ଯାଜପୁରରେ ବିଶ୍ୱ ହୃଦ୍‌ଘାତ ଦିବସ ପାଳିତ

ଯାଜପୁର, ୦୧ା୧୦ : ଗତ ତା ୨୯ ତାରିଖରେ ଯାଜପୁର ମୁଖ୍ୟ ଚିକିତ୍ସାଳୟ ତାଲିମ କେନ୍ଦ୍ରରେ ଜିଲ୍ଳ୍‌ା ସ୍ତରୀୟ ବିଶ୍ୱ ହୃଦ୍‌ଘାତ ଦିବସ ପାଳିତ ହୋଇଯାଇଚ୍ଥି । ଜିଲ୍ଳ୍‌ା ମୁଖ୍ୟ ଚିକିତ୍ସା ତଥା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ଶିବାଶିଷ ମହାରଣା ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିି କହିଲେ ଯେ, ଆମ ହୃତ୍‌ପିଣ୍ଡର ସୁରକ୍ଷା ଆମ ହାତରେ । ନିଜ ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାକୁ ହେଲେ ସୁସ୍ଥ ଜୀବନ ଶୈଳୀକୁ ଆପଣେଇବା, ମାନସିକ ଦୁଶ୍ଚିନ୍ତାକୁ ପରିହାର କରିବା, କମ୍ ତେଲ ମସଲାଯୁକ୍ତ ସନ୍ତୁଳିତ ଓ ପୁଷ୍ଟିକର ଆହାର କରିବା, ନିୟମିତ ଯୋଗ ଓ ବ୍ୟାୟାମ କରିବା, ଶାରିରୀକ ପରିଶ୍ରମ କରିବା, ଯଥେଷ୍ଟ ବିଶ୍ରମ ନେବା ଆଦି କାର୍ଯ୍ୟକୁ ଠିକ ପରିଚାଳିତ କଲେ ହୃଦ୍‌ଘାତ ସମସ୍ୟା ରହିବନାହିଁ । ସେହିପରି ଅନ୍ୟ ଅତିଥି ମାନେ ହୃଦ୍‌ଘାତ ସମ୍ୱନ୍ଧୀୟ ସଚେତନତା ସୃଷ୍ଟି କରିବା ସଂଗେ ନିୟମିତ ବ୍ୟବଧାନରେ ଉଚ୍ଚ ରକ୍ତ ଚାପ, ମଧୁମେହ ଆଦିର ପରୀକ୍ଷା କରାଇ ଓ÷୍ୟଷଧ ସେବନ କଲେ ହୃଦ୍‌ଘାତ ଭଳି ସମସ୍ୟା ଆଉ ରହିବନାହିଁ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଳ୍‌ା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ସୁଧାଂଶୁ ଶେଖର ବଳ, ସଂକ୍ରାମକ ରୋଗ ବିଶେଷଜ୍ଞ ଡା. ପାର୍ଥସାରଥୀ ମିଶ୍ର, ଜିଲ୍ଳ୍‌ା ଜନସ୍ୱାସ୍ଥ୍ୟ ସଂଚାର ଅଧିକାରିଣୀ ରୁକ୍ମିଣୀ ବେହେରା ଏବଂ ଅନ୍ୟ ଅଧିକାରୀମାନେ ଯୋଗଦେଇ ନିଜର ମତବ୍ୟକ୍ତ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close