ସଡକ ସୁରକ୍ଷା ସପ୍ତାହ ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ

ଯାଜପୁର,୦୯/୦୧(ଉ. ନ୍ୟୁଜ୍ ବ୍ୟୁରୋ): ଗତ ଜାନୁୟାରୀ ୧ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ଅଂଚଳରେ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ସଚେତନତା କାର୍ଯ୍ୟକ୍ରର ଗତକାଲି ପୂର୍ବାହ୍ନରେ ଆଂଚଳିକ ପରିବହନ କାର୍ଯ୍ୟାଳୟ ଚଣ୍ଡିଖୋଲ ଓ ଯାଜପୁର ମିଳିତ ଆନୁକୂଲ୍ୟରେ ସୁନ୍ଦରପୁରର କମାଗଡ ସ୍ଥିତ ଆଂଚଳିକ ପରିବହନ କାର୍ଯ୍ୟାଳୟ, ଯାଜପୁର ପରିସରରେ ଉଦ୍‌ଯାପିତ ହୋଇଯାଇଅଛି । ମୁଖ୍ୟ ଅତିଥି ଭାବେ ରାଜ୍ୟ ପରିବହନ କର୍ତୃପକ୍ଷ ସଚିବ ବ୍ରଜବନ୍ଧୁ ଭୋଳ ଯୋଗଦେଇ କହିଲେ ଯେ, ପ୍ରତ୍ୟେକ ଜୀବନ ମୂଲ୍ୟବାନ ଏବଂ ଏହା ଅମୂଲ୍ୟ ସମ୍ପଦ, ଯାହା ପରିବାର ଓ ସମାଜର ମଙ୍ଗଳ ପାଇଁ ଉଦ୍ଦିଷ୍ଟ । ଏଣୁ ସଡ଼କ ସୁରକ୍ଷାର ଦାୟିତ୍ୱ ପ୍ରତ୍ୟେକ ନାଗରିକ ହୃଦୟଙ୍ଗମ କରି ଟ୍ରାପିଂକ ନିୟମ ମାନିଲେ ଏବଂ ଯାନକୁ ନିର୍ଦ୍ଧାରିତ ବେଗରେ ଚଳାଇଲେ ବହୁ ମୂଲ୍ୟବାନ ଜୀବନ ବଂଚିଯାଇପାରିବ ବୋଲି ସେ ପ୍ରକାଶ କରିଥିଲେ । ସେହିପରି ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଆୟୁକ୍ତ ପରିବହନ(ପ୍ରଶାସନ) ଇନ୍ଦ୍ରମଣି ନାୟକ, ନିର୍ଦ୍ଦେଶକ ଓ ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର, ବୈଷୟିକ ବିଭାଗ ଶ୍ରୀ ପି.କେ. ନାୟକ, ପ୍ରକଳ୍ପ ନିର୍ଦ୍ଦେଶକ ଜାତୀୟ ରାଜ ମାର୍ଗ କର୍ତୃପକ୍ଷ ଜେ.ପି. ବର୍ମା, ଡେପୁଟୀ କମିଶନର, ପୂର୍ବାଂଚଳ ଆର୍‌.ଏନ୍‌. ସିରିକା ଯୋଗଦେଇ ଉତମ ସମରିଟାନର କର୍ତବ୍ୟ ଉପରେ ଆଲୋକପାତ କରିବା ସହ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନ ଆମ ପାଇଁ ମୂଲ୍ୟବାନ ଏବଂ “ସଡକ ସୁରକ୍ଷା, ପରିବାର ରକ୍ଷା” ର ସଚେତନତା ବାର୍ତା ପ୍ରଦାନ କରିଥିଲେ । ଆଂଚଳିକ ପରିବହନ ଅଧିକାରୀ, ଯାଜପୁର ନୀଳକଣ୍ଠ ପ୍ରଧାନ ଏବଂ ଚଣ୍ଡିଖୋଲ ସମ୍ୱିତ କୁମାର ସଡ଼କ ସୁରକ୍ଷା ସପ୍ତାହ ପାଳନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ୱନ୍ଧରେ ବକ୍ତବ୍ୟ ରଖି ବା ସହ ନିଜ ନିଜ ଅଂଚଳର ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ପଥପ୍ରାନ୍ତ ନାଟକ, ସଚେତନତା ରାଲି ଆଦି ସମ୍ୱନ୍ଧରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ

ଶେଷରେ ଅନ୍ୱେଷଣ ଥିଏଟର ଗ୍ରୁପ କଳାକାର ମାନଙ୍କ ଦ୍ୱାରା ସଚେତନତାଧର୍ମୀ ମନୋରଂଜନ କାର୍ଯ୍ୟକ୍ରମ ଯମ, ଚିତ୍ରଗୁପ୍ତ, ଡ୍ରାଇଭର ଓ ଟ୍ରାପିଂକ ପୋଲିସ ଅଭିନୟ, ନିଶା ସେବନ କରି ଯାନ ଚଳାଇବାର ପରିଣତି ସମ୍ୱନ୍ଧରେ “ସଡକ ସୁରକ୍ଷା, ପରିବାର ରକ୍ଷା” ବାର୍ତା ପ୍ରଦାନ କରିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ଛତିଆ ଯାନ ଚାଳନା ତାଲିମ କେନ୍ଦ୍ରର ତାଲିମାର୍ଥୀବୃନ୍ଦ, ସ୍କୁଲ ଓ କଲେଜର ଛାତ୍ରଛାତ୍ରୀବୃନ୍ଦ, ବସ୍ ଓ ଟ୍ରକ ମାଲିକ ସଂଘର କର୍ମକର୍ତା, ସ୍ୱେଚ୍ଚ୍ଥାସେବୀ ସଂଗଠନ ଏ.ବି.ଏସ.୍ କର୍ମକର୍ତା ବୃନ୍ଦ ଏବଂ ଗଣମାଧ୍ୟମ ବୃନ୍ଦ ଯୋଗ ଦେଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close