କଳିଙ୍ଗନଗର ସାମ୍ବାଦିକ ସଂଘ ର ନୂତନ ସଦସ୍ଯ ଚୟନ

ଦାନଗଦି (ବସନ୍ତ କୁମାର ପାତ୍ରଙ୍କ ଠାରୁ ): ଯାଜପୁର ଜିଲ୍ଲା କଳିଙ୍ଗନଗରର ଏକ ଅଗ୍ରଣୀ ସଙ୍ଘ ଭାବେ ଗଢିଉଠିଥିବା “କଳିଙ୍ଗନଗର ସାମ୍ବାଦିକ ସଂଘ” ପବିତ୍ର ନବମୀରେ ତାର ନୂତନ ଭାବେ କର୍ମକର୍ତ୍ତାମାନେ ସର୍ବ ସମ୍ମତି କ୍ରମେ ଚୟନ କରିଛି l ଚଳିତ ମାସ ଚାରି ତାରିଖରେ ଟମକା ବିଟ ହାଉସ୍ରେ ହୋଇ ଥିବା ଉକ୍ତ ବୈଠକରେ ବରିଷ୍ଠ ସାମ୍ବାଦିକ ନୀଳ ମାଧବ ନାୟକ ସଭାପତିତ୍ବ କରିଥିଲେ l ଏକ ବିଶେଷ ସାଂଗଠନିକ କମିଟି ପକ୍ଷରୁ ଏହି ନୂତନ କର୍ମକର୍ତ୍ତା ସର୍ବ ସମ୍ମତି କ୍ରମେ ଚୟନ କରାଯାଇଛି l ସଂଘର ସଭାପତି ଭାବେ ଅକ୍ଷୟ କୁମାର ଧଳ, ଉପସଭାପତି ଭାବେ ଅଭୟ ଲୋଚନ ନାୟକ, ସାଧାରଣ ସମ୍ପାଦକ ଭାବେ ଏସ କେ ଅବତାର ଅଲ୍ଲୀ ଓ ସହ-ସମ୍ପାଦକ ଅନିଲ କୁମାର ଦାସ, କୋଷାଧ୍ୟକ୍ଷ ଭାବେ ପରମାନନ୍ଦ ଦାଶ ଏବଂ ସୁବାସିଷି ଦାସମହାପାତ୍ରଙ୍କୁ ସଙ୍ଘଗଠନ ସମ୍ପାଦକ ଭାବେ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଛି । କାର୍ଯ୍ୟାଳୟ ସମ୍ପାଦକ ଅମିୟ ରଞ୍ଜନ ଘଡେ଼ଇଙ୍କୁ ମନୋନୀତ କରାଯାଇଛି। ସୋସିଆଲ ମିଡ଼ିଆର ସମ୍ପାଦକ ଭାବେ ଉମାକାନ୍ତ ମହାପାତ୍ରଙ୍କୁ ମନୋନୀତ କରାଯାଇଛି। କଳିଙ୍ଗନଗର ସାମ୍ବାଦିକ ସଂଘର ସର୍ବ ବରିଷ୍ଟ ସଦସ୍ୟ ଚାରି ଜଣଙ୍କୁ ଉପଦେଷ୍ଟା ମଣ୍ଡଳୀରେ ମନୋନୀତ କରାଯାଇଛି। ସଂଘର ବରିଷ୍ଟ ସଦସ୍ୟ ନୀଳମାଧବ ନାୟକ, ଅଜୟ କୁମାର ବିଶ୍ଵାଳ, ହରିହର ବାରିକ୍ଓ ସଂଘର ଅନ୍ୟତମ ବରିଷ୍ଟ ସଦସ୍ୟ ପ୍ରଣବ ବିଶ୍ବାଳଙ୍କୁ ମନୋନୀତ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଅମିତା ନାୟକ (ସଭ୍ୟା), ଅନୁଜ କୁମାର ମଲ୍ଲିକ(ସଭ୍ଯ), ମହେନ୍ଦ୍ର କୁମାର ନାଥ (ସଭ୍ଯ), ଅଜୟ କୁମାର ଦେହୁରୀ (ସଭ୍ଯ), ସୁଶିଲ କୁମାର ମହାନ୍ତ(ସଭ୍ଯ), ଏସ୍. କେ. ସଲିମ (ସଭ୍ଯ) ଭାବେ ମନୋନୀତ ହୋଇଥିଲେ I ଏହି ଅବସରରେ ସଙ୍ଘଗଠନର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଆଲୋଚନା ହୋଇଥିଲା ଓ ଆଗାମୀ ଦିନର କାର୍ଯ୍ୟକ୍ରମ ବିଷୟରେ ସମୟ ଓ ନୀତି ନିର୍ଧାରଣ କରାଯାଇଥିଲା l ଏହି କର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଉପଦେଷ୍ଠା କମିଟି ସହିତ ସମସ୍ତ ସଭ୍ଯ ଉପସ୍ଥିତ ଥିଲେ। ସଂଘର ସମସ୍ତ ସଦସ୍ୟମାନଙ୍କ ମଧ୍ୟରେ ଏକତା, ବିଶ୍ୱାସ, ଏକ ସୂତ୍ରରେ ରହି ପରସ୍ପର ପ୍ରତି ଭଲ ପାଇବା ରହିଲେ ସଂଘ ଅଞ୍ଚଳରେ ସୁନାମ ଅର୍ଜନ କରିବା ସହିତ ସଂଘ ଟି ଦୀର୍ଘାୟୁ ହୋଇ ରହିବ ବୋଲି ଉପଦେଷ୍ଟାମାନେ ମତବ୍ୟକ୍ତ କରିଥିଲେ । ସଂଘ କଳିଙ୍ଗନଗର ସାଧାରଣ ଜନତା, ଶ୍ରମିକ ମାନଙ୍କ ସ୍ବାର୍ଥରକ୍ଷା କାର୍ଯ୍ଯ ପାଇଁ ପ୍ରତିଶ୍ରୁତି ବଦ୍ଧ l କର୍ଯ୍ୟକ୍ରମ ଶେଷରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଏସ୍. ଟପୋଙ୍କୁ ଭେଟି ପୁଷ୍ପଗୁଚ୍ଛ ଦେଇ ଶାରଦୀୟ ଅଭିନନ୍ଦନ ଜଣାଇଥିଲେ l

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close