‘ଉଦୟବଟ’ର ରାମଚନ୍ଦ୍ରପୁର ପ୍ରତିନିଧିଙ୍କ ମାତା ମାଳତୀ ଦେବୀଙ୍କ ପରଲୋକ, ବିଭିନ୍ନ ମହଲରେ ଶୋକ ବ୍ୟକ୍ତ

ରାମଚନ୍ଦ୍ରପୁର, ୦୨/୩(ଉ.ନ୍ୟୁଜ୍ ବ୍ୟୁରୋ): କେଉଁଝର ଜିଲ୍ଲା ରାମଚନ୍ଦ୍ରପୁର ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ବାମ୍ଫିଡ଼ି ଗ୍ରାମର ବୟ୍ୟୋଜେଷ୍ଠ ତଥା ଧର୍ମପରାୟଣ ମହିଳା ମାଳତି ମିଶ୍ର ଆଉ ଆମ ଗହଣରେ ନାହାନ୍ତି । ସେ ତା. ୨୫/୦୨/୨୦୨୩ରେ ତାଙ୍କ ବାସଭବନରେ ପରଲୋକ ଗମନ କରିଛନ୍ତି । ସେ ତା ୨୦.୦୫.୧୯୪୨ରେ ଜନ୍ମଗ୍ରହଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁୂ ୮୧ ବର୍ଷ ବୟସ ହୋଇଥିଲା । ସେ ବହୁଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପିଡ଼ୀତ ଥିଲେ । ଗ୍ରାମ ଶଶ୍ମାନରେ ତାଙ୍କର ଶେଷ କୃତ୍ୟ ସଂପନ୍ନ ହୋଇଛି । ୰ ମିଶ୍ର ‘ଉଦୟବଟ’ର ପ୍ରତିଷ୍ଠାତା ପ୍ରତିନିଧି ସମୀର କୁମାର ମିଶ୍ରଙ୍କ ମାତା ଅଟନ୍ତି । ତାଙ୍କ ମୃତ୍ୟୁରେ ‘ଉଦୟବଟ’ ପକ୍ଷରୁ ଗଭୀର ଶୋକ ବ୍ୟକ୍ତ କରାଯାଇଛି । ସଂପାଦକ ଦୁଷ୍ମନ୍ତ କୁମାର ରାଉତ, ସହଯୋଗୀ ସଂପାଦକ ଅଧ୍ୟାପକ ଡ଼ଃ. ଅକ୍ଷୟ କୁମାର ପଣ୍ଡା, କାର୍ଯ୍ୟନିର୍ବାହୀ ସଂପାଦିକା ବିଦ୍ୟୁତ୍‌ପ୍ରଭା ରାୟ, ସୁମନ କୁମାର ରାୟ, ଚକ୍ରଧର ମଲ୍ଲିକ, ପ୍ରଫୁଲ୍ଲ ବାରିକ, ଅଭିଶେକ ମଲ୍ଲ, ଗୈାରୀଶଙ୍କର ପତି, ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ଚନ୍ଦ୍ରମଣି ସାମଲ, ଯୁବ ସମାଜସେବୀ ପ୍ରଶାନ୍ତ କୁମାର ମହାପାତ୍ର ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close