ତ୍ରିଶକ୍ତି ଓ ମିଳିତ ଓଡିଶା ନିଶା ନିବାରଣ ପକ୍ଷରୁ ଗାନ୍ଧୀଜୟନ୍ତୀ ପାଳିତ

ଯାଜପୁର/କୋରେଇ; ୦୨/୧୦(ନି ପ୍ର ) : କୋରେଇ ବ୍ଲକ ସାଦକପୁର ଗ୍ରାମ ପଞ୍ଚାୟତର ସମ୍ମୁଖରେ ଥିବା ଗାନ୍ଧୀପୀଠରେ ତ୍ରିଶକ୍ତି ଓ ମିଳିତ ଓଡିଶା ନିଶାନିବାରଣ ପକ୍ଷରୁ ଗାନ୍ଧୀଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କୋରେଇ ବ୍ଲକର ପୁର୍ବତନ ଅଧ୍ୟକ୍ଷ ତଥା ଆପ ନେତା ଧରଣୀଧର ଘଡ଼େଇ ଯୋଗଦେଇ ଥିବାବେଳେ ସମ୍ମାନୀତ ଅତିଥି ରୁପେ ବିଜେଡି ଯୁବନେତା ପ୍ରୀତିରଂଜନ ସାହୁ , ଅନ୍ୟତମ ଅତିଥି ରୁପେ ସାଦକପୁର ଗ୍ରାମପଞ୍ଚାୟତର ସରପଞ୍ଚ ରବିନ୍ଦ୍ର କୁମାର ବେହେରା,କମ୍ରେଡ ଆଲୋକ ମହାନ୍ତି ,ଯୁବ ସମାଜ ସେବୀ ଶାସ୍ତ୍ରୀ ବାହାଦୁର ପ୍ରଧାନ ଓ ସୁନିଲ ଓଝା , କଂଗ୍ରେସର ବରିଷ୍ଠ ସଦସ୍ୟ ମିର୍ଜା ଲୋକମାନ ବେଗ, ସମାଜସେବୀ ପିତାମ୍ବର ନନ୍ଦ ଆଦି ଯୋଗ ଦେଇ ପ୍ରଥମେ ଗାନ୍ଧୀଜିଙ୍କ ପ୍ରତିମୃର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ପରେ ତ୍ରିଶକ୍ତି ଓ ମିଳିତ ଓଡିଶା ନିଶାନିବାରଣ ଯାଜପୁରର ଜିଲ୍ଲାର ସଂଯୋଜକ ବରିଷ୍ଠ ସଦସ୍ୟ ସାମ୍ବାଦିକ ଭୁବନ ମୋହନ ମହାନ୍ତିଙ୍କ ସଭାପତିତ୍ଵରେ ରାମଧୂନ ଗାନ କରିବା ସହିତ ସଂମ୍ପ୍ରତିକ ପରିସ୍ଥିତିରେ କୋରେଇର ଉନ୍ନତି ପାଇଁ ବିଭିନ୍ନ ଆଲୋଚନା କରାଯାଇଥିଲା । ସମସ୍ତ ଅତିଥିମାନେ ତ୍ରିଶକ୍ତି ପକ୍ଷରୁ ଅବହେଳିତ ହୋଇପଡି ରହିଥିବା ଗାନ୍ଧୀ ପୀଠର ଉନ୍ନତି କରିବାର ଦାବୀକୁ ମାନିନେଇ ଜିଲ୍ଲା ପ୍ରଶାସନ ନେଇଥିବା ତ୍ଵରିତ ପଦକ୍ଷେପକୁ ପ୍ରସଂଶା କରିବା ସହିତ କୋରେଇ ବି.ଡି.ଓ ରଂଜନ କୁମାର ପରିଡାଙ୍କୁ ଧନ୍ୟବାଦ ଦେଇଥିଲେ ।ଏଥିରେ ସରପଞ୍ଚ ରବିନ୍ଦ୍ର କୁମାର ବେହେରା ଘୋଷଣା କରିଥିଲେକି ଆସନ୍ତା ଗାନ୍ଧୀଜୟନ୍ତୀ ପୁର୍ବରୁ ଗାନ୍ଧୀ ପୀଠର ସଂପୁର୍ଣ୍ଣ ଉନ୍ନତି କରିବା ପାଇଁ । ଉକ୍ତ ସଭାରେ ଉଦୟବଟର ସହ- ସମ୍ପାଦକ ଦୀପକ ରଂଜନ ପାଣିଗ୍ରାହୀ , ଅଧ୍ୟାପିକା ଅନୁସୟା ପାତ୍ର ,ଅବସରପ୍ରାପ୍ତ ଶିକ୍ଷକ ନବଘନ ସ୍ଵାଇଁ ରଣଜିତ ସିଂହ, ଆବୁ ହୋସେନ ହଜାରୀ,ପରିକ୍ଷିତ ମଲ୍ଲିକ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ପରେ ପରେ ବୃକ୍ଷବଂଧୁ ପଦ୍ମଲୋଚନ ମହାନ୍ତିଙ୍କ ଦ୍ଵାରା ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଶେଷରେ ତ୍ରିଶକ୍ତି ପକ୍ଷରୁ ଯୁବ ସାମ୍ବାଦିକ ପ୍ରମୋଦ ପାତ୍ର ଓ ପ୍ରହଲ୍ଲାଦ ଦେଓ ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ପ୍ରଦାନ ସହ ମିଷ୍ଟାନ୍ନ ବଣ୍ଟନ କରିଥିଲେ। ଏଭଳି କାର୍ଯ୍ୟକ୍ରମକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close