
ଅହିଂସା ରଥକୁ ଜିଲ୍ଳ୍୍ା ପ୍ରଶାସନ ପକ୍ଷରୁ ଭବ୍ୟ ସମ୍ୱର୍ଦ୍ଧନା
ଯାଜପୁର, ୨୦ା୯: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ତଥା ଆଜାଦି କା ଅମୃତ ମହୋତ୍ସବ ଅବସରରେ ସ୍ୱାଧୀନତାର ବାର୍ତ୍ତା ତଥା ମହାତ୍ମା ଗାନ୍ଧୀଙ୍କ ସତ୍ୟ, ଶାନ୍ତି ଓ ଅହିଂସା ମହାମନ୍ତ୍ରରେ ଅନୁପ୍ରେରିତ କରିବା ଉଦ୍ଦେଶ୍ୟରେ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ରାଜ୍ୟ ପରିକ୍ରମା କରୁଥିବା ଅହିଂସା ରଥ ଆଜି ଭଦ୍ରକ ଜିଲ୍ଳ୍ାରୁ ଆସି ଯାଜପୁର ଜିଲ୍ଳ୍ାର ବିଭିନ୍ନ ସ୍ଥାନ ପରିକ୍ରମା କରିଚ୍ଥି । ଆଜାଦି କା ଅମୃତ ମହୋତ୍ସବକୁ ସ୍ମରଣୀୟ ଭାବେ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ସ୍ୱାଧୀନତା ସଂଗ୍ରାମୀ ଓ ମହାତ୍ମା ଗାନ୍ଧୀ ଙ୍କ ଓଡିଶା ଗସ୍ତର ବିଭିନ୍ନ କାର୍ଯ୍ୟକ୍ରମକୁ ସଂଗ୍ରହ କରାଯାଇ ଚଳଚିତ୍ର ମାଧ୍ୟମରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ପ୍ରଦର୍ଶନର ବ୍ୟବସ୍ଥା କରାଯାଇଚ୍ଥି । ମଙ୍ଗଳବାର ପୂର୍ବାହ୍ନରେ ୨ ଗୋଟି ଅହିଂସା ରଥକୁ ଗାନ୍ଧିଜୀଙ୍କ ପରିଦର୍ଶନ ସ୍ଥାନ ଦେବୀଗଡା, ଯାଜପୁର ଠାରେ ଭବ୍ୟ ସ୍ୱାଗତ କରାଯାଇଚ୍ଥି । ଏହି ଅହିଂସା ରଥ ଦେବୀଗଡା ଠାରୁ ଏକ ବିଶାଳ ପଟୁଆରାରେ ହାରାହାରି ୨ କି.ମି. ବ୍ୟାପି ପ୍ରାୟତଃ ୨୦୦୦ ଲୋକ ଓ ୧୫ ଗୋଟି ସାଂସ୍କୃତିକ ଦଳକୁ ଧରି ଶୋଭାଯାତ୍ରାରେ ଗାନ୍ଧି ଚ୍ଥକ ଠାରେ ପହଞ୍ଚି ଥିଲା । ୫୦୦ ପୁଂଟ ଲମ୍ୱର ତ୍ରିରଙ୍ଗାକୁ ପ୍ରାୟତଃ ୩୦୦ ସ୍କୁଲ ଓ କଲେଜର ଚ୍ଥାତ୍ର ଚ୍ଥାତ୍ରୀ ଧରି ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ । ଜିଲ୍ଳ୍ା ପ୍ରଶାସନ ତରପଂରୁ ଅୟୋଜିତ ସ୍ୱାଗତ ଉତ୍ସବରେ ଜିଲ୍ଳ୍ାପାଳ ଚକ୍ରୱର୍ତ୍ତୀ ସିଂହ ରାଠୋର, ଅତିରିକ୍ତ ଜିଲ୍ଳ୍ାପାଳ ଅକ୍ଷୟ କୁମାର ମଲ୍ଳ୍ିକ, ଜିଲ୍ଳ୍ା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅଶୋକ କୁମାର ବେହୁରିଆ, ଉପଜିଲ୍ଳ୍ାପାଳ ଗୋପିନାଥ କୁଅଁର ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ପତାକା ଦେଖାଇ ରଥ ପରିକ୍ରମାର ଶୁଭାରମ୍ଭ କରିଥିଲେ । ଏହି ସ୍ୱାଗତ ଉତ୍ସବରେ ଜିଲ୍ଳ୍ା ପରିଷଦ ସଭାପତି ନଳିନୀ ପ୍ରଭା ଯେନା, ଉପସଭାପତି ଗଣେଶ୍ୱର ବରାଳ, ଯାଜପୁର ପୈାରପାଳିକାର ଅଧ୍ୟକ୍ଷା ରଂଜୁଲତା ହୋତା, ଉପାଧ୍ୟକ୍ଷ ସନ୍ତୋଷ କୁମାର ମଲ୍ଳ୍ିକ, ଯାଜପୁର ବିଧାୟକଙ୍କ ପ୍ରତିନିଧି ଭବ ପ୍ରସାଦ ଦାସ, ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଚ୍ଥାତ୍ର ଚ୍ଥାତ୍ରୀ, ଅଙ୍ଗନୱାଡି କର୍ମୀ, ମହିଳା ସ୍ୱୟଂସହାୟକ ଗୋଷ୍ଠୀ , ବିଭିନ୍ନ ସ୍ୱେଚ୍ଚ୍ଥାସେବୀ ଅନୁଷ୍ଠାନ, ଆଇନଜିବୀ, ସମାଜସେବୀ ଏବଂ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଏହି ସ୍ୱାଗତ ପର୍ବରେ ସାମିଲ ହୋଇଥିଲେ । ପୂର୍ବ ପ୍ରସ୍ତୁତ ରୁଚ୍ ଚାର୍ଟ ଅନୁଯାୟୀ ଗୋଟିଏ ରଥକୁ ଜିଲ୍ଳ୍ାର ଦଶରଥପୁର ବ୍ଳ୍କ ଅନ୍ତର୍ଗତ କସପା ଏବଂ ଥାଲକୁଡି ଅଞ୍ଚଳ, ବିଂଝାରପୁର ବ୍ଳ୍କ ଅନ୍ତର୍ଗତ ପ୍ରୀତିପୁର ଓ ମାଂସଡା ଅଞ୍ଚଳ ପରିକ୍ରମା ପାଇଁ ପଠାଯାଇଥିବା ବେଳେ ଅନ୍ୟ ଗୋଟିଏ ରଥକୁ ଦେବୀଗଡା ଠାରୁ ଗାନ୍ଧି ଚ୍ଥକ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ନିଆଯାଇଥିଲା । ଶୋଭାଯାତ୍ରା ପରେ ଗାନ୍ଧି ଚ୍ଥକ ଠାରୁ ପାଣିକୋଇଲି, କୋରାଇ, ବ୍ୟାସନଗର ପୈାରାଞ୍ଚଳ ଓ ଦାନଗଦୀ ବ୍ଳ୍କର ବିଭିନ୍ନ ଅଞ୍ଚଳକୁ ପରିକ୍ରମା ପାଇଁ ପଠା ଯାଇଚ୍ଥି । ତିନିଦିନ ଧରି ଏହି ରଥ ସମଗ୍ର ଯାଜପୁର ଜିଲ୍ଳ୍ା ପରିକ୍ରମା କରି ଅହିଂସା ଓ ଦେଶପ୍ରେମର ବାର୍ତ୍ତା ବାଣ୍ଟିବ । ସୂଚନା ଓ ଲୋକ ସଂପର୍କ ବିଭାଗର କର୍ମଚାରୀ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ ।