ଭାଷା ପ୍ରିତି ବିନା ଜାତି ଉପରକୁ ଉଠି ପାରେନା: ସାମ୍ବାଦିକ ଅରୁଣ ପଣ୍ଡା

ବ୍ୟାସନଗର, ତା ୦୩.୦୪: ଯେଉଁ ଜାତିର ଭାଷା ପ୍ରିତି ନାହିଁ ସେ ଜାତି କେବେ ଉପରକୁ ଉଠି ପାରିବ ନାହିଁ । ଉତ୍କଳ ଦିବସ ଓଡ଼ିଆ ଜାତିର ଏକ ନବଜାଗରଣର ପର୍ବ । କେବଳ ବୈଷୟିକ ଉନ୍ନତି ନୁହେଁ, ଓଡ଼ିଆ ଜାତିର ଆତ୍ମିକ ଉନ୍ନତି ହେଲେ ହିଁ ଭାଷା ଓ ସୀମା ସୁରକ୍ଷିତ ରହିବ ବୋଲି ଉତ୍କଳ ଦିବସ ସମାରୋହ ସମିତି ଆନୁକୂଲ୍ୟରେ ଅନୁଷ୍ଠିତ ଉତ୍କଳ ଦିବସର ସମାରୋହରେ ଯୋଗଦେଇ ବିଶିଷ୍ଟ ସ୍ତମ୍ଭକାର ଓ ସାମ୍ବାଦିକ ଅରୁଣ ପଣ୍ଡା ଏହା କହିଛନ୍ତି । ଓଡ଼ିଆ ଜାତି ନିଜ ଭିତରେ ହୀନମନ୍ୟତା ଦୂର ନ କରିବା ଯାଏଁ ଓଡ଼ିଆ ଭାଷା ବଞ୍ଚିବ ନାହିଁ ଏବଂ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ଆଜି ଯାଏ ଭଲ ଭାବରେ ଓଡିଆ କହି ପାରିଲେଣି କି ପ୍ରଶ୍ନ କରି ସେ କ୍ଷୋଭ ପ୍ରକାଶ କରିଥିଲେ।ମୁଖ୍ୟ ଅତିଥି ଭାବେ ବ୍ୟାସନଗର ସ୍ବୟଂ ଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ଼ଃ ନିରଞ୍ଜନ ଶତପଥୀ ଉତ୍କଳ ପ୍ରଦେଶ ଗଠନର ପୃଷ୍ଠଭୂମି ସମ୍ପର୍କରେ ଏବଂ ସମ୍ମାନିତ ଅତିଥି ଡଃ ବାସନ୍ତୀ ମହାନ୍ତି ଉତ୍କଳ ପ୍ରଦେଶ ଗଠନ ପରେ ଭାଷା ଓ ସାହିତ୍ୟର ଅବସ୍ଥା ଓ ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ବିଭୁପ୍ରସାଦ ତ୍ରିପାଠୀ ଉତ୍କଳ ପ୍ରଦେଶ ଗଠନ ପରେ ଓଡ଼ିଶାର ସାମାଜିକ, ଆର୍ଥିକ ଓ ରାଜନୈତିକ ସ୍ଥିତି ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟ ଉପଦେଷ୍ଟା ଡଃ ହେମନ୍ତ କିଶୋର ସାହୁ ଓ ପୌର ପରିଷଦର ପ୍ରାକ୍ତନ ଅଧ୍ୟକ୍ଷା ସବିତା ରାଉତ ଉତ୍କଳ ଦିବସ ମହାତ୍ମ୍ୟ ସମ୍ପର୍କରେ ବର୍ଣ୍ଣନା କରିଥିଲେ । ସମାରୋହ ସମିତି ସଭାପତି ଡ଼ଃ ଦୁଷ୍ମନ୍ତ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସମାରୋହକୁ ବ୍ୟାସନଗର ପୌର ପରିଷଦର ଅଧ୍ୟକ୍ଷା ସଂଗୀତା ପିଙ୍ଗୁଆ ଉଦଘାଟନ କରିଥିଲେ । ପ୍ରାରମ୍ଭରେ ସଂଗଠନ ସମ୍ପାଦକ ଜ୍ଞାନ ରଞ୍ଜନ ରାଉତ ଅତିଥିମାନଙ୍କୁ ମଞ୍ଚ ନିମନ୍ତ୍ରଣ କରି ଉତ୍ତରୀୟ ପ୍ରଦାନ କରି ସ୍ବାଗତ କରିଥିଲେ । ପଣ୍ଡିତ ଯୁଗଳ କିଶୋର ମିଶ୍ର ବେଦପାଠ, ଯୁବିକା ମିଶ୍ର ଓ ୟାସିକା ମିଶ୍ର ବନ୍ଦେ ଉତ୍କଳଜନନୀ ଗାନ କରିବା ପରେ ଅଧ୍ୟାପିକା ଡଃ ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ ଅତିଥି ପରିଚୟ ଓ ସମ୍ପାଦିକା ବ୍ରଜେଶ୍ବରୀ ସିଂ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ମନିଷା ଓ ଅଙ୍କିତା ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ ଏବଂ ବକ୍ତୃତା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ହାଇସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଆଇନଜୀବୀ ଚନ୍ଦ୍ର ଶେଖର ପଣ୍ଡା, ଅଶୋକ ବୋଷ, ଚନ୍ଦ୍ରମଣି ସାମଲ, ଅଧ୍ୟାପକ ଦିଲ୍ଲିପ ରାଉତ, ରଞ୍ଜନ ସାହୁ, ବିଭୁତି ନାୟକ ଓ ବିବେକାନନ୍ଦ ଜେନା, କୋଷାଧ୍ୟକ୍ଷ ଅଶ୍ବିନୀ ଦାସ, ମହେଶ୍ୱର ନାୟକ, ଅନିନ୍ଦିତା ଦାସ, ନିରଞ୍ଜନ ଘଡାଇ, ପ୍ରତିଭା ପାତ୍ର ଓ ବିକାଶ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଦୁର୍ଯ୍ୟୋଧନ ରାଉତ, ଶ୍ରମିକ ନେତା ମାୟାଧର ନାୟକ, ସାମ୍ବାଦିକ ସଂଗ୍ରାମ ସିଂ, ଚିନ୍ତାମଣି ପାଢୀ ଓ ନିତ୍ୟାନନ୍ଦ ମହାଳିକ, ଧୀପ୍ରଭା ଦେବୀ, ମଳୟ ମଲ୍ଲିକ, ମଦନ ମୋହନ କର, ହିରଣ୍ମୟୀ ମହାନ୍ତି, ମିରିନା ମହାନ୍ତି, ଆଡଭୋକେଟ୍ ରବିନାରାୟଣ ରାଉତ, ଦେବେନ୍ଦ୍ରନାଥ ପାଣିଗ୍ରାହୀ, ବିଭୁତି ଭୁଷଣ ପାଳ, ମଧୁସୂଦନ ମହାପାତ୍ର, ଧରିତ୍ରୀ ଦାସ, ନିର୍ମଳ ରାଉତ, ଦାମୋଦର ପଣ୍ଡା, ପ୍ରଫୁଲ୍ଲ କୁମାର ନାୟକ, ଗଙ୍ଗାଧର ସାହୁ ଓ କୁଞ୍ଜବିହାରୀ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ଇଂ. ବିଶ୍ବଜିତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close