“ରୋଟାରୀ କ୍ଲବ କଳିଙ୍ଗନଗର”ର ୧୦ମ ଅଧିଷ୍ଠାନ ଉତ୍ସବ ଅନୁଷ୍ଠିତ

ବ୍ୟାସନଗର, ୯।୯(ଉ. ନ୍ୟୁଜ୍ ବ୍ୟରୋ): ‘ରୋଟାରୀ କ୍ଲବ କଳିଙ୍ଗନଗର’ର ୧୦ମ ଅଧିଷ୍ଠାନ ଉତ୍ସବ ଗତ କାଲି ଶୁକ୍ରବାର ସନ୍ଧ୍ୟାରେ  ହୋଟେଲ ଯଯାତି କୋର୍ଟୟାର୍ଡ଼ ଠାରେ କ୍ଲବର ୨୦୨୨-୨୩ର ସଭାପତି ରୋଟାରୀଆନ ଶିବାନନ୍ଦ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଡି.ଜି.ଏନ ମନୋଜ କୁମାର ତ୍ରିପାଠୀଏ.ଜି ଅକ୍ଷୟ କୁମାର ପରିଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଡ଼ଃ. ଦେବସ୍ମିତା ସାହୁ ଅତିଥିମାନଙ୍କୁ ମଂଚକୁ ଆମନ୍ତ୍ରଣ କରିଥିଲେ । ରୋଟାରିଆନ ମନୋଜ କୁମାର ବାରିକ ୨୦୨୨-୨୩ ବର୍ଷର ବାର୍ଷିକ କାର୍ଯ୍ୟକ୍ରମ ବିବରଣୀ ପାଠ କରିଥିଲେ । ରୋଟାରୀଆନ ପ୍ରଶାନ୍ତ କୁମାର ପରିଡାଙ୍କୁ ୨୦୨୩-୨୪ ବର୍ଷର ସଭାପତି ଭାବେ ଦାୟିତ୍ୱଭାର ଅର୍ପଣ ପୂର୍ବକ ଶପଥପାଠ କରାଯିବା ସହ ନୂତନ ସଭାପତି ରୋଟାରିଆନ ଶ୍ରୀ ପରିଡାଙ୍କୁ ପୁଷ୍ପଗୁଚ୍ଛ ନେଇ ଉତ୍ସସ୍ୱିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ୨୩-୨୪ବର୍ଷ ପାଇଁ ନୂତନ ସଂପାଦକ ଭାବେ ରୋଟାରୀଆନ ମନୋଜ କୁମାର ବାରିକଙ୍କୁ ଦାୟିତ୍ୱଭାର ଅର୍ପଣ କରାଯାଇଥିଲା । ୦୧ଜଣ ନୂତନ ସଭ୍ୟ ରୋଟାରୀଆନ ବିଜୟ କୁମାର ଶତପଥୀଙ୍କୁ କ୍ଲବରେ ସାମିଲ କରି ସମ୍ବର୍ଦ୍ଧନା ଦିଆଯାଇଥିଲା । କୋରେଇ ନିର୍ବାଚନ ମଣ୍ଡଳୀର ଚଳିତ ବର୍ଷ ଓଡିଶା ପ୍ରଶାସନିକ ସେବାରେ  ଉତ୍ତୀର୍ଣ୍ଣ ହୋଇଥିବା ସୁଚେତା ମିଶ୍ର, ଦେବବ୍ରତ ପାଢ଼ୀ, ଦେବାଶିଷ ଆଚାର୍ଯ୍ୟ ଓ ସମାଜସେବୀ ଜିତେନ୍ଦ୍ର ରାଉତ, ମନୋଜ ପରିଡା, ବିଶିଷ୍ଟ ବ୍ୟବସାୟୀ ତନ୍ମୟ ପୃଷ୍ଟିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କ୍ଲବର ରୋଟାରିଆନ ମହେନ୍ଦ୍ର ପଣ୍ଡାଙ୍କର ସାନ ଝିଅ ରୋଶନୀ ପଣ୍ଡା ଆଧୁନିକ ନୃତ୍ୟ ପରିବେଷଣ କରିଥିଲେ ।  ଏ.ଜି ରୋଟାରିଆନ ଅକ୍ଷୟ ପରିଡା, ମୁଖ୍ୟ ଅତିଥି ଡି.ଜି.ଏନ ମନୋଜ କୁମାର ତ୍ରିପାଠୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଅତିଥି ଓ ପ୍ରାକ୍ତନ ସଭାପତିମାନଙ୍କୁ ମଂଚରେ ଉପଡକନ ଓ  ଫୁଲତୋଡ଼ା ସହ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସରଜେଂଟ ରୋଟାରିଆନ ସଞ୍ଜୟ ମିଶ୍ର ଉପସ୍ଥାନ ତଥ୍ୟ ପ୍ରଦାନ କରିଥିଲେ । ରୋଟାରିଆନ କାମଳଲୋଚନ ସାହୁ ଧନ୍ୟବାଦ ଅର୍ପଣ କରିବା ପରେ ନୁତନ ସଭାପତି ରୋଟାରିଆନ ପ୍ରଶାନ୍ତ ପରିଡା ସଭାକୁ ଭଂଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ କ୍ଲବର କର୍ମକର୍ତ୍ତା ବ୍ୟକ୍ତିବିଶେଷ, ସାମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ । ରୋଟାରୀଆନ ସୁଦୀପ କୁମାର ମିଶ୍ର, ଅକ୍ଷୟ କୁମାର ପତି, ଲୋକନାଥ ରାଉତ, ମହେନ୍ଦ୍ର ପଣ୍ଡା, ଅଚ୍ୟୁତାନନ୍ଦ ମହାନ୍ତି, ସୂର୍ଯ୍ୟକାନ୍ତ ବିଶ୍ୱାଳ, ଅରୁଣ କୁମାର ବେହେରା, ପ୍ରଶାନ୍ତ ବିଶ୍ୱାଳ, ପରମେଶ୍ୱର ଦାସ, ଦୀନେଶ ସାହୁ, ସୁଶାନ୍ତ ବରାଳ, ସୁଶାନ୍ତ ଶେଖର ଜେନା, ରାମଚନ୍ଦ୍ର ସେନାପତି, ଦେବକଲ୍ୟାଣ ଦାସ, ସତ୍ୟଜିତ ରାଉତରାୟ, କୈଳାସ ଚନ୍ଦ୍ର ସାହୁ, ଯୁଧିଷ୍ଠିର ତରାଇ, ଜୟନ୍ତ ଦାଶ, ସଂଜୟ ବୋଇତାଇ, ଚିନ୍ମୟ କୁମାର ପୃଷ୍ଟି, ଗୋପୀନାଥ ସାହୁ ଓ ସମସ୍ତ ପରିବାର ଯୋଗଦାନ କରିଥିଲେ ।  

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close