ସ୍ତ୍ରୀ ହତ୍ୟା ଅଭିଯୋଗରେ କୁଆଖିଆ ଅଂଚଳର ଯୁବକ ରାଜକିଶୋର ମଳିକ ଗିରଫ ଓ କୋର୍ଟ ଚାଲାଣ

ଋସୁଲପୁର, (ପଦ୍ମଲୋଚନ ନାୟକଙ୍କ ଠାରୁ), ୦୪/୧୦: ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକ ଓ କୁଆଖିଆ ଥାନା ଅର୍ନ୍ତଗତ ବାହାଦଲାପୁର ପଂଚାୟତ ଓରାଳି ଗ୍ରାମର ନକୁଳ ମଳିକଙ୍କ ପୁଅ ରାଜକିଶୋର ମଳିକ ମାତ୍ର ୨-୩ ମାସ ତଳେ ଏହି ବ୍ଲକ ଅଧିନସ୍ଥ ପହଙ୍ଗା ଲକ୍ଷୀନଗର ଅଂଚଳର ରଂଜନ କୁମାର ପ୍ରଧାନଙ୍କ ଝିଅ ପିଙ୍କି ପ୍ରଧାନଙ୍କୁ ପ୍ରେମ ବିବାହ କରିଥିଲେ । ହେଲେ ପରେ ପାରିବାରିକ ଅଶାନ୍ତି ଲାଗିରହିଥିଲା । ଗତ ତା ୩୦/୯/୨୦୨୨ ଶୁକ୍ରବାର ସନ୍ଧ୍ୟା ସମୟରେ ପିଙ୍କି ଏକ ଅଭାବନୀୟ ଘଟଣାକ୍ରମେ ବେକରେ ଦଉଡି ଦେଇ ପଙ୍ଖାରେ ଝୁଲି ପଡ଼ିଥିଲେ । ଏହାକୁ ଆତ୍ମହତ୍ୟାର ରୂପ ଦେଇ ଘଟଣାକୁ ଚପାଇ ଦେବାକୁ ଶାଶୁଘର ଲୋକେ ଚାପି ଦେବାକୁ ଚେଷ୍ଠା କରିଥିଲେ । ହେଲେ ପିଙ୍କିର ବାପା ରଂଜନ କୁମାର ପ୍ରଧାନ ଝିଅକୁ ମାରି ପଙ୍ଖାରେ ଝୁଲାଇ ଦିଆଯାଇଥିବାର ଅଭିଯୋଗ ଆଣି ଏହା ଉପରେ ହତ୍ୟା ମାମଲା ରୁଜ୍ଜୁ କରିବାକୁ କୁଆଖିଆ ଥାନାରେ ଦାବୀ କରିବା ପରେ ଥାନା ଅଧିକାରୀ ଏକ ମାମଲା ନଂ.୩୦୨/୨୨ ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲେ । ଏହି ଅଭିଯୋଗକୁ ଭିତିକରି ଆଇ.ପି.ସିର ଦଫା ୩୦୨ ଏବଂ ୪୯୮(କ)ରେ ଏକ କେସ ଦାୟର ହୋଇଛି । ପୋଲିସ ଗତକାଲି ଦଫା ୩୦୪(ଖ), ୩୦୬ ଓ ୪୯୮(କ)ରେ ରାଜକିଶୋରକୁ ଗିରଫ କରି କୋର୍ଟ ଚାଲାଣ କରିଥିବାର ଜଣାଯାଇଛି । ଶବ ବ୍ୟବଚ୍ଛେଦ ତଥ୍ୟ ଆସିବା ପରେ ସମସ୍ତ ଘଟଣାର ପର୍ଦ୍ଦାଫାସ ବୋଲି କୁହାଯାଉଛି । ଏହି ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଅଂଚଳରେ ଉତେଜନା ଜାରୀ ରହିଛି । ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡବିଧାନ କରାଯିବାକୁ ମତପ୍ରକାଶ ପାଇଛି ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close