଯୋଗିତାରେ ସରକାରୀ ଓ ବେସରକାରୀ ବିଦ୍ୟାଳୟର ୫ବର୍ଷ ରୁ ୧୫ବର୍ଷ ବୟସ ସୀମାରେ ଥିବା ଛାତ୍ରଛାତ୍ରୀ ନିଜର ପ୍ରତିଭା ଦେଖାଇଥିଲେ।ନୃତ୍ୟ ର ତାଳେ ତାଳେ କମ୍ପିଉଠିଥିଲା ରଙ୍ଗମଞ୍ଚ।ଏହି କାର୍ଯ୍ୟକ୍ରମ ରେ ବିଚାରକ ଭାବେ ଯାଜପୁରରୋଡ଼ ସ୍ଥିତ କେମ୍ବ୍ରିଜ କିଡ୍ସ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରୀତି ଚୋୖରସିଆ ଓ ରାଜ୍ୟସ୍ତରୀୟ ମାନବାଧିକାର କର୍ମୀ ତଥା ଉଦୟବଟର ସହ ସମ୍ପାଦକ ଦୀପକ ରଞ୍ଜନ ପାଣିଗ୍ରାହୀ ଯୋଗଦେଇ ଛାତ୍ରଛାତ୍ରୀ ଙ୍କ ପ୍ରତିଭା କୁ ପରଖିଥିଲେ। ଏହି ନୃତ୍ୟ ପ୍ରତିଯୋଗିତାରେ ସ୍ଵୟଂଶ୍ରୀ ଶତପଥୀ ଓ ପ୍ରିନ୍ସେସ ପ୍ରିୟଦର୍ଶିନୀ ଙ୍କୁ ପ୍ରଥମ ସ୍ଥାନ, ଅଙ୍କିତା ଦାସ ଓ ସିଦ୍ଧି ସ୍ମରଣିକା  ଙ୍କୁ ଦ୍ୱିତୀୟ ସ୍ଥାନ, ବିଶ୍ୱନାଥ  ଓ ଡି ଦିବ୍ୟଞ୍ଜନ ଙ୍କୁ ତୃତୀୟ ସ୍ଥାନ ମିଳିଥିବା ବେଳେ ସେମାନଙ୍କୁ ସାର୍ଟିଫିକେଟ ସହ ମେଡାଲ ପ୍ରଦାନ କରାଯାଇଥିଲା। ଏଥିସହ ଅନ୍ୟ ସମସ୍ତ ପ୍ରତିଯୋଗିମାନଙ୍କୁ କମିଟି ତରଫରୁ ମଧ୍ୟ ସାର୍ଟିଫିକେଟ ସହ ମେଡାଲ ଦିଆଯାଇଥିଲା।କମିଟିର ଏଭଳି ପ୍ରତିଯୋଗୀମୂଳକ କାର୍ଯ୍ୟକ୍ରମ କୁ ଅଞ୍ଚଳରେ ଖୁବ ପ୍ରଶଂସା କରାଯାଇଛି। ଆଗକୁ କୁନିକୁନି ପିଲାମାନଙ୍କର ଏଭଳି କାର୍ଯ୍ୟକ୍ରମ ଜାରି ରଖିବାକୁ କମିଟିର ସଦସ୍ୟ ମାନେ କହିଛନ୍ତି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close