ଏବେ ଭାରତ ହେଉଛି ବିଶ୍ୱର ସବୁଠାରୁ ଅଧିକ ଜନବହୁଳ ଦେଶ

କଟକ, ୧୯/୪(ଅଜୟ କୁମାର ମହାନ୍ତିଙ୍କ ଠାରୁ): ବିଶ୍ବର ସବୁଠାରୁ ଅଧିକ ଜନବହୁଳ ଦେଶ ଚୀନ (China) ନୁହେଁ । ଏବେ ଭାରତ ହେଉଛି ବିଶ୍ୱର ସବୁଠାରୁ ଅଧିକ ଜନବହୁଳ ଦେଶ (Populus Country) । ଚଳିତ ବର୍ଷ ଆରମ୍ଭରେ ଗ୍ଲୋବାଲ ଏକ୍ସପର୍ଟସ ଅନୁମାନ କରିଥିଲେ କି ୨୦୨୩ରେ ଭାରତ ସବୁଠାରୁ ଅଧିକ ଜନବହୁଳ ଦେଶ ହେବ । ଏବେ ଏହି ନୂଆ ସଂଖ୍ୟା ଉପରେ ଜାତିସଂଘ ମୋହର ମାରିଛି । ଭାରତ ଏବେ ବିଶ୍ୱର ସବୁଠାରୁ ଅଧିକ ଜନସଂଖ୍ୟା ଦେଶ ସାଜିଛି । ଭାରତରେ ଏବେ ଚାଇନା ତୁଳନାରେ ୩୦ ଲକ୍ଷରୁ ଅଧିକ ଲୋକ ରହିଛନ୍ତି ।
  ୟୁଏନଏଫପିଏର ଦ ଷ୍ଟେଟ ଅଫ ୱାର୍ଲଡ ପପୁଲେସନ ରିପୋର୍ଟ ୨୦୨୩ ଜାରି କରିଛି । ଏଥିରେ କୁହାଯାଇଛି କି, ଏବେ ଭାରତର ଜନସଂଖ୍ୟା ୧୪୨ କୋଟି ୮୬ ଲକ୍ଷ ରହିଛି । ଏହି ହିସାବରେ ଚାଇନାର ଜନସଂଖ୍ୟା ୧୪୨ କୋଟି ୫୭ ଲକ୍ଷ ରହିଛି । ଅର୍ଥାତ୍‌ ଦୁଇ ଦେଶର ଜନସଂଖ୍ୟାରେ ୩୦ ଲକ୍ଷ ଫରକ ରହିଛି । ପ୍ରଥମ ଥର ଭାରତର ଜନସଂଖ୍ୟା ୧୯୫୦ ପରେ ଚୀନଠାରୁ ଅଧିକ ହୋଇଛି । ୧୯୫୦ରେ ଜାତିସଂଘ ଜନସଂଖ୍ୟା ଡାଟା ଏକତ୍ର କରିବା ଓ ଜାରି କରିବା ପ୍ରକ୍ରିୟା ଆରମ୍ଭ କରିଥିଲା ।
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close