
ଯାଜପୁରର ରାମବାଗଠାରେ ‘ବିଶ୍ୱ ଦୃଷ୍ଟି ଦିବସ’ ପାଳିତ
ଯାଜପୁର, ୧୪/୧୦ (ପଦ୍ମଲୋଚନ ନାୟକଙ୍କ ଠାରୁ): ଗତ କାଲି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକର ରାମବାଗର ତଳିଆପଂଚାୟତ ସ୍ଥିତ ‘ଆଦିକନ୍ଦ ପଣ୍ଡା ମେମୋରିଆଲ୍ ଚକ୍ଷୁ ଚିକିତ୍ସାଳୟ’ ପକ୍ଷରୁ ‘ବିଶ୍ୱ ଦୃଷ୍ଟି ଦିବସ’ ପାଳିତ ହୋଇଯାଇଛି । କଟକର ‘ଜେ.ପି.ଏମ୍ ରୋଟାରୀ’ ସଂସ୍ଥା ତରଫରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ‘ସ୍କିଲ୍ ଡେଭଲପ୍ମେଂଟ୍ ଅଥୋରିଟି’ର ଅଧ୍ୟକ୍ଷ ସୁବ୍ରତ ବାଗ୍ଚି, ମୋ’ କଲେଜ୍ର ଅଧ୍ୟକ୍ଷ ଆକାଶ ଦାସ ନାୟକ ଏବଂ ମୋ’ ସ୍କୁଲ୍ର ଅଧ୍ୟକ୍ଷା ସୁସ୍ମିତା ବାଗ୍ଚି ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଏଥିରେ ସଭାପତିତ୍ୱ କରିଥିଲେ ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ୍ର ସଭାପତି ଜଗବନ୍ଧୁ ସାହୁ । ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦାନ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।
Live Share Market