ମହାତ୍ମାଗାନ୍ଧୀଙ୍କ ଜନ୍ମଦିବସରେ ଜାତୀୟ ସେବା ଯୋଜନା ତରଫରୁ ଏକ ନିଶା ଓ ତମାଖୁ ନିୟନ୍ତ୍ରଣ ସଚେତନ ସଭା ଅନୁଷ୍ଠିତ

ଯାଜପୁର/କୋରେଇ ; ୨/୧୦ (ନି ପ୍ର ): କୋରେଇ ବ୍ଲକସ୍ଥିତ କାହ୍ନୁ ଚରଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମଦିବସ ଅବସରରେ ଜାତୀୟ ସେବା ଯୋଜନାର ସଂଯୋଜିକା ଅଧ୍ୟାପିକା ଅନୁସୟା ପାତ୍ରଙ୍କ ସଭାପତିତ୍ଵରେ ଏକ ନିଶା ଓ ତମାଖୁ ନିୟନ୍ତ୍ରଣ ସଚେତନତା ସଭା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଉଦ୍ଧେଶ୍ୟରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ତାପରେ ରାମଧୁନ ସଙ୍ଗୀତ ଗାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଶିବ ଚରଣ ମାଝି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ,ସମ୍ମାନୀତ ବକ୍ତା ଭାବେ ତ୍ରିଶକ୍ତିର  କର୍ମକର୍ତ୍ତା ଭୁବନମୋହନ ମହାନ୍ତି ,ସମ୍ମାନୀତ ଅତିଥି ରୁପେ ଉଦୟବଟର ସହ- ସମ୍ପାଦକ ତଥା ରାଜ୍ୟସ୍ତରୀୟ ମାନବାଧିକାର କର୍ମୀ ଦୀପକ ରଞ୍ଜନ ପାଣିଗ୍ରାହୀ ,ଅଧ୍ୟାପକ ମାୟାଧର ଜେନା,ଅଧ୍ୟାପକ ରଞ୍ଜନ କୁମାର ସାହୁ,ଅଧ୍ୟାପକ ଅଜୟ କୁମାର ସାହୁ ଯୋଗ ଦେଇ କଲେଜ ଛାତ୍ରଛାତ୍ରୀ ଙ୍କୁ ସଚେତନତା ର ବାର୍ତ୍ତା ପ୍ରଦାନ କରିଥିଲେ। ଅବସରପ୍ରାପ୍ତ ଅଧ୍ୟକ୍ଷ ଶିବ ଚରଣ ମାଝି ଛାତ୍ରଛାତ୍ରୀଙ୍କୁ ଗାନ୍ଧିଜୀଙ୍କ ଆଦର୍ଶ ଜୀବନଶୈଳୀ ବିଷୟରେ ଉଦବୋଧନ ଦେଇଥିଲେ। ଏଥିରେ +୨ ର ଛାତ୍ରଛାତ୍ରୀମାନେ ଭାଗ ନେଇ ତମାଖୁ ବର୍ଜନ କରିବାର ଶପଥ ମଧ୍ୟ ନେଇଥିଲେ।ଶେଷରେ ସୁମିତ୍ରା ମଲ୍ଲିକଙ୍କ ଦ୍ଵାରା ଦେଶାତ୍ମବୋଧକ ସଙ୍ଗୀତ ଗାନ କରାଯାଇଥିଲା।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close