ଯାଜପୁର ଜିଲ୍ଳ୍‌ାର ମୁଖ୍ୟ ଚିକିତ୍ସାଳୟ ସମେତ ୪ ଗୋଟି ସିଏଚ୍‌ସି ଆମ ହସ୍ପିଟାଲ ରୂପାନ୍ତରଣ

ଯାଜପୁର, ତା ୨୭ା୦୨(ଉ. ନ୍ୟୁଜ ବ୍ୟୁରୋ): ସବୁ ଜୀବନ ମୂଲ୍ୟବାନ । ଆମ ହସ୍ପିଟାଲ ରୂପାନ୍ତରଣ ଲୋକଙ୍କ ସେବାକୁ ଆରାମ ଓ ଆତ୍ମ ସନ୍ତୋଷ ଦେବା ସହ ରୋଗୀ ସେବାକୁ ତ୍ୱରାନ୍ୱିତ କରି ଗରିବଙ୍କ ମୁହଁରେ ହସ ଫୁଟାଇବା ସହ, ଗରିବ, ଧନୀ ସମସ୍ତେ ଆମ ହସ୍ପିଟାଲ ରୂପାନ୍ତରଣ ମାଧ୍ୟମରେ ବେସରକାରୀ ଚିକିତ୍ସାଳୟ ଏବଂ ବଡ ବଡ ଶିଳ୍ପ ଉଦ୍ୟୋଗ କର୍ପୋରେଟ୍ ସେକ୍ଟର ଭଳି ଓଡିଶାର ଜନସାଧାରଣ ସରକାରୀ ଚିକିତ୍ସାଳୟରେ ସେବା ପାଇ ସୁସ୍ଥ ଓଡିଶା, ସୁଖୀ ଓଡିଶା ଗଠନରେ ଆମ ହସ୍ପିଟାଲ ରୂପାନ୍ତରଣ କାର୍ଯ୍ୟକ୍ରମ ନିଶ୍ଚିତ ସହାୟକ ହେବ ବୋଲି ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜି ଅପରାହ୍ନରେ ଆଭାସୀରେ ଲୋକାର୍ପଣ କରି ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ପ୍ରକାଶ କରିଚ୍ଥନ୍ତି ।
ଯାଜପୁର ଜିଲ୍ଳ୍‌ା ବଡଚଣା ସିଏଚ୍‌ସି ନିକଟସ୍ଥ ଏକ ଭବ୍ୟ ଲୋକାର୍ପଣ ଉତ୍ସବରେ ମାନ୍ୟବର ବିଧାୟକ, ବଡଚଣା ଶ୍ରୀଯୁକ୍ତ ଅମର ପ୍ରସାଦ ଶତପଥୀ, ମାନ୍ୟବର ବିଧାୟକ, କୋରାଇ ଶ୍ରୀଯୁକ୍ତ ଅଶୋକ କୁମାର ବଳ, ମାନ୍ୟବର ବିଧାୟକ, ଧର୍ମଶାଳା ଶ୍ରୀଯୁକ୍ତ ପ୍ରଣବ କୁମାର ବଳବନ୍ତରାୟ, ଭାରପ୍ରାପ୍ତ ଜିଲ୍ଳ୍‌ାପାଳ ଶ୍ରୀ ଅଶୋକ କୁମାର ବେହୁରିଆ, ପୈାର ପରିଷଦ ଅଧ୍ୟକ୍ଷା, ବ୍ୟାସନଗର ଶ୍ରୀମତୀ ସଂଗୀତା ପିଙ୍ଗୁଆ, ବଡଚଣା ପଂଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ମିନତୀ ସେନାପତି, ମଣ୍ଡଳ ଉନ୍ନୟନ ଅଧିକାରୀ, ବଡଚଣା ଶ୍ରୀ ରବିନ୍ଦ୍ର କୁମାର ପ୍ରଧାନ, ତହସିଲଦାର, ଦର୍ପଣ , ଡେପୁଟୀ କଲେକ୍ଟର କ୍ଷୀରୋଦ ଚନ୍ଦ୍ର ଦାଶ, ଜିଲ୍ଳ୍‌ା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଶିବାଶିଷ ମହାରଣା, ଇ-ଗଭର୍ଣ୍ଣାନ୍ସ ମ୍ୟାନେଜର ଶ୍ରୀ ସାରଦା ପ୍ରସାଦ ଜେନା ଓ ଜିଲ୍ଳ୍‌ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ବେହେରାଙ୍କ ସମେତ ବହୁ ଜନ ପ୍ରତିନିଧି, ମାନ୍ୟରଣ୍ୟ ବ୍ୟକ୍ତି, ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଓ କର୍ମଚାରୀ, ମିଶନ ଶକ୍ତି ମା ମାନେ ଏବଂ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ ।
ଆଭାସୀରେ ୫ଟ ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଲୋକାର୍ପଣ କାର୍ଯ୍ୟକ୍ରମ ଉତ୍ସବରେ ୧୫ ଗୋଟି ଜିଲ୍ଳ୍‌ାର ମାନ୍ୟବର ମନ୍ତ୍ରୀଗଣ, ସାଂସଦ, ବିଧାୟକ, ଜିଲ୍ଳ୍‌ାପାଳ ଏବଂ ଈଝକଣ ହିତାଧିକାରୀମାନେ ଯୋଡି ହୋଇଥିଲେ । ଯାଜପୁର ଜିଲ୍ଳ୍‌ାର ସୋନାଲି ନାଥ ଆମ ହସ୍ପିଟାଲ ରୂପାନ୍ତରଣର ଲାଭବାନ ଉପରେ ନିଜର ଅନୁଭୂତି ବଖାଣିଥିଲେ । ସେହିପରି ସଭାପତି ଭାଷଣରେ ୫ଞ ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ କହିଲେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୪୦ ଟି ହସ୍ପିଟାଲ ରୂପାନ୍ତରିତ ହୋଇ ୭୦୬ କୋଟି ୨୭ ଲକ୍ଷ ଖର୍ଚ୍ଚ ହୋଇଅଚ୍ଥି । ଆଜି ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ସୁବର୍ଣ୍ଣପୁର ଜିଲ୍ଳ୍‌ାର ୩୦୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜର ଭିତ୍ତି ପ୍ରସ୍ତର ସ୍ଥାପନ, ଝାରସୁଗୁଡା ଜିଲ୍ଳ୍‌ାରେ କାଡିଆଟିକ ସେଣ୍ଟର ଏବଂ ଖୋର୍ଦ୍ଧା ଜିଲ୍ଳ୍‌ାର ବେଗୁନିଆଁ ଠାରେ ଉପଖଣ୍ଡ ଚିକିତ୍ସାଳୟ ଭିତ୍ତି ପ୍ରସ୍ତର ସ୍ଥାପନ ସ୍ୱାସ୍ଥ୍ୟ ସେବାର ଊନ୍ନତି ପାଇଁ ମାଇଲ ଖୁଣ୍ଟ ସଦୃଶ ଅଟେ । ଆଜି ଯାଜପୁର ଜିଲ୍ଳ୍‌ାର ଜିଲ୍ଳ୍‌ା ମୁଖ୍ୟ ଚିକିତ୍ସାଳୟ ସହ ଦାନଗଦୀ, ଯାଜପୁର ରୋଡ, ଧର୍ମଶାଳା, ବଡଚଣା ସିଏଚ୍‌ସି କୁ ଲୋକାର୍ପଣ କରିଥିଲେ ।
ଆଭାସୀ ପ୍ରାରମ୍ଭରେ ସ୍ୱ୍‌ସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶେଷରେ ନିର୍ଦ୍ଦେଶକ, ଜନସ୍ୱାସ୍ଥ୍ୟ ଧନ୍ୟବାଦ ପ୍ରଦାନ କରିଥିଲେ ।

 

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close