
“ରୋଟାରୀ କ୍ଲବ କଳିଙ୍ଗନଗର”ର ୯ମ ଅଧିଷ୍ଠାନ ଉତ୍ସବ ଅନୁଷ୍ଠିତ
ବ୍ୟାସନଗର, ୨୪/୦୮(ଉ.ନ୍ୟୁଜ୍ ବ୍ୟୁରୋ): ‘ରୋଟାରୀ କ୍ଲବ କଳିଙ୍ଗନଗର’ର ୯ମ ଅଧିଷ୍ଠାନ ଉତ୍ସବ ଆଜି ଆଜି ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ରାଧାନାଥ ମାର୍ଗ-ଉମାପଦା ରୋଡ ସ୍ଥିତ ‘ହୋଟେଲ ମୀରାବାଇ’ ଠାରେ କ୍ଲବର ୨୦୨୧-୨୨ର ସଭାପତି ରୋଟାରୀଆନ ପରମେଶ୍ୱର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଡି.ଜି.ଏନ ଯଜ୍ଞାଶୀଷ ମହାପାତ୍ର ମୁଖ୍ୟ ଅତିଥି ଭାବେ ଓ ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପାଂଚଳ ସ୍ଥିତ ‘ଜିନ୍ଦଲ ଷ୍ଟେନଲେସ ଲିମିଟେଡ’ର ଜି.ଏମ, ସି.ଏସ.ଆର ସଂଗୀତା ସିଂହ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ରୋଟାରିଆନ ଅକ୍ଷୟ କୁମାର ପତି ଅତିଥିମାନଙ୍କୁ ମଂଚକୁ ଆମନ୍ତ୍ରଣ କରିଥିବା ବେଳେ ବ୍ୟାସନଗର ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀମାନେ ଆବାହନ ସଂଗୀତ ଗାନ, ନୃତ୍ୟ ଓ ଦେଶାତ୍ମବୋଧକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ରୋଟାରିଆନ ଇଂ. କମଳଲୋଚନ ସାହୁ ୨୦୨୧-୨୨ ବର୍ଷର ବାର୍ଷିକ କାର୍ଯ୍ୟକ୍ରମ ବିବରଣୀ ପାଠ କରିଥିଲେ । ଯୁବ ସମାଜସେବୀ ରୋଟାରୀଆନ ଶିବାନନ୍ଦ ନାୟକଙ୍କୁ ୨୦୨୨-ବର୍ଷର ସଭାପତି ଭାବେ ଦାୟିତ୍ୱଭାର ଅର୍ପଣ ପୂର୍ବକ ଶପଥପାଠ କରାଯିବା ସହ ନୂତନ ସଭାପତି ରୋଟାରିଆନ ଶ୍ରୀ ନାୟକଙ୍କୁ ପୁଷ୍ପଗୁଚ୍ଛ ନେଇ ଉତ୍ସସ୍ୱିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ୨୨-୨୩ ବର୍ଷ ପାଇଁ ନୂତନ ସଂପାଦକ ଭାବେ ରୋଟାରୀଆନ ମନୋଜ କୁମାର ବାରିକଙ୍କୁ ଦାୟିତ୍ୱଭାର ଅର୍ପଣ କରାଯାଇଥିଲା । ୦୪ଜଣ ନୂତନ ସଭ୍ୟା/ସଭ୍ୟଙ୍କୁ କ୍ଲବରେ ସାମିଲ କରି ସମ୍ବର୍ଦ୍ଧନା ଦିଆଯାଇଥିଲା । ସେମାନେ ହେଲେ-ରୋଟାରିଆନ ସବିତା ରାଉତ, ରୋଟାରିଆନ ସଂଜୟ କୁମାର ମିଶ୍ର, ରୋଟାରିଆନ ଚିନ୍ମୟ ପୃଷ୍ଟି, ଓ ରୋଟାରିଆନ ଅରୁଣ କୁମାର ବେହେରା । ଏ.ଜି ରୋଟାରିଆନ ରଶ୍ମିରଂଜନ ମହାନ୍ତି, ସମ୍ମାନିତ ଅତିଥି ସଂଗୀତା ସିଂହ, ମୁଖ୍ୟ ଅତିଥି ଡି.ଜି.ଏନ ଯଜ୍ଞାଶୀଷ ମହାପାତ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଅତିଥିମାନଙ୍କୁ ମଂଚରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସରଜେଂଟ ରୋଟାରିଆନ ସୂର୍ଯ୍ୟକାନ୍ତ ବିଶ୍ୱାଳ ଉପସ୍ଥାନ ତଥ୍ୟ ପ୍ରଦାନ କରିଥିଲେ । ରୋଟାରିଆନ ଜୟନ୍ତ ଦାସ ଧନ୍ୟବାଦ ଅର୍ପଣ କରିବା ପରେ ନୁତନ ସଭାପତି ରୋଟାରିଆନ ଶିବାନନ୍ଦ ନାୟକ ସଭାକୁ ଭଂଗ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ବହୁ କ୍ଲବର କର୍ମକର୍ତା, ପଦସ୍ଥ ଅଧିକାରୀ, ବ୍ୟକ୍ତିବିଶେଷ, ସାମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ । ଅତିରିକ୍ତ ସମବାୟ ଆୟୂକ୍ତ ଭରତ ଚନ୍ଦ୍ର ବେହେରା, ପୂର୍ବତନ ପ୍ରଶାସକ ଶିବବ୍ରତ ଦାସ, ରୋଟାରିଆନ ସୁଦୀପ୍ କୁମାର ମିଶ୍ର, ରୋଟାରିଆନ ଲୋକନାଥ ରାଉତ, ରୋଟାରିଆନ ଦେବସ୍ମିତା ସାହୁ, ରୋଟାରିଆନ ଅଚ୍ୟୁତାନନ୍ଦ ମହାନ୍ତି, ରୋଟାରିଆନ ମହେନ୍ଦ୍ର ପଣ୍ଡା, ଶିକ୍ଷୟତ୍ରୀ ପ୍ରଜ୍ଞା ରାଉତ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇ ଉତ୍ସାହିତ କରିଥିଲେ ।