ଖାଲି ଇ ଏସ ଆଇ(ESI) କାହିଁକି ଏଣିକି ଉପଭୋକ୍ତା ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇପାରିବେ

ନୂଆଦିଲ୍ଲୀ ; ୦୮/୧୨ : କର୍ମଚାରୀ ରାଜ୍ୟ ବୀମା ନିଗମରେ ସମ୍ପୃକ୍ତ ଥିବା ଉପଭୋକ୍ତାଙ୍କ ପାଇଁ ଖୁସି ଖବର। ସୋମବାର ଇ ଏସ ଆଇ(ESI) ନିୟମରେ କିଛି ସଂଶୋଧନ କରିବା ସହ ସରକାରଙ୍କ ତରଫରୁ ଏକ ଘୋଷଣା କରାଯାଇଛି। ପୂର୍ବ ନିୟମାନୁଯାୟୀ ଇ ଏସ ଆଇ ଉପଭୋକ୍ତା କେବଳ ଇ ଏସ ଆଇ ହସ୍ପିଟାଲରେ ଚିକିତ୍ସିତ ହୋଇପାରିଥିଲେ କିନ୍ତୁ ଏହି ସଂଶୋଧନରେ ଏଣିକି ଘରୋଇ ହସ୍ପିଟାଲରେ ରୋଗୀ ଚିକିତ୍ସିତ ହୋଇପାରିବେ। କୌଣସି ଜରୁରୀକାଳୀନ ପରିସ୍ଥିତିରେ ଏହି ସୁବିଧା ଉପଭୋକ୍ତା ପାଇପାରିବେ। ଜରୁରୀ ସେବା ଯେପରିକି ହୃଦଘାତ , ଆକସ୍ମିକ ଦୁର୍ଘଟଣାରେ ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇପାରିବେ। ଏହି ଚିକିତ୍ସା ସମ୍ପୂର୍ଣ୍ଣ ଭାବେ ମାଗଣାରେ ଉପଲବ୍ଧ ରହିବ ସରକାର ଏହି ଖର୍ଚ୍ଚ ବହନ କରିବେ। ସ୍ୱାସ୍ଥ୍ୟ ସେବାର ଉନ୍ନତି କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂତନ ଭାବେ ୨୬ଟି ଇ ଏସ ଆଇ ହସ୍ପିଟାଲ ନିର୍ମାଣ ରହିଛି ତଥା ଆଉ ୧୬ଟିର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ସରିଛି।ସୂଚନାନୁଯାୟୀ ଏବେ ଦେଶରେ ୧୧୦ରୁ ଅଧିକ ଇ ଏସ ଆଇ ହସ୍ପିଟାଲ କାର୍ଯ୍ୟରତ ଅଛି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close