‘ଉଦୟବଟ’ ଓ ‘ଉଦୟବଟ ଇ-ନ୍ୟୁଜ୍ ’ ତରଫରୁ ଅଶୋକ ଦାସ ସ୍ମାରକୀ ରାଜ୍ୟ ସ୍ତରୀୟ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ

ବ୍ୟାସନଗର,୨୪/୧୨: ‘ଉଦୟବଟ’ ଏବଂ ‘ଉଦୟବଟ ଇ-ନ୍ୟୁଜ୍‌’ ବ୍ୟାସନଗ ତରଫରୁ କୋରେଇର ପୂର୍ବତନ ବିଧାୟକ, ପୂର୍ବତନ ବିରୋଧି ଦଳ ନେତା, ଯାଜପୁରର ଭୂମିପୁତ୍ର ତଥା ‘ଉଦୟବଟ’ର ପ୍ରତିଷ୍ଠାତା ପରାମର୍ଶଦାତା ୰ ଅଶୋକ ଦାସଙ୍କ ୧୨ତମ ଶ୍ରାଦ୍ଧ ବାର୍ଷିକ ପାଳନ ଉପଲକ୍ଷେ ପୂର୍ବ ବର୍ଷମାନଙ୍କ ଭଳି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେଉଥିବା ସହ ଚଳିତ ବର୍ଷ ପ୍ରତିଯୋଗିତାଗୁଡିକୁ ରାଜ୍ୟସ୍ତରୀୟ କରାଯାଇଛି । ଅନଲାଇନ ମାଧ୍ୟମରେ ରାଜ୍ୟ ବାହାରର ପ୍ରତିଯୋଗୀ ଭାଗ ନେଉଥିବାରୁ ଆସନ୍ତା ବର୍ଷ କେତେକ ପ୍ରତିଯୋଗିତାକୁ ଜାତୀୟ ସ୍ତରର କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଗତ କାଲି ଜୁମ ମିଟିଙ୍ଗ ଜରିଆରେ ସିନିୟର ଗ୍ରୃପ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ୧୫ଜଣ ପ୍ରତିଯୋଗୀ ଯୋଗ୍ୟ ବିବେଚିତ ହୋଇ ପ୍ରମାଣପତ୍ର ପାଇବେ । ଏହି ପ୍ରତିଯୋଗିତାରେ କେନ୍ଦ୍ରୀୟ ବିଦ୍ୟାଳୟ, ଭଦ୍ରଖ, ସେଂଟ ଜାଭିୟର ହାଇସ୍କୁଲ, ଏସ. ବି.ଡି ସ୍କୁଲ ଓ ଜି-ସ୍କୁଲ, ଯାଜପୁରରୋଡ, ବିକାଶ ଦି କନସେପ୍ଟ ସ୍କୁଲ, ସମ୍ବଲପୁର, କେରଳା ଇଙ୍ଗଲିସ୍ ମିଡିୟମ ସ୍କୁଲ, ଚମ୍ପୁଆ, କେଉଁଝର ପ୍ରଭୃତି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ କୃତକାର୍ଯ୍ୟ ହୋଇଛନ୍ତି । ୧ମ ସ୍ଥାନରେ ଯୁଗ୍ମ ଭାବେ ଏସ. ବି.ଡି ସ୍କୁଲ, ଯାଜପୁରରୋଡର ୧୦ମ ଶ୍ରେଣୀ ଛାତ୍ରୀ ପ୍ରଜ୍ଞା ପରମିତା ଖୁଂଟିଆ ଓ ସେଂଟ ଜାଭିୟର ହାଇସ୍କୁଲ, ଯାଜପୁରରୋଡର ୯ମ ଶ୍ରେଣୀର ଛାତ୍ରୀ ହିମାନୀ ଦାସ ରହିଥିବା ବେଳେ ବିକାଶ ଦି କନସେପ୍ଟ ସ୍କୁଲ, ସମ୍ବଲପୁରର ୯ମ ଶ୍ରେଣୀ ଛାତ୍ରୀ ସୁଲଗ୍ନା ଶୁଭଦର୍ଶୀନି, କେରଳା ଇଙ୍ଗଲିସ୍ ମିଡିୟମ ସ୍କୁଲ, ଚମ୍ପୁଆର ୯ମ ଶ୍ରେଣୀର ଛାତ୍ରୀ ଆନନ୍ଦ ପୂଣ୍ୟମାଳା, କେନ୍ଦ୍ରୀୟ ବିଦ୍ୟାଳୟ, ଭଦ୍ରଖର ୭ମ ଶ୍ରେଣୀ ଛାତ୍ରୀ ଶ୍ରେୟା ଶ୍ୱେତାମ୍ବରୀ, ସେଂଟ ଜାଭିୟର ହାଇସ୍କୁଲ, ଯାଜପୁରରୋଡର ୮ମ ଶ୍ରେଣୀର ଛାତ୍ରୀ ସାଇ ଶ୍ରେୟା ପଣ୍ଡା ଓ ସେଂଟ ଜାଭିୟର ହାଇସ୍କୁଲ, ଯାଜପୁରରୋଡର ୯ମ ଶ୍ରେଣୀର ଛାତ୍ର ଭାରତ ଭୂଷଣ ରାଉତ ୨ୟ ସ୍ଥାନ ଅଳଙ୍କୃତ କରିଛନ୍ତି । ଏହି ପ୍ରତିଯୋଗିତାରେ ୩ୟ ସ୍ଥାନରେ ଅଛନ୍ତି ସେଂଟ ଜାଭିୟର ହାଇସ୍କୁଲ, ଯାଜପୁରରୋଡର ୧୦ମ ଶ୍ରେଣୀର ଛାତ୍ରୀ ଋତୁପର୍ଣ୍ଣା ଜେନା, ସୀମରନ୍ ମହାରଣା, ସୁଶ୍ରୀ ସୈାଭିକ୍ତା ଓ ୯ମ ଶ୍ରେଣୀର ଛାତ୍ର ଅନୂରାଗ ମିଶ୍ର । ପ୍ରତିଯୋଗିତାକୁ ‘ଉଦୟବଟ’ର ଢ଼େଙ୍କାନାଳ ଜିଲ୍ଲା ପ୍ରତିନିଧି ସୈାଭାଗ୍ୟ ମୁଦୁଲି, ସଂପାଦକ ଦୁଷ୍ମନ୍ତ କୁମାର ରାଉତ ପରିଚାଳନା କରିଥିବା ବେଳେ ବିଚାରକ ଭାବେ ଶିକ୍ଷୟତ୍ରୀ ଗିତାଞ୍ଜଳି ପଣ୍ଡା ଓ ‘ଉଦୟବଟ’ର ସହଯୋଗୀ ସଂପାଦକ ତଥା ରାଜ୍ୟ ସ୍ତରୀୟ ମାନବାଧିକାର କର୍ମୀ ଦୀପକ ରଂଜନ ପାଣିଗ୍ରାହୀ ଯୋଗ ଦେଇ କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ । ‘ଉଦୟବଟ’ର ସୁକିନ୍ଦା ପ୍ରତିନିଧି ତଥା ପ୍ରତିଷ୍ଠିତ ସଂଗୀତ ନିର୍ଦ୍ଦେଶକ ପ୍ରିୟରଂଜନ ବାନାର୍ଜୀ (ସପନ ଦାଦା) ଏହି ପ୍ରତିଯୋଗିତାର ମାର୍ଗଦର୍ଶନ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close