‘ଇମ୍ଫା’ ସହାୟତାରେ ଚୌଦ୍ୱାର ସହରରେ ଅପରାଧ ନିୟନ୍ତ୍ରଣ ରୋକିବାକୁ ଲାଗିଲା ୪୬ଟି ସିସିଟିଭି କ୍ୟାମେରା

କଟକ, (ବିଭୂତି ଭୂଷଣ ଜେନାଙ୍କ ଠାରୁ): କଟକ ଜିଲ୍ଲାର ଚୌଦ୍ୱାର ପୈାରପାଳିକା ଅଂଚଳରେ ଅପରାଧ ରୋକିବା ପାଇଁ ଆଜି ସହରର ୧୪-୧୫ଟି ପ୍ରମୁଖ ତଥା ସମ୍ବେଦନପୂର୍ଣ୍ଣ ସ୍ଥାନରେ ପ୍ରାଥମିକ ପର୍ଯ୍ୟାୟରେ ଲାଗିଛି ୪୬ଟି ସିସିଟିଭି କ୍ୟାମେରା । ଏଥିଲାଗି ଅଗ୍ରଣୀ ଖଣି ସଂସ୍ଥା ‘ଇମ୍ଫା’‘ବଂଶୀଧର ଇଲା ପଣ୍ଡା ଫାଉଣ୍ଡେସନ୍‌’ ସହଯୋଗର ହାତ ବଢ଼ାଇଛି । ଆଜି କଟକ ଡିସିପି ପିନାକ ମିଶ୍ର ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ‘ଇମ୍ଫା’ର ବରିଷ୍ଠ ଉପ-ସଭାପତି ବିନୟ ଅଗ୍ରୱାଲ, ଚୌଦ୍ୱାର ପୈାରପାଳ ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ବହୁ କାଉନସିଲର, ପୋଲିସ କର୍ମଚାରୀ, ‘ଇମ୍ଫା’ର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ଆଗକୁ ପୂଜା ବଜାରରେ ଏଗୁଡ଼ିକ ଚୋରୀ, ନାରୀ ରୋକିବାରେ ସହାୟକ ହେବ ବୋଲି କୁହାଯାଉଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close