ଆଜି ଓଡ଼ିଶା କ୍ରିକେଟ ସଂଘ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ

କଟକ, ୨୧/୧୦(ଉ. ନ୍ୟୁଜ୍ ବ୍ୟରୋ): ଆଜି ଶୁକ୍ରବାର ପୂର୍ବାହ୍ନ ୧୦ଟା ୩୦ ମି.ରୁ ଆରମ୍ଭ ହେବ ଗୁରୁତ୍ୱପୂର୍ଣ୍ଣ ଓଡ଼ିଶା କ୍ରିକେଟ ସଂଘ (ଓ.ସି.ଏ) ନିବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ । ଏହା ଓ.ସି.ଏ ସମ୍ମିଳନୀ କକ୍ଷରେ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଳିବ । ୧୯୬୧ ମସିହାରୁ ପ୍ରତିଷ୍ଠିତ ଓ.ସି.ଏ ଏକ ସମୃଦ୍ଧ ତଥା ଗୁରୁତ୍ୱପୂର୍ଣ୍ଣ ଓ ସମ୍ମାନଜନକ ସଂଘ । ଏହା ବି.ସି.ସି.ଆଇ ଦ୍ୱାରା ଅନୁମୋଦିତ । ବର୍ତମାନ ସଭାପତି ପଦରେ ପଙ୍କଜଲୋଚନ ମହାନ୍ତି ଥିବା ବେଳେ ଓସିଏ ସଂପାଦକ ପଦରେ ଅଛନ୍ତି ସଂଜୟ ବେହେରା । ଆଜିର ନାମାଙ୍କନ ପତ୍ର ଦାଖଲ ନେଇ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଚିଂଛି । ସମ୍ମାନଜନକ ସଭାପତି ପଦବୀ ପାଇଁ ଯାଜପୁରର ବିଧାୟକ ତଥା ରାଜ୍ୟ ରାନୀତିରେ ପ୍ରଭାବଶୀଳ ଭୂମିକାରେ ଥିବା ରାଜ୍ୟ ବିଜେଡ଼ି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ନାମାଙ୍କନ ପତ୍ର ଭରୁଥିବା ବେଳେ ସାଧାରଣ ସଂପାଦକ ପଦ ପାଇଁ ପୁଣି ସଂଜୟ ବେହେରା ଓ ଉପ-ସଭାପତି ପଦ ପାଇଁ ଶିଳ୍ପପତି ପଙ୍କଜ ଲୋଚନ ମହାନ୍ତି ନାମାଙ୍କନ ପତ୍ର ଭରୁଥିବାର ଜଣାଯାଇଛି । ବଳକା ଆଉ ୦୩ଟି ପଦବୀ ପାଇଁ କିଏ ନାମାଙ୍କନ ପତ୍ର ଭରିବେ ତାହା ଆଉ ମାତ୍ର କେଇ ଘଂଟା ପରେ ଜଣାପଡ଼ିଯିବ । ସୂଚନାଯୋଗ୍ୟ, ଶକ୍ତିଶାଳୀ ସଂଜୟ ବେହେରାଙ୍କ ପ୍ୟାନେଲର ସମସ୍ତ ସଦସ୍ୟ ଏକାଠି ହୋଇଛନ୍ତି । ନିର୍ବାଚନକୁ ଅବାଧରେ ଜିତିବାକୁ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ପ୍ରତିପକ୍ଷ ବିରୋଧି ଗୋଷ୍ଠୀରୁ ନବରଂଜନ ପଟ୍ଟନାୟକ ମଧ୍ୟ ତାଙ୍କର ରଣକୈାଶଳରେ ଅଛନ୍ତି । ୭୩ଜଣ ଭୋଟରଙ୍କ ମଧ୍ୟରୁ ଅଧିକାଂଶଙ୍କ ସଂଜୟଙ୍କ ପ୍ୟାନେଲ ପ୍ରତି ପୂର୍ଣ୍ଣ ସମର୍ଥନ ଥିବାର କୁହାଯାଉଥିବାରୁ ପ୍ରଣବ ପ୍ରକାଶ ଦାସ (ବବି) ସମ୍ମାନଜନକ ଓସିଏର ନୂତନ ସଭାପତି ପଦରେ ଅଳଙ୍କୃତ ହେଉଥିବାର ଆଶା ସଂଚାର ହୋଇଛି । ସବୁ ଏକ ପ୍ରକାରର ଭିତରେ ଭିତରେ ଚୂଡ଼ାନ୍ତ ହୋଇଥିବା ବେଳେ ନିର୍ବାଚନ ଖାଲି ଫରମାଲିଟି ଭାବେ ହେଉଥିବାର ଚର୍ଚ୍ଚା ଯୋର ଧରିଛି ।
      ଏହି ନିର୍ବାଚନ ପାଇଁ ଆସନ୍ତା ୨୨/୧୦ରେ ତାଲିକା ପ୍ରସ୍ତୁତ ହୋଇ ଆପତି, ଅଭିଯୋଗର ଶୁଣାଣି ହେବ । ଏହା ପର ଦିନ ଅର୍ଥାତ୍ ୨୩/୧୦ରେ ଏଥିନିମନ୍ତେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ଏହାର ୦୫ ଦିନ ପରେ ଆସନ୍ତା ୨୮/୧୦ରେ ନିର୍ବାଚନ ହୋଇ ଫଳାଫଳ ପ୍ରକାଶ ପାଇବ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close