ଇନ୍ଦିରା ଗାନ୍ଧୀ ମହିଳା (କନିଷ୍ଠ) ମହାବିଦ୍ୟାଳୟରେ ବିଶ୍ୱ ଏଡସ୍ ଦିବସ ପାଳିତ

ଯାଜପୁର, ତା ୦୨ା୧୨(ଉ.ନ୍ୟୁଜ ବ୍ୟୁରୋ): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ମହିଳା (କନିଷ୍ଠ) ମହାବିଦ୍ୟାଳୟ ପରିସରରେ ଓସାକ୍ସ ସହାୟତାରେ ଓ ମହାବିଦ୍ୟାଳୟର ଯୁବ ରେଡ଼କ୍ରସ ଏବଂ ରେଡ୍ ରିବନ କ୍ଲବ ଆନୁକୁଲ୍ୟରେ ବିଶ୍ୱ ଏଡସ୍ ଦିବସ ପାଳିତ ହୋଇଯାଇଛି । ଏହି ଦିବସ ପାଳନ ଅବସରରେ ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ଏକ ଶୋଭାଯାତ୍ରା ଭାରପ୍ରାପ୍ତ ଅଧ୍ୟକ୍ଷା ପ୍ରାଧ୍ୟାପିକା ଲଳିତା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଯୁବ ରେଡ୍‌କ୍ରସର ଆବାହକ ଅଧ୍ୟାପକ ସୁବାସ ଚନ୍ଦ୍ର ସ୍ୱାଇଁ ବିଶ୍ୱ ଏଡସ୍ ଦିବସ ୨୦୨୩ ର ବାର୍ତା ‘ଗୋଷ୍ଠୀ ସମୂହକୁ ନେତୃତ୍ୱ ଦିଅ’ ସଂପର୍କରେ ଉପସ୍ଥିତ ସ୍ୱେଚ୍ଛାସେବୀଙ୍କୁ ସୂଚନା ଦେଇଥିଲେ । ଶୋଭାଯାତ୍ରାରେ ସ୍ୱେଚ୍ଛାସେବୀମାନେ ପ୍ଲାକାର୍ଡ ଓ ସ୍ଲୋଗାନ ମାଧ୍ୟମରେ ଏଡସ୍‌କୁ କିପରି ସମାଜରୁ ଦୂର ହୋଇପାରିବ ଜନ ସାଧାରଣଙ୍କୁ ସଚେତନ କରାଇଥିଲେ । କାର୍ଯ୍ୟକ୍ରମକୁ ସଂଚାଳନାରେ ଅଧ୍ୟାପକ ଚିରଂଜନ ବଳ, ଅଧ୍ୟାପିକା ମାନସୀ ବେହେରା, ଡଃ. ହିରଣ୍ମୟୀ ମିଶ୍ର, ଦେବଜାନୀ ଦାସ, ଦୀପ୍ତିମୟୀ ରାଉତ, କଲ୍ୟାଣୀ ପରିଡା ପ୍ରମୁଖ ସହଯୋଗ କରିଥିଲେ । ମହାବିଦ୍ୟାଳୟର କ୍ଷୀରୋଦ କୁମାର ରାଉତ, ଶିବପ୍ରସାଦ ଦାସ, ସୁକାନ୍ତୀ ଦାସ, ସତ୍ୟଭମା ସ୍ୱାଇଁ, ବସନ୍ତ ସେଠୀ ଓ ଜୟପ୍ରକାଶ ଦାସ କାର୍ଯ୍ୟକ୍ରମ ପରିଚାଳନାରେ ଉପସ୍ଥିତ ଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close