ଜନ୍ମ ଜୟନ୍ତୀରେ ଉତ୍କଳମଣିଙ୍କୁ ବ୍ୟାସନଗର ବରିଷ୍ଠ ନାଗରିକ ମଂଚ ତରଫରୁ ଶ୍ରଦ୍ଧାସୁମନ

ବ୍ୟାସନଗର, ୦୯.୧୦(ମନୋରଂଜନ ଦାସଙ୍କ ଠାରୁ): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାଶଙ୍କର ପବିତ୍ର ୧୪୫ତମ ଜନ୍ମ ଜୟନ୍ତୀ ସ୍ଥାନୀୟ ଚୋରଦା ସ୍ଥିତ ‘ବ୍ୟାସନଗର ବରିଷ୍ଠ ନାଗରିକ ମଂଚ’ କାର୍ଯ୍ୟାଳୟରେ ସଂପାଦକ ଚନ୍ଦ୍ରମଣି ସାମଲଙ୍କ ଆବାହକତ୍ୱରେ ପାଳିତ ହୋଇଯାଇଛି । ଶିକ୍ଷାବିତ୍ ତଥା ମଂଚର ସଭାପତି ଉପେନ୍ଦ୍ରନାଥ ବେଉରିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପଣ୍ଡିତ ଗୋପବଂନ୍ଧୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କ ଜୀବନାଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କଲେ ସମାଜର ବହୁବିଧ ଉନ୍ନତି ହୋଇପାରିବ ବୋଲି କହିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ମଂଚର ଉପ-ସଭାପତି ଡ଼ା. ନୃସିଂହ ଚରଣ ପରିଡ଼ା, ଯୋଗ ଗୁରୁ ବଟକୃଷ୍ଣ ପ୍ରଧାନ, ମଂଚର ବରିଷ୍ଠ କାର୍ଯ୍ୟକର୍ତା ଶଙ୍କର୍ଷଣ ସାହୁ, ଭାଗ୍ୟଧର କର, ଲମ୍ବୋଦର ମଲ୍ଲିକ, ସନାତନ ମଲ୍ଲିକ, ଶିକ୍ଷାବିତ୍ ଡ଼ଃ. ନିକୁଞ୍ଜ ବିହାରୀ ଧଳ, ଅରୁଣା ଖତ୍ପାଇ, କମଳିନୀ ସାମଲ, କୈଳାସ ବେହେରା ପ୍ରମୁଖ ଯୋଗ ଦେଇ ପଣ୍ଡିତ ଦାଶଙ୍କର ସ୍ମୃତିଚାରଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close