ଯାତ୍ରା ଜଗତର ସୁନାମଧନ୍ୟ କଣ୍ଠ ଶିଳ୍ପୀ ପ୍ରଦୀପ ଖୁଟିଂଆଙ୍କ ସହ ବିଶେଷ ଆଲୋଚନା

ବ୍ୟାସନଗର, ୦୩/୧୧(ବିଶ୍ୱରଂଜନ ପଟ୍ଟନାୟକ/ଦୀପକ ରଂଜନ ପାଣିଗ୍ରାହୀଙ୍କ ଠାରୁ): ଓଡ଼ିଶାର ବିଶିଷ୍ଟ କଣ୍ଠ ଶିଳ୍ପୀ ତଥା ଯାତ୍ରା ଜଗତର ପ୍ରତିଷ୍ଠିତ ଓ ସୁନାମଧନ୍ୟ କଣ୍ଠ ଶିଳ୍ପୀ ପ୍ରଦୀପ ଖୁଟିଂଆ ବହୁ ଯାତ୍ରାରେ ଉଭୟ ମହିଳା ଓ ପୁରୁଷ ଦ୍ୱୈତ୍ୟ ସ୍ୱରରେ କଣ୍ଠଦାନ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଦୀର୍ଘ ୨୮ବର୍ଷ ଧରି ବହୁ ଯାତ୍ରା ଅନୁଷ୍ଠାନରେ କାମ କରି ସେ ଅପେରା ଜଗତରେ ବେଶ ନାମ କମାଇଛନ୍ତି । ସେ ‘ଓଡ଼ିଶା ଅପେରା’, ‘କୋଣାର୍କ ଗଣନାଟ୍ୟ’, ‘ତୁଳସୀ ଗଣନାଟ୍ୟ’, ‘ରଂଗ ମହଲ’, ‘ଇନ୍ଦ୍ର ଭୂବନ’ ଭଳି ନାମିଦାମୀ ତଥା ପ୍ରତିଷ୍ଠିତ ଅପେରାରେ ବେଶ ନିଖୁଣ ଭାବେ ଦ୍ୱୈତ୍ୟ କଣ୍ଠରେ ଗୀତ ଗାଇ ଦର୍ଶକଙ୍କୁ ବିମୋହିତ କରିଛନ୍ତି । ସେ ମଧ୍ୟ ଭାରତର ବିଷ୍ଟିଷ୍ଟ କଣ୍ଠ ଶିଳ୍ପୀ ଲତା ମଞ୍ଜେସ୍‌କର ଓ ଅନୁରାଧା ପଡ଼ୱାଲଙ୍କ ସ୍ୱରକୁ ନକଲ କରି ଅତ୍ୟନ୍ତ ସରଳ ଓ ସାବଲୀଳ ଭାବେ ଗାଇ ପାରନ୍ତି । ଜଣେ ପୁରୁଷ ହେଲେ ବି ସେ ଅତି ନିଖୁଣ ଭାବେ ମହିଳା ସ୍ୱରରେ କଣ୍ଠଦାନ କରିବାରେ ସମର୍ଥ ଅଟନ୍ତି । ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦଶମ ଶ୍ରେଣୀରେ ପଠନଋତ ତାଙ୍କର ଝିଅ ପ୍ରଜ୍ଞା ପରମିତା ଖୁଟିଂଆ ବି ବେଶ ଭଲ ଗୀତ ଗାଉଥିବାର ଦେଖାଯାଇଛି । ସେ ମଧ୍ୟ ଏହି କ୍ଷେତ୍ରରେ ପିତାଙ୍କ ପରି ସଫଳ ହେବେ ବୋଲି ଆଶା କରାଯାଉଛି । କୋଭିଡ଼ କଟକଣା ପାଇଁ ଦୀର୍ଘ ୦୮ମାସ ଧରି ଯାତ୍ରାଜଗତ ଭୂଷୁଡି ପଡିଥିବାରୁ ସେ ଏବେ ଗୃହବାସରେ ଅଛନ୍ତି । ଆସନ୍ତୁ ତାଙ୍କ ମୁହଁରୁ କିଛି ଶୁଣିବା ସହ ବିନା ମ୍ୟୁଜିକ୍‌ରେ ତାଙ୍କ କଣ୍ଠରୁ କେଇପଦ ଗୀତ ଶୁଣିବା:-

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close