ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ


ଯାଜପୁରରୋଡ଼; ୦୨/୦୯(ବସନ୍ତ କୁମାର ପାତ୍ରଙ୍କ ଠାରୁ) : ଗୁରୁବାର ସମୟ ସକାଳ ୯ ଘଟିକା ଠାରୁ ୧ ଘଟିକା ପଯ୍ୟନ୍ତ ଲଷ୍ମୀ ନଗର ଫ୍ରେଣ୍ଡସ କ୍ଲବ ୱାର୍ଡ ନଂ ୪ ଠାରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଆଖପାଖ ଗାଁ ଲଷ୍ମୀନଗର,ଯୋଡବର, ରମ୍ପାସ, ଯୋଗୀସାହି, ହୁଡ଼ିସାହି, ମହାବୀର କଲୋନୀ,ସପଗାଡ଼ିଆ. ବଙ୍ଗାଳିସାହି, ଫେରୋକ୍ରମ କଲୋନୀ, ପାନାସିଆ, ପଦ୍ମପୁର ଗ୍ରାମ ରୁ ଶତାଧିକ ଲୋକ ନିଜ ନିଜର ଆଖି ମାଗଣାରେ ପରୀକ୍ଷା କରାଇଥିଲେ। ସେମାନଙ୍କ ମଧ୍ୟ ରୁ ୨୨ ଜଣ ନିଜ ଆଖି ପାଇଁ ପାୱାର ଚଷମା ବ୍ୟବହାର ପାଇଁ ପରାମର୍ଶ ଦିଆଯାଇଥିବା ବେଳେ ୧୭ ଜଣ ମୋତିଆ ବିନ୍ଦୁ ଚିହ୍ନଟ ହୋଇଥିଲେ। ସେଥିରୁ ୧୨ ଜଣ କୁ ଚଣ୍ଡିଖୋଲ ସାଇନେତ୍ର ଚକ୍ଷୁ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିଲା। ରୋଗୀ ମାନଙ୍କ ପାଇଁ ମେଡିକାଲ ତରଫରୁ ଗାଡ଼ିରେ ଯିବା ଆସିବା, ରହିବା ଖାଇବା, ଅପରେସନ ଔଷଧ ଓ ଚଷମା ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦିଆଯାଇଥିଲା। ଏହି ଆଖି ପରୀକ୍ଷା ଶିବିର ସାଇନେତ୍ର ଚକ୍ଷୁ ଚିକିତ୍ସାଳୟର ଡାକ୍ତରୀ ଟିମ ଲଷ୍ମୀପ୍ରିୟା ନାୟକ,ଟେକ୍ନିସିଆନ ଗାୟତ୍ରୀ ରାଉତ ଓ ଲଷ୍ମୀ ନଗର ଫ୍ରେଣ୍ଡସ କ୍ଲବ ସଭାପତି ଅଜୟ କୁମାର ଜେନା ଓ ୪ ନଂ ୱାର୍ଡ ର କାଉଁସିଲର ପ୍ରଶାନ୍ତ ଖୁଣ୍ଟିଆ, ଯାଜପୁର ଜିଲ୍ଲା ହିନ୍ଦୁସୁରକ୍ଷା ସେନା ସଭାପତି ବସନ୍ତ କୁମାର ପାତ୍ର ଓ ଲଷ୍ମୀନଗର ଗ୍ରାମର ସଭାପତି ଖଗେଶ୍ୱର ଦାସ, ସୁବାସ ଦାସ, ରମେଶ ଚନ୍ଦ୍ର ଦାସ ପ୍ରମୁଖ ଏହି ଆଖି ପରୀକ୍ଷା ଶିବିରରେ ସହଯୋଗ କରିଥିଲେ। ଏଭିଳି ସେବାମୂଳକ ପଦକ୍ଷେପ କୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close